ରିଲିଜ୍‌ ପୂର୍ବରୁ ୩୨୦ କୋଟି ଟଙ୍କା କଲେକ୍ସନ୍‌ କରିସାରିଲାଣି ‘ସାହୋ’! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, August 16, 2019

ରିଲିଜ୍‌ ପୂର୍ବରୁ ୩୨୦ କୋଟି ଟଙ୍କା କଲେକ୍ସନ୍‌ କରିସାରିଲାଣି ‘ସାହୋ’!

ମୁମ୍ବାଇ: ଚଳିତ ମାସ ୩୦ ତାରିଖରେ ରିଲିଜ୍ ହେବ ସାଉଥ୍ ସୁପର୍‌ଷ୍ଟାର ପ୍ରଭାସ୍‌ ଓ ବଲିଉଡ୍‌ ଷ୍ଟାର୍‌ ଶ୍ରଦ୍ଧା କପୁରଙ୍କ ଅଭିନୀତ ଫିଲ୍ମ ‘ସାହୋ’। ଫିଲ୍ମର ଟ୍ରେଲର୍‌ ରିଲିଜ୍‌ ହେବା ପରେ ସିନେ ପ୍ରେମୀମାନେ ଏହାକୁ ଦେଖିବାକୁ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି। ଭିଏଫ୍‌ଏକ୍ସ (ଭିଜୁଆଲ୍ ଇଫେକ୍ଟସ), ଷ୍ଟଣ୍ଟ୍‌, ଫାଇଟ୍‌ ଓ ଆକ୍ସନ୍‌ରେ ଭରପୂର ‘ସାହୋ’ ୩୫୦ କୋଟି ଟଙ୍କାରେ ନିର୍ମିତ ହୋଇଛି। ତେବେ ରିଲିଜ୍ ପୂର୍ବରୁ ଏହି ଫିଲ୍ମ ୩୨୦ କୋଟି ଟଙ୍କା କଲେକ୍ସନ୍‌ କରିସାରିଥିବା ଜଣାପଡ଼ିଛି।

ମିଡିଆ ରିପୋର୍ଟ ଅନୁଯାୟୀ, ଫିଲ୍ମର ନିର୍ମାତା ‘ସାହୋ’ର ଥିଏଟ୍ରିକାଲ୍‌ ରାଇଟ୍‌ସ ଫର୍‌ ଅଲ୍‌ ଲାଙ୍ଗୁଏଜ୍‌ ବାବଦକୁ ୩୨୦ କୋଟି ଟଙ୍କା ଆଦାୟ କରି ସାରିଛନ୍ତି।  ଏବେ ‘ସାହୋ’ର ସ୍ୟାଟେଲାଇଟ୍‌ ଓ ଓଟିଟି ପ୍ଲାଟଫର୍ମ ରାଇଟ୍‌ସ ବିକ୍ରି ହେବା ବାକି ଅଛି। ଏଥିରୁ ଜଣାପଡ଼ୁଛି ଫିଲ୍ମଟି ଭଲ କଲେକ୍ସନ୍‌ କରିବ।

‘ବାହୁବଲୀ’ ପରେ ‘ସାହୋ’ ପ୍ରଭାସଙ୍କ ପ୍ରଥମ ସିନେମା ଭାବେ ରିଲିଜ୍‌ ହେବାକୁ ଯାଉଛି। ସେହିଭଳି ପ୍ରଥମ ଥର ପାଇଁ ଏଥିରେ ପ୍ରଭାସ ଓ ଶ୍ରଦ୍ଧାଙ୍କ କେମେଷ୍ଟ୍ରି ଦେଖିବାକୁ ମିଳିବ। ଏବେ ଏ ଦୁହେଁ ଫିଲ୍ମର ପ୍ରମୋସନ୍‌ରେ ବ୍ୟସ୍ତ ଅଛନ୍ତି।

କୁହାଯାଉଥିଲା, ଏହି ସିନେମା ପାଇଁ ପ୍ରଭାସ ୧୦୦ କୋଟି ଟଙ୍କା ନେଇଛନ୍ତି। କିନ୍ତୁ ସେ ଏହି ଖବରକୁ ଅସ୍ୱୀକାର କରିଛନ୍ତି।

ସୁଜିତଙ୍କ ନିର୍ଦ୍ଦଶନାରେ ତିଆରି ହୋଇଥିବା ‘ସାହୋ’ରେ ମନ୍ଦିରା ବେଦୀ, ନୀଲ୍‌ ନିତିନ ମୁକେଶ, ଜ୍ୟାକି ଶ୍ରଫ୍‌ ଓ ଚଙ୍କି ପାଣ୍ଡେ ପ୍ରମୁଖ ଅଭିନୟ କରିଛନ୍ତି।



from Odisha Reporter https://ift.tt/30aj02B

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages