ପରଦା ହଟିଲା: ହନୁମାନ ପଇସା ପାଇଁ ଶ୍ରୀକାନ୍ତଙ୍କୁ ହତ୍ୟା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, August 18, 2019

ପରଦା ହଟିଲା: ହନୁମାନ ପଇସା ପାଇଁ ଶ୍ରୀକାନ୍ତଙ୍କୁ ହତ୍ୟା

ବଲାଙ୍ଗିର(ଘଟେଶ୍ୱର ମିଶ୍ର):ବଲାଙ୍ଗିର ପୁଇଁତଳାର ଶ୍ରୀକାନ୍ତ ନନ୍ଦ ହତ୍ୟା ମାମଲାରୁ ଉଠିଲା ପରଦା। ହନୁମାନ ପଇସାକୁ କେନ୍ଦ୍ର କରି ଯୁବକଙ୍କୁ ହତ୍ୟା କରାଯାଇ ଥିବା ଜଣାପଡ଼ିଛି।

ଆଜି ଏନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ପୁଇଁତଳା SDPO ଶ୍ରୀମନ୍ତ ବାରିକ।

ଗତ ୮ ତାରିଖରେ ପୁଇତଁଳାର ଶ୍ରୀକାନ୍ତଙ୍କୁ ଅପହରଣ ହୋଇଥିଲା। ଶ୍ରୀକାନ୍ତଙ୍କ ବାପାଙ୍କ ପାଖରେ ହନୁମାନ ପଇସା ଥିବା ନେଇ ସନ୍ଦେହ କରିଥିଲେ ଅପହରଣକାରୀ। ପୁଅର ଜୀବନ ବଦଳରେ ତାଙ୍କଠୁ ହନୁମାନ ପଇସା ମାଗିବା ପାଇଁ ଯୋଜନା କରିଥିଲେ। ହେଲେ ପୁରା ପ୍ଲାନ୍ ବିଗିଡ଼ି ଯାଇଥିଲା। ଶ୍ରୀକାନ୍ତଙ୍କ ମୁହଁରେ ସେଲୋ ଟ୍ୟାପ ବାନ୍ଧି ଅପହରଣକାରୀ ତାଙ୍କୁ ନେଇ ଦୁର୍ଗାପାଲିରେ ରଖିଥିଲେ । ଫଳରେ ସେ ଚେତାଶୂନ୍ୟ ହୋଇପଡ଼ିଥିଲେ।

ତେବେ ଶ୍ରୀକାନ୍ତ ମରି ଯାଇଥିବା ଭାବି ତାଙ୍କୁ ସୁକତେଲ ନଦୀରେ ଫୋପାଡ଼ି ଦେଇଥିଲେ ଅପହରଣକାରୀ।  ଘଟଣାରେ ମୁଖ୍ୟ ଅଭିଯୁକ୍ତ ସୁରେଶଙ୍କୁ ଗିରଫ କରିଛି ପୁଲିସ୍। ଯାହା ପରେ ମାମଲା ପର୍ଦ୍ଦାଫାସ୍ ହୋଇଛି।

ସୁରେଶଙ୍କ ସମେତ ଅନ୍ୟ ତିନି ଜଣଙ୍କୁ ଗିରଫ କରାଯାଇଛି। ତେବେ ମାମଲାରେ ଏବେ ବି ଅନ୍ୟ ୫ ଜଣଙ୍କ ସଂପୃକ୍ତି ଥିବା ଅନୁମାନ କରି ଖୋଳତାଡ଼ କରୁଛି ପୁଲିସ୍।



from Odisha Reporter https://ift.tt/2HcNQAi

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages