ରାଜ୍ୟସଭାକୁ ନିର୍ବାଚିତ ହେଲେ ମନମୋହନ ସିଂହ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, August 18, 2019

ରାଜ୍ୟସଭାକୁ ନିର୍ବାଚିତ ହେଲେ ମନମୋହନ ସିଂହ

ଜୟପୁର: ରାଜସ୍ଥାନରୁ ରାଜ୍ୟସଭା ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ। ଗତକାଲି ଅପରାହ୍ନରେ ନିର୍ବାଚନ ପ୍ରକ୍ରିୟା ଶେଷ ହେବା ପରେ ୮୬ ବର୍ଷୀୟ ମନମୋହନ ସିଂହ ରାଜ୍ୟସଭାକୁ ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଛନ୍ତି। ଆଜି ସେ ରାଜସ୍ଥାନ ନିର୍ବାଚନ କମିଶନଙ୍କ ପାଖରୁ ସାର୍ଟିଫିକେଟ ଗ୍ରହଣ କରିବେ। ତାଙ୍କ ରାଜ୍ୟସଭା କାର୍ଯ୍ୟକାଳ ୨୦୨୪ ଏପ୍ରିଲ ୩ ରେ ଶେଷ ହେବ।

ବିଜେପିର ରାଜ୍ୟସଭା ସାଂସଦ ମଦନ ଲାଲ ସୋନିଙ୍କର ଅକାଳ ବିୟୋଗ ପରେ ଏହି ଆସନ ଖାଲି ପଡ଼ିଥିଲା। ଏହାପରେ ମନମୋହନ ସିଂହ ଏହି ଆସନ ପାଇଁ କଂଗ୍ରେସରୁ ପ୍ରାର୍ଥୀ ପତ୍ର ଦାଖଲ କରିଥିଲେ। ତେବେ ମନମୋହନ ସିଂହଙ୍କ ବିରୋଧରେ ବିଜେପି କିମ୍ୱା ଅନ୍ୟ କେହି ଦଳ ପ୍ରାର୍ଥୀ ଦେଇନଥିଲେ। ରାଜ୍ୟରେ କଂଗ୍ରେସ ବିଧାୟକଙ୍କ ସଂଖ୍ୟା ଭଲ ରହିଥିବାରୁ ମନମୋହନ ସିଂହ ଜିତିବା ଏକ ପ୍ରକାରର ନିଶ୍ଚିତ ଥିଲା।

ଅଗଷ୍ଟ ୧୩ରେ ମନମୋହନ ସିଂହ ଏଥିପାଇଁ ନାମାଙ୍କନ ଦାଖଲ କରିଥିଲେ। ଏହି ସମୟରେ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ, ଉପମୁଖ୍ୟମନ୍ତ୍ରୀ ସଚିନ୍ ପାଇଲଟଙ୍କ ସମେତ ଅନ୍ୟାନ୍ୟ ନେତା ଉପସ୍ଥିତ ଥିଲେ।

ସୂଚନାଯୋଗ୍ୟ, ଦୀର୍ଘ ୩ ଦଶନ୍ଧି ଧରି ମନମୋହନ ସିଂହ ଆସାମରୁ ରାଜ୍ୟସଭାକୁ ନିର୍ବାଚିତ ହେଉଥିଲେ। ଚଳିତବର୍ଷ ଜୁନ୍ ୧୪ ତାରିଖରେ ମନମୋହନ ସିଂହଙ୍କ କାର୍ଯ୍ୟକାଳ ଶେଷ ହୋଇଥିଲା। ଏହାପରେ ଅଧିକାଂଶ ରାଜ୍ୟରେ କଂଗ୍ରେସର ବିଧାୟକ ସଂଖ୍ୟା ଆବଶ୍ୟକରୁ କମ୍ ଥିବାରୁ ଏହି ପୂର୍ବତନ ପ୍ରଧାନମନ୍ତ୍ରୀ ପୁଣି ଥରେ ରାଜ୍ୟସଭାକୁ ଯିବା ଏକ ପ୍ରକାର ଅସମ୍ଭବ ଥିଲା। କିନ୍ତୁ ହଠାତ୍ ରାଜସ୍ଥାନରେ ବିଜେପିର ରାଜ୍ୟସଭା ସାଂସଦ ମଦନ ଲାଲଙ୍କ ବିୟୋଗ ପରେ ମନମୋହନ ସିଂହ ରାଜ୍ୟସଭାକୁ ଯିବା ଏକ ପ୍ରକାର ସ୍ପଷ୍ଟ ହୋଇଥିଲା।

ରାଜ୍ୟସଭାରେ ରାଜସ୍ଥାନ ପାଇଁ ମୋଟ ୧୦ ଆସନ ରହିଛି। ବିଜେପି ୯ଟି ଆସନରେ ପ୍ରତିନିଧିତ୍ୱ କରୁଥିବା ବେଳେ ଖାଲି ପଡ଼ିଥିବା ଗୋଟିଏ ଆସନରେ କଂଗ୍ରେସରୁ ମନମୋହନ ସିଂହ ପ୍ରତିନିଧିତ୍ୱ କରିବାକୁ ଯାଉଛନ୍ତି।



from Odisha Reporter https://ift.tt/2NlcouC

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages