୧୦ କୋଟି ଟଙ୍କାର ବିଜ୍ଞାପନ ଅଫର୍‌କୁ ପ୍ରତ୍ୟାଖ୍ୟାନ କଲେ ଶିଳ୍ପା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, August 18, 2019

୧୦ କୋଟି ଟଙ୍କାର ବିଜ୍ଞାପନ ଅଫର୍‌କୁ ପ୍ରତ୍ୟାଖ୍ୟାନ କଲେ ଶିଳ୍ପା

ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ନିଜ ଫିଟ୍‌ନେସ୍‌ ପ୍ରତି ବିଶେଷ ଧ୍ୟାନ ଦିଅନ୍ତି। ଖାଦ୍ୟପେୟ ପ୍ରତି ଯତ୍ନବାନ ହେବା ସହିତ ପ୍ରତିଦିନ ବ୍ୟାୟାମ ଓ ଯୋଗ କରନ୍ତି। ସୋଶାଲ୍‌ ମିଡିଆରେ ସେ ତାଙ୍କ ଫିଟ୍‌ନେସ୍ ସିକ୍ରେଟ୍ ଶେଆର୍ କରନ୍ତି। ନିକଟରେ ଶିଳ୍ପା ତାଙ୍କର ଏକ ଫିଟ୍‌ନେସ୍ ଆପ୍‌ ମଧ୍ୟ ଲଞ୍ଚ୍ କରିଛନ୍ତି। ଫିଟ୍‌ନେସ୍ କ୍ଷେତ୍ରରେ ସେ କୌଣସି କମ୍ପ୍ରୋମାଇଜ୍ କରୁ ନଥିବା ବେଳେ ଏନେଇ ସେ ଲୋକଙ୍କୁ ବି ବିଭ୍ରାନ୍ତ କରିବା ପାଇଁ ଚାହାନ୍ତି ନାହିଁ। ଖାସ୍‌ ସେଥିପାଇଁ ତ ସେ ନିକଟରେ ଏକ ୧୦ କୋଟି ଟଙ୍କାର ବିଜ୍ଞାପନ ଅଫର୍‌କୁ ପ୍ରତ୍ୟାଖ୍ୟାନ କରି ଦେଇଛନ୍ତି।

ସୂଚନା ଅନୁଯାୟୀ, ଶିଳ୍ପାଙ୍କୁ ଏକ କମ୍ପାନୀ ଆୟୁର୍ବେଦିକ୍ ସ୍ଲିମିଂ ପିଲ୍‌ (ପତଳା ହେବାକୁ ବଟିକା)ର ବିଜ୍ଞାପନ କରିବାକୁ ଅଫର୍ ଦେଇଥିଲା। ଏଥିପାଇଁ କମ୍ପାନୀ ତାଙ୍କୁ ୧୦ କୋଟି ଟଙ୍କା ଯାଚି ଥିଲା। ହେଲେ ଶିଳ୍ପା ଏହି ଅଫର୍‌କୁ ବିନମ୍ରତାର ସହ ପ୍ରତ୍ୟାଖ୍ୟାନ କରି ଦେଇଥିଲେ।

ଶିଳ୍ପା କହିଛନ୍ତି ଯେ, ସେ ଏପରି କୌଣସି ଜିନିଷର ବିଜ୍ଞାପନ କରିବେ ନାହିଁ ଯାହା ଉପରେ ସେ ନିଜେ ବିଶ୍ୱାସ କରନ୍ତି ନାହିଁ। ଯେକୌଣସି ସ୍ଲିମିଂ ପିଲ୍‌ ଲୋକଙ୍କୁ କମ୍‌ ସମୟରେ ପ୍ରଭାବ ଦେଖାଇବାର ଲୋଭ ଦେଖାଏ। ହେଲେ ଏକ ସନ୍ତୁଳିତ ଜୀବନଶୈଳୀ ଓ ଖାଦ୍ୟପେୟରେ ଯେଉଁ ଗର୍ବ ଅନୁଭବ ହୁଏ, ତା’ର ମୁକାବିଲା  ଆଉ କେହି କରିପାରିବେ ନାହିଁ।

ସୂଚନାଯୋଗ୍ୟ, ଶିଳ୍ପା ଶେଷଥର ପାଇଁ ଫିଲ୍ମ ‘ଅପ୍‌ନେ’ରେ ଅଭିନୟ କରିଥିଲେ। ଏହାପରେ କିଛି  ଫିଲ୍ମରେ ତାଙ୍କୁ ଅତିଥି କଳାକାର ଭାବେ ଦେଖିବାକୁ ମିଳିଛି। ତେବେ ପାଖାପାଖି ୧୨ ବର୍ଷ ପରେ ଶିଳ୍ପା ପୁଣିଥରେ ବଲିଉଡ୍‌କୁ କମ୍‌ବ୍ୟାକ୍‌ କରୁଛନ୍ତି। ଖୁବ୍‌ଶୀଘ୍ର ସେ ସବୀର ଖାନ୍‌ଙ୍କ ଫିଲ୍ମ ‘ନିକମ୍ମା’ରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିବେ। ଅବଶ୍ୟ ବଡ଼ ପରଦା ନ ହେଲେ ବି ଛୋଟ ପରଦାରେ ଏସବୁ ବର୍ଷଗୁଡ଼ିକରେ ସେ ଖୁବ୍ ସକ୍ରିୟ ଥିଲେ। ବିଭିନ୍ନ ରିଆଲିଟି ଶୋ’ରେ ତାଙ୍କୁ ଜଜ୍‌ ଭୂମିକାରେ ଦେଖିବାକୁ ମିଳିଛି।



from Odisha Reporter https://ift.tt/2NalWZo

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages