‘ଜିନ୍ର ହ୍ୱାର’ ଜାହାଜରୁ ଆଜିଠୁ କଢ଼ାଯିବ ତେଲ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, August 27, 2019

‘ଜିନ୍ର ହ୍ୱାର’ ଜାହାଜରୁ ଆଜିଠୁ କଢ଼ାଯିବ ତେଲ

ବାଲୁଗାଁ  (ଓଡ଼ିଶା ରିପୋର୍ଟର ):  ଚିଲିକା ନିକଟ ରାଜହଂସରେ ଲାଗିଥିବା ମାଲେସୀୟ ଜାହାଜ ଜିନ୍ ହ୍ୱାରରୁ ଆଜିଠାରୁ ଆରମ୍ଭ ହେବ ତେଲ କଢା ପ୍ରକ୍ରିୟା । ଏନେଇ ସୂଚନା ଦେଇଛନ୍ତି ପୁରୀ ଜିଲ୍ଲାପାଳ। କମ୍ପାନୀ କର୍ତ୍ତୃପକ୍ଷ ଓ ମୁମ୍ବାଇରୁ ଏକ ବୈଷୟିକ୍‌ ଟିମ୍‌ ଆସି ପହଞ୍ଚିବା ପରେ ଆରମ୍ଭ ହେବ ଏହି ପ୍ରକ୍ରିୟା। ପ୍ରତି ଦଫାରେ ୨୫୦ ଲିଟର ତେଲ କାଢି ସିଡିଏ ଜେଟି ନିକଟରେ ରଖାଯିବ । ତେଲ କଢାଯିବା ପରେ ଜାହାଜକୁ ସ୍ଥାନାନ୍ତର କରାଯିବ ।

ଜୁଆର ଓ ଢେଉ ମାଡ଼ ଯୋଗୁ ଅଣେଇ ହୋଇ ରହିଥିବା ଜାହାଜର କଣ୍ଟେନରଟି ଓଲଟିବାରେ ଲାଗିଛି । ଜାହାଜଟି ପୂର୍ବରୁ ୧୮ ଡିଗ୍ରୀ ତଳକୁ ବଙ୍କେଇ ଯାଇଥିବା କହିଥିଲେ ଜିଲ୍ଲାପାଳ। ତେବେ ଜାହାଜର ଇଞ୍ଜିନ ସୁରକ୍ଷିତ ଥିବାରୁ ତୈଳ ନିର୍ଗତ ହେଉ ନାହିଁ । ସଂପୃକ୍ତ ଜାହାଜ ମାଲିକଙ୍କ ପତ୍ତା ମିଳିବା ପରେ ସେଥିରୁ ତେଲ କଢାଯିବା ନେଇ ଜିଲ୍ଲା ପ୍ରଶାସନ ସହ କଥାବାର୍ତ୍ତା ସରିଛି।

ଏହି ପଣ୍ୟବାହୀ ଜାହାଜଟି ବାଂଲାଦେଶରୁ ଫେରିବାବେଳେ ପ୍ରତିକୂଳ ପାଗ ଯୋଗୁ ଭୁଲବଶତଃ ଚିଲିକା ଉପକୂଳକୁ ଚାଲିଆସିଥିଲା । ଦୀର୍ଘ ଦିନ ଧରି ପଡି ରହିଥିବାରୁ ଜାହାଜରୁ ତେଲ ଲିକ୍ ହେବାର ଆଶଙ୍କା ଦେଖାଦେଇଛି ।



from Odisha Reporter https://ift.tt/2NCn6wY

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages