ମାଲକାନଗିରି(ଜିତେନ୍ଦ୍ର ବେଉରା):ମାଲକାନଗିରି ଜିଲ୍ଲାରେ ଗତକାଲି ରାତିରେ ପ୍ରବଳ ବର୍ଷା ହେବା ଯୋଗୁ ଜିଲ୍ଲାର ସ୍ଥିତି ବେହାଲ ହୋଇପଡ଼ିଛି। ଅନେକ ନଦୀର ଜଳ ସ୍ତର ବୃଦ୍ଧି ପାଇଛି। କଙ୍କରକୋଣ୍ଡା ଓ MV-୧୧ର ଦୁଇଟି ପୋଲ ଉପରେ ୫ଫୁଟରୁ ଅଧିକ ଜଳ ପ୍ରବାହିତ ହେଉଛି। ଫଳରେ ମାଲକାନଗିରିରୁ ବାଲିମେଳା ଓ କାଲିମେଳା ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି। ଲୋକେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯିବାରେ ସମସ୍ୟା ସୃଷ୍ଟି ହୋଇଛି। ଉଭୟ ପାର୍ଶ୍ୱରେ ଗାଡ଼ି ମୋଟର ଅଟକି ରହିଛି।
ସୂଚନାଯୋଗ୍ୟ, ଗତ କିଛି ଦିନ ତଳେ ଲଗାଣ ବର୍ଷା ଯୋଗୁ ମାଲକାନଗିରି ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ପରେ ବର୍ଷା କମିବାରୁ ସ୍ଥିତି ସୁଧୁରିଥିଲା। ତେବେ ଗତକାଲି ରାତିରୁ ପୁଣି ଥରେ ଜୋର ବର୍ଷା ଯୋଗୁ ହଠାତ୍ ବିଭିନ୍ନ ନଦୀରେ ଜଳସ୍ତର ବୃଦ୍ଧି ପାଇଛି।
from Odisha Reporter https://ift.tt/320OoRX
No comments:
Post a Comment