ଥିଙ୍କଟିନି- ବିଶ୍ୱର ସବୁଠୁ ଛୋଟ ଲ୍ୟାପ୍‌ଟପ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, August 4, 2019

ଥିଙ୍କଟିନି- ବିଶ୍ୱର ସବୁଠୁ ଛୋଟ ଲ୍ୟାପ୍‌ଟପ୍‌

ୱାଶିଂଟନ୍: ଆମେରିକାର ଆଇଟି ଇଞ୍ଜିନିୟର ପଲ୍ କ୍ଲିଂଗର ବିଶ୍ୱର ସବୁଠୁ ଛୋଟ ଲ୍ୟାପ୍‌ଟପ୍‌ ତିଆରି କରିଛନ୍ତି। ଏହି ଲ୍ୟାପ୍‌ଟପ୍‌ର ସ୍କ୍ରିନି ମାତ୍ର ଏକ ଇଞ୍ଚ୍‌ର ଯେଉଁଥିରେ ୦.୯୬ର ଡିସ୍‌ପ୍ଲେ ରହିଛି। ପଲ୍‌ଙ୍କୁ ଏହି ଲ୍ୟାପ୍‌ଟପ୍‌କୁ ତିଆରି କରିବା ପାଇଁ ସାତ ଦିନ ଲାଗିଥିଲା। ଏହାକୁ ତିଆରି କରିବା ପାଇଁ ପ୍ରାୟ ୬ ହଜାର ଟଙ୍କା ଖର୍ଚ୍ଚ ହୋଇଛି। ଏହି ଲ୍ୟାପ୍‌ଟପ୍‌ଟି ଆଇବିଏମ୍‌ ଥିଙ୍କପ୍ୟାଡ୍‌ର ଛୋଟ ଭର୍ସନ।

ଏହି ଛୋଟିଆ ଲ୍ୟାପ୍‌ଟପ୍‌ରେ ଥିଙ୍କପ୍ୟାଡ୍‌ ପରି କିପ୍ୟାଡ୍‌ ମଝିରେ ଲାଲ୍‌ ରଙ୍ଗର କର୍ସର କଣ୍ଟ୍ରୋଲର୍‌ ମଧ୍ୟ ଦିଆଯାଇଛି। ଏଥିରେ 300mahର ବ୍ୟାଟେରୀ ରହିଛି, ଯାହାକୁ ଚାର୍ଜ ମଧ୍ୟ କରିହେବ। ଖାସ୍‌ କଥା ହେଉଛି, ଏଥିରେ ୟୁଜର ଗେମ୍ ମଧ୍ୟ ଖେଳିପାରିବେ। ଏହି ଲ୍ୟାପଟିପ୍‌ଟିର ନାଁ ହେଉଛି ‘ଥିଙ୍କଟିନି’।

‘ଥିଙ୍କଟିନି’ରେ ୧୪-ପିନ୍ ଏଟି ଟିନି ୧୬୧୪ ମାଇକ୍ରୋକଣ୍ଟ୍ରୋଲର୍ ରହିଛି, ଯାହା କି ଏକ ଛୋଟ ୧୨୮×୬୪ ପିକ୍ସେଲ ଓଏଲ୍‌ଇଡି ସହ ଜଡ଼ିତ। ଏଥିରେ ୭ ଲାଇନ୍‌ ବିଶିଷ୍ଟ ବୋର୍ଡ ରହିଛି। ଲ୍ୟାପ୍‌ଟପ୍‌ଟିର ମୂଲ୍ୟ ରହିଛି ମାତ୍ର ୬ ହଜାର ଟଙ୍କା।



from Odisha Reporter https://ift.tt/2KnPqQJ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages