ସାବଧାନ! ଟ୍ରାଫିକ୍‌ ଜଗିଛି ଡ୍ରୋନ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, August 27, 2019

ସାବଧାନ! ଟ୍ରାଫିକ୍‌ ଜଗିଛି ଡ୍ରୋନ୍

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନୀରେ ଡ୍ରୋନ୍‌ କ୍ୟାମେରାରେ ଟ୍ରାଫିକ୍ ନିୟନ୍ତ୍ରଣ ଚାଲିଛି। ଆଇନ ଉଲ୍ଲଂଘନକାରୀଙ୍କୁ ଆକାଶମାର୍ଗରେ ରହି ଠାବ କରୁଛି ଡ୍ରୋନ୍‌। ଗତକାଲି ଗୋଟିଏ ଦିନରେ ୨୭ଟି ଟ୍ରାଫିକ ନିୟମ ଉଲ୍ଲଂଘନକାରୀ ଗାଡ଼ି ଚାଳକଙ୍କୁ ଧରିଛି ଡ୍ରୋନ। ସଂପୃକ୍ତ ଚାଳକକଙ୍କଠାରୁ ୧୩ ହଜାର ୫ଶହ ଟଙ୍କା ଫାଇନ ଆଦାୟ ହୋଇଛି। ତେବେ ଡ୍ରୋନ୍‌ ପରିଚାଳନା ନେଇ ଟ୍ରାଫିକ କର୍ମଚାରୀଙ୍କୁ ଅବଗତ କରାଯାଉଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ, ରାଜଧାନୀ ଭୁବନେଶ୍ୱରରେ ଟ୍ରାଫିକ୍  ପରିଚାଳନା ଲାଗି ଡ୍ରୋନ୍ କ୍ୟାମେରା ନିୟୋଜିତ କରାଯାଇଛି।  ରବୀନ୍ଦ୍ର ମଣ୍ଡପରୁ ଏୟାରପୋର୍ଟ ଛକ ଯାଏ ‘ନୋ ଓଭରଟେକିଂ’ ଜୋନ୍ ହେବ। ‘ନୋ ଓଭରଟେକିଂ’ ସହ ଲେନ୍‌ ଡ୍ରାଇଭିଂ ପାଇଁ ମଧ୍ୟ ଚାଳକଙ୍କୁ କଡ଼ା ତାଗିଦ୍ କରାଯିବ ବୋଲି କିଛି ତଳେ ଟୁଇନ୍ ସିଟି ପୁଲିସ୍ କମିଶନର ସୁଧାଂଶୁ ଷଡଙ୍ଗୀ ସୂଚନା ଦେଇଥିଲେ।

ସେ କହିଥିଲେ, ନିୟମ ଉଲ୍ଲଂଘନକାରୀଙ୍କ ଉପରେ ଡ୍ରୋନ୍ କ୍ୟାମେରା ନିଘା ରହିବ। ଏଥସହ ଟ୍ରାଫିକ୍‌ ନିୟମ ଉଲ୍ଲଂଘନକାରୀଙ୍କୁ ଉପରେ ଜୋରିମାନା କରାଯିବ।



from Odisha Reporter https://ift.tt/2U9IQ4z

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages