ଓ୍ୱାଶିଂଟନ: ପୁଣି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଶରଣରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍। ଗତକାଲି ଇମ୍ରାନ୍ ୨୦ ମିନିଟ୍ ଧରି କଶ୍ମୀର ପ୍ରସଙ୍ଗରେ ଟ୍ରମ୍ପଙ୍କ ସହ ଫୋନରେ କଥା ହୋଇଛନ୍ତି। କଶ୍ମୀର ପ୍ରସଙ୍ଗରେ ଆଗକୁ ଆମେରିକାକୁ ସମସ୍ତ କଥା ଜଣାଇବେ ବୋଲି ସେ ଟ୍ରମ୍ପଙ୍କୁ କହିଛନ୍ତି। ଏ ନେଇ ପାକିସ୍ତାନ ବୈଦେଶିକ ମନ୍ତ୍ରୀ ମେହମୁଦ କ୍ୟୁରେସି ଓ ଆମେରିକା ରାଷ୍ଟ୍ରପତିଙ୍କ ଅଫିସ୍ ହ୍ୱାଇଟ୍ ହାଉସ ପକ୍ଷରୁ ସୂଚନା ମିଳିଛି।
ଟ୍ରମ୍ପ କଶ୍ମୀର ପ୍ରସଙ୍ଗରେ ହସ୍ତକ୍ଷେପ କରିବେ ନାହିଁ ବୋଲି ଇମ୍ରାନଙ୍କୁ ରୋକଠୋକ୍ କହିଥିବା ଜଣାପଡ଼ିଛି। କିନ୍ତୁ ଭାରତ ପାକିସ୍ତାନ ମଧ୍ୟରେ କଶ୍ମୀର ପ୍ରସଙ୍ଗରେ ଯେଉଁ ବିବାଦ ଦେଖାଦେଇଛି ତାହା ଦ୍ୱିପାକ୍ଷିକ ଆଲୋଚନା ମାଧ୍ୟମରେ ଶେଷ କରିବା ପାଇଁ ସେ ଆହ୍ୱାନ କରିଛନ୍ତି। ଏଥିସହ ଜାତିସଂଘ ସୁରକ୍ଷା ପରିଷଦ ବାବଦରେ ଟ୍ରମ୍ପଙ୍କୁ ସୂଚନା ଦେଇଥିଲେ ଇମ୍ରାନ୍।
ଗତକାଲି ଜାତିସଂଘ ସୁରକ୍ଷା ପରିଷଦ ବୈଠକ ପୂର୍ବରୁ ଟ୍ରମ୍ପଙ୍କୁ ଫୋନ୍ କରିଥିଲେ ଇମ୍ରାନ୍। ସୂଚନାଯୋଗ୍ୟ ସେତେବେଳକୁ ଜଣାପଡ଼ି ସାରିଥିଲା ଜାତିସଂଘ ସୁରକ୍ଷା ପରିଷଦରେ ପାକିସ୍ତାନକୁ ଚାଇନା ଛଡ଼ା ଅନ୍ୟ କୌଣସି ଦେଶ ସମର୍ଥନ କରୁନାହିଁ।
ଏଥିସହ ଜାତିସଂଘ ସୁରକ୍ଷା ପରିଷଦର ୫ ସ୍ଥାୟୀ ସଦସ୍ୟଙ୍କ ମଧ୍ୟରୁ ଇମ୍ରାନ୍ ଖାନ୍ ୪ଟି ଦେଶର ମୁଖିଆଙ୍କ ସହ କଥା ହୋଇଥିବା ବେଳେ ଫ୍ରାନ୍ସ ରାଷ୍ଟ୍ରପତିଙ୍କ ସହିତ କଥା ହୋଇପାରିନଥିବା ପାକିସ୍ତାନ ବୈଦେଶିକ ମନ୍ତ୍ରୀ କହିଛନ୍ତି।
ସୂଚନାଯୋଗ୍ୟ, ଅଗଷ୍ଟ ୫ରେ ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହୋଇଥିଲା। ଏହାପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ତିକ୍ତତା ଅଧିକ ହୋଇଛି। ଉଭୟ ଦେଶ ସମସ୍ତ ସମ୍ପର୍କ ବାତିଲ୍ କରିଛନ୍ତି।
from Odisha Reporter https://ift.tt/2N57sKu
No comments:
Post a Comment