ବିପଦ ସଙ୍କେତ ଟପିଲା ଜଳକା, ବନ୍ୟା ଆଶଙ୍କା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, August 18, 2019

ବିପଦ ସଙ୍କେତ ଟପିଲା ଜଳକା, ବନ୍ୟା ଆଶଙ୍କା

ଜଳେଶ୍ୱର (ଅଜିତ ଦାସ): ଲଗାଣ ବର୍ଷା ଯୋଗୁ ବାଲେଶ୍ୱର ଜିଲ୍ଲାର ବସ୍ତା ଦେଇ ପ୍ରବାହିତ ହେଉଥିବା ଜଳକା ନଦୀ  ବିପଦ ସଙ୍କେତ ଟପିଛି। ମଥାନିଠାରେ ଏହାର ବିପଦ ସଙ୍କେତ ୫. ୫ ମିଟର ରହିଥିବା ବେଳେ ବର୍ତ୍ତମାନ ୬. ୪୫ ମିଟର ଉଚ୍ଚରେ ଜଳ ପ୍ରବାହିତ ହେଉଛି।

ଯଦି ନଦୀର ଜଳସ୍ତର ବିପଦ ସଙ୍କେତ ୬. ୭୫ ମିଟର ଛୁଏଁ, ତା’ହେଲେ ବସ୍ତା ଓ ସଦର ବ୍ଲକ୍‌ରେ ବନ୍ୟା ହେବାର ଆଶଙ୍କା ରହିଛି। ବସ୍ତା ବ୍ଲକର ପତ୍ରଝର, ଦୁଧହୋଂଶ ଓ କୁଡ଼ିଆ ପଞ୍ଚାୟତ ପ୍ରଭାବିତ ହେବାକୁ ଥିବାବେଳେ ସଦର ବ୍ଲକ୍‌ର ରସୁଲପୁର ଓ ଶ୍ରୀରାମପୁର ପଞ୍ଚାୟତ ପ୍ରଭାବିତ ହେବ ବୋଲି ଅନୁମାନ କରାଯାଉଛି।

ସୂଚନାଯୋଗ୍ୟ, ବସ୍ତା ବ୍ଲକ୍‌ର  ରାସଗୋବିନ୍ଦପୁର, ମୋରଡ଼ା, ଶୁଳିଆପଦା ଓ ଚିତ୍ରଡା ଅଞ୍ଚଳରେ ଗତ ଦୁଇ ଦିନ ଧରି ପ୍ରବଳ ବର୍ଷା ହୋଇଛି। ଫଳରେ ଜଳକା ସମେତ ପ୍ରମୁଖ ନଦୀ ମାନଙ୍କରେ ଜଳସ୍ତର ବୃଦ୍ଧି ପାଇଛି।

 



from Odisha Reporter https://ift.tt/2KJCSEN

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages