ଭାତ ନେଇ ବିଲକୁ ଯାଉଥିଲେ ଯୁବତୀ, ପେଟ୍ରୋଲ ଢ଼ାଳିଦେଲେ ବିଫଳ ପ୍ରେମିକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, August 21, 2019

ଭାତ ନେଇ ବିଲକୁ ଯାଉଥିଲେ ଯୁବତୀ, ପେଟ୍ରୋଲ ଢ଼ାଳିଦେଲେ ବିଫଳ ପ୍ରେମିକ

ବାସୁଦେବପୁର(କୀର୍ତ୍ତି ଦାସ): ବିଫଳ ପ୍ରେମିକର ଉନ୍ନତ୍ତ କାଣ୍ଡ। ପ୍ରେମ ନିବେଦନ ପ୍ରତ୍ୟାଖ୍ୟାନ କରିବାରୁ ପ୍ରେମିକା ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲା ପ୍ରେମିକ। ଏଭଳି ଅଭିଯୋଗ ଆସିଛି ଭଦ୍ରକ ଜିଲ୍ଲା ବାସୁଦେବପୁର ଅଞ୍ଚଳରୁ। ଗୁରୁତର ଯୁବତୀଙ୍କୁ ପ୍ରଥମେ ବାସୁଦେବପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କ ଅବସ୍ଥା ଉଦ୍‌ବେଗ ଜନକ ଥିବାରୁ ଭଦ୍ରକ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ସମ୍ପୃକ୍ତ ଯୁବକ ଜଣକ ହେଉଛନ୍ତି ସିଦ୍ଧାର୍ଥ ମଲ୍ଲିକ୍।

ବାସୁଦେବପୁର ଅଞ୍ଚଳର ଜଣେ ଯୁବତୀଙ୍କୁ ତାଙ୍କ ପଡ଼ୋଶୀ ସିଦ୍ଧାର୍ଥ ପ୍ରେମ ନିବେଦନ କରିଆସୁଥିଲେ। ହେଲେ ଗତକାଲି ଯୁବତୀଙ୍କ ପରିବାର ଲୋକେ ଚାଷ କାମ ପାଇଁ ବିଲକୁ ଯାଇଥିଲେ। ଏଥିପାଇଁ ଯୁବତୀ ଜଣକ ଭାତ ନେଇ ବିଲକୁ ଯାଉଥିଲେ। ଏହି ସମୟରେ ଯୁବକ ଜଣକ ଯୁବତୀଙ୍କୁ ଡାକି ବିବାହ ପାଇଁ  ନିବେଦନ କରିଥିଲେ। ଏଥିରେ ଯୁବତୀ ଅରାଜି ହେବାରୁ  ଯୁବକ  ଜଣକ ଉତକ୍ଷିପ୍ତ ହୋଇ ତାଙ୍କ ଉପରେ ପେଟ୍ରୋଲ ଢ଼ାଳି ତାଙ୍କ ଉପରେ ନିଆଁ ଲଗାଇଦେଇଥିଲା।

ଏନେଇ ପୁଲିସ୍‌ ଖବର ପାଇ ଯୁବତୀଙ୍କ ବୟାନ ରେକର୍ଡ କରିବା ସହ ତଦନ୍ତ ଆରମ୍ଭ କରିଛି।



from Odisha Reporter https://ift.tt/31UQrGS

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages