ଅଡ଼ୁଆରେ କୁମାରସ୍ୱାମୀ, ମେଣ୍ଟ ସରକାର ବେଳର ଫୋନ୍ ଟ୍ୟାପିଂ ଅଭିଯୋଗର ହେବ ସିବିଆଇ ତଦନ୍ତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, August 18, 2019

ଅଡ଼ୁଆରେ କୁମାରସ୍ୱାମୀ, ମେଣ୍ଟ ସରକାର ବେଳର ଫୋନ୍ ଟ୍ୟାପିଂ ଅଭିଯୋଗର ହେବ ସିବିଆଇ ତଦନ୍ତ

ବେଙ୍ଗାଲୁରୁ: କର୍ଣ୍ଣାଟକାରେ ଜେଡିଏସ-କଂଗ୍ରେସ ମେଣ୍ଟ ସରକାର ବେଳେ ଫୋନ୍ ଟ୍ୟାପିଂ ହୋଇଥିବା ଅଭିଯୋଗର ତଦନ୍ତ ସିବିଆଇ କରିବ। ଆଜି କର୍ଣ୍ଣାଟକା ମୁଖ୍ୟମନ୍ତ୍ରୀ ବି.ଏସ୍ ୟେଦ୍ୟୁରପ୍ପା ଏହା ଘୋଷଣା କରିଛନ୍ତି।

ଜେଡିଏସ୍-କଂଗ୍ରେସ ସରକାର ବେଳେ ପାଖାପାଖି ୩୦୦ ନେତାଙ୍କ ଫୋନ୍ ଟ୍ୟାପିଂ ହୋଇଥିଲା ବୋଲି ବିଜେପି ନେତା ଏସ୍. ପ୍ରକାଶ ପୂର୍ବରୁ ଅଭିଯୋଗ କରିଥିଲେ। ଏହାପରେ ପୂର୍ବତନ ଜେଡିଏସ ନେତା ଏ.ଏଚ୍. ବିଶ୍ୱାସ ମଧ୍ୟ ଏହି ଅଭିଯୋଗକୁ ସତ ବୋଲି କହିଥିଲେ। ଯାହାକୁ ନେଇ କର୍ଣ୍ଣାଟକା ରାଜନୀତି ଫୋନ୍ ଟ୍ୟାପିଂ ପ୍ରସଙ୍ଗରେ ସରଗରମ ରହିଛି।

ମେଣ୍ଟ ସରକାରରେ ସାମିଲ ଥିବା କଂଗ୍ରେସ ଦଳର ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା, ମଲ୍ଲିକାର୍ଜୁନ ଖାଡ଼ଗେ ଓ ସେତେବେଳର ଗୃହମନ୍ତ୍ରୀ ଏମ୍ ବି ପାଟିଲ୍ ଏହି ଅଭିଯୋଗର ସତ୍ୟାସତ୍ୟ ପଦାକୁ ଆସୁ ବୋଲି ଦାବି କରିଛନ୍ତି। ଅନ୍ୟପଟେ ରାଜ୍ୟ କଂଗ୍ରେସର ପ୍ରମୁଖ ନେତା ଡି ଶିବକୁମାର ଏଭଳି ଅଭିଯୋଗକୁ ଖଣ୍ଡନ କରିଛନ୍ତି। ଯାହାକୁ ନେଇ କର୍ଣ୍ଣାଟକା କଂଗ୍ରେସରେ ରାଜନୀତି ଗୋଳିଆ ହୋଇଛି।

ସେହିପରି ଅଯୋଗ୍ୟ ଘୋଷିତ ହୋଇଥିବା ଜେଡିଏସ ବିଧାୟକ ଏ.ଏଚ.ବିଶ୍ୱାସ କହିଛନ୍ତି, ସେତେବେଳର ମେଣ୍ଟ ସରକାର ୩୦୦ ନେତାଙ୍କ ଫୋନ୍ ଟ୍ୟାପିଂ କରିଥିଲେ। ଯାହାକୁ ନେଇ ଏବେ ଅଡୁଆରେ ପଡ଼ିଛି ଜେଡିଏସ୍। ସୂଚନାଯୋଗ୍ୟ ଅଯୋଗ୍ୟ ଘୋଷିତ ହେବା ପୂର୍ବରୁ ଶ୍ରୀ ବିଶ୍ୱାସ ଜେଡିଏସର ରାଜ୍ୟ ସଭାପତି ଥିଲେ ଏବଂ ମେଣ୍ଟ ସରକାରରେ ମନ୍ତ୍ରୀ ମଧ୍ୟ ଥିଲେ। ନେତୃତ୍ୱକୁ ବିରୋଧ କରି ବିଧାୟକ ପଦବୀରୁ ବିଶ୍ୱାସ ଇସ୍ତଫା ଦେଇଥିଲେ।



from Odisha Reporter https://ift.tt/31Eftdo

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages