ଏବେ ଭାରତ ଉଠାଇବ ପାକିସ୍ତାନ ଅଧିକୃତ କଶ୍ମୀର ପ୍ରସଙ୍ଗ: ରାଜନାଥ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, August 18, 2019

ଏବେ ଭାରତ ଉଠାଇବ ପାକିସ୍ତାନ ଅଧିକୃତ କଶ୍ମୀର ପ୍ରସଙ୍ଗ: ରାଜନାଥ

ପଞ୍ଚକୁଲା (ହରିଆନା): କଶ୍ମୀରକୁ ଆନ୍ତର୍ଜାତିକ ସ୍ତରରେ ପ୍ରସଙ୍ଗ କରୁଥିବା ପାକିସ୍ତାନକୁ ବୁଦ୍ଧି ଶିଖାଇବ ଭାରତ। ଯେସାକୁ ତେସା ନୀତିରେ ଭାରତ ପାକିସ୍ତାନ ଅଧିକୃତ କଶ୍ମୀରକୁ ପ୍ରସଙ୍ଗ କରିବ ବୋଲି ଆଜି ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ହରିଆନାର ପଞ୍ଚକୁଲାରେ କହିଛନ୍ତି। ଯେହେତୁ ପାକିସ୍ତାନ କଶ୍ମୀର ପ୍ରସଙ୍ଗ ଉଠାଉଛି ତେଣୁ ଆଗାମୀ ଦିନରେ ଭାରତ ପାକିସ୍ତାନ ସହ କଥାହେଲେ ପାକିସ୍ତାନ ଅଧିକୃତ କଶ୍ମୀର (ପିଓକେ) ବାବଦରେ ଆଲୋଚନା କରିବ ବୋଲି ସେ କହିଛନ୍ତି।

ରାଜନାଥ ସିଂହ ଆହୁରି କହିଛନ୍ତି, ଜମ୍ମୁ କଶ୍ମୀରର ସର୍ବାଙ୍ଗୀନ ବିକାଶ ପାଇଁ ଧାରା ୩୭୦ ଉଚ୍ଛେଦ ହୋଇଛି। କଶ୍ମୀର ପ୍ରସଙ୍ଗରେ ଭାରତ ଭୁଲ ନିଷ୍ପତ୍ତି ନେଇଛି ବୋଲି ପଡ଼ୋଶୀ ପାକିସ୍ତାନ ଆନ୍ତର୍ଜାତୀକ ସ୍ତରରେ କହୁଛି। ପାକିସ୍ତାନ ପ୍ରଥମେ ଆତଙ୍କବାଦୀଙ୍କୁ ନିପାତ କରୁ, ତାପରେ ଭାରତ ଏ ବିଷୟରେ କଥା ହେବ ବୋଲି ରାଜନାଥ କହିଛନ୍ତି।

ନିକଟରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ କହିଥିଲେ ଭାରତ କଶ୍ମୀର ପ୍ରସଙ୍ଗକୁ ଏଡ଼ାଇବା ପାଇଁ ପାକିସ୍ତାନ ଉପରେ ବାଲାକୋଟ ଭଳି ବା ତା’ ଠାରୁ ବଡ଼ ଆକ୍ରମଣ କରିପାରେ। ଏ ସମ୍ପର୍କରେ ପ୍ରତିକ୍ରିୟା ଦେଇ ରାଜନାଥ ସିଂହ କହିଛନ୍ତି, ଏହାର ଅର୍ଥ ପାକିସ୍ତାନ ମାନିଛି ଯେ ଭାରତ ପାକିସ୍ତାନରେ ପଶି ବାଲାକୋଟରେ ଥିବା ଆତଙ୍କବାଦୀ କ୍ୟାମ୍ପରେ ଆକ୍ରମଣ କରିଛି।

ସୂଚନାଯୋଗ୍ୟ, ଧାରା ୩୭୦ ଉଚ୍ଛେଦ ପରେ ପାକିସ୍ତାନ ଅଧିକୃତ କଶ୍ମୀର (ପିଓକେ)ରେ ବସବାସ କରୁଥିବା ଲୋକେ ଭାରତୀୟ ସମ୍ବିଧାନ ଉପରେ ଆସ୍ଥା ପ୍ରକଟ କରିଛନ୍ତି। ସେମାନେ ଭାରତରେ ମିଶିବା ପାଇଁ ଦାବି କରିଛନ୍ତି। ଯାହା ପାକିସ୍ତାନର ସମସ୍ୟାକୁ ବଢ଼ାଇ ଦେଇଛି। ଉଲ୍ଲେଖଯୋଗ୍ୟ, ପିଓକେର ଗିଲଗିଟ୍‌-ବାଲ୍ଟିସ୍ତାନ ଅଞ୍ଚଳର ବାସିନ୍ଦା ଭାରତରେ ମିଶିବା ଦାବି କରି ଅଗଷ୍ଟ ୧୩ରେ ବିକ୍ଷୋଭ କରିଥିଲେ।

ସେହିପରି ଧାରା ୩୭୦ ଉଚ୍ଛେଦ ପରେ ଲୋକସଭାରେ ଗୃହମନ୍ତ୍ରୀ ଅମିତ ଶାହ କହିଥିଲେ ପିଓକେ ଓ ଅକ୍ସାଇ ଚୀନ ଭାରତର ଅବିଚ୍ଛେଦ୍ୟ ଅଙ୍ଗ।



from Odisha Reporter https://ift.tt/2z9L4qU

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages