ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜିଠୁ ଦୁଇ ଦିନିଆ ଭୁଟାନ ଗସ୍ତରେ ଯାଇଛନ୍ତି। ଏହି ଗସ୍ତ ବେଳେ ଦୁଇ ଦେଶ ମଧ୍ୟରେ ଥିବା ସମ୍ପର୍କ କିଭଳି ଆହୁରି ମଜବୁତ ହେବ ତାହା ଉପରେ ଅଧିକ ଗୁରୁତ୍ୱ ଦେଉଛନ୍ତି ଦୁଇ ଦେଶ। ଦ୍ୱିତୀୟଥର ପାଇଁ କ୍ଷମତାକୁ ଆସିବା ପରେ ପ୍ରଧାନମନ୍ତ୍ରୀ ମୋଦିଙ୍କର ଏହା ପ୍ରଥମ ଭୁଟାନ ଗସ୍ତ।
ଭୁଟାନରେ ଅବସ୍ଥାପିତ ଭାରତୀୟ ରାଜଦୂତ ଋଚିରା କୁମାରଙ୍କ ଅନୁସାରେ ଦୁଇ ଦେଶ ମଧ୍ୟରେ ୧୦ଟି ଏମଓୟୁ ହସ୍ତାକ୍ଷର ହେବ। ଏହାବ୍ୟତୀତ ୫ଟି ଯୋଜନାର ଲୋକାର୍ପଣ ସାଙ୍ଗକୁ ରୁପେ କାର୍ଡର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ।
ସୂଚନାଯୋଗ୍ୟ, ମୋଦିଙ୍କ ଏହି ଗସ୍ତ ପୂର୍ବରୁ ଭୁଟନା ପ୍ରଧାନମନ୍ତ୍ରୀ ଡକ୍ଟର ଏଲ୍ ଶୋରିଂଗ ସୋଶାଲ ମିଡିଆ ଫେସବୁକରେ ପ୍ରଧାନମନ୍ତ୍ରୀଙ୍କ ଉପରେ ଲିଖିତ ପୁସ୍ତକ ଉପରେ ଏକ ପୋଷ୍ଟ କରିଥିଲେ। ଏଥିସହ ମୋଦିଙ୍କ ସରଳ ବ୍ୟକ୍ତିତ୍ୱ ଓ ଜୀବନଶୈଳୀକୁ ପ୍ରଶଂସା କରିଥିଲେ। ଯାହାକୁ ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ଟୁଇଟ କରି ଶେୟାର କରିଥିଲେ।
from Odisha Reporter https://ift.tt/2OYA76s
No comments:
Post a Comment