ପରଲୋକରେ ଖୟାମ୍ ହାଶ୍‌ମି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, August 19, 2019

ପରଲୋକରେ ଖୟାମ୍ ହାଶ୍‌ମି

ମୁମ୍ବାଇ: ପରଲୋକରେ ଭାରତୀୟ ସିନେମା ଜଗତର ଅନ୍ୟତମ ପ୍ରଖ୍ୟାତ ସଙ୍ଗୀତ ନିର୍ଦ୍ଦେଶକ ପଦ୍ମ ବିଭୂଷଣ ମହମ୍ମଦ ଜହୁର ଖୟାମ୍ ହାଶ୍‌ମି। । ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଖୟାମଙ୍କ ପରଲୋକ ଘଟିଛି ।  ଫୁସଫୁସରେ ସଂକ୍ରମଣ ଯୋଗୁଁ ସେ ଗୁରୁତର ଅସୁସ୍ଥ ହୋଇପଡ଼ିଥିଲେ  ।  ଗତ ସପ୍ତାହରେ ତାଙ୍କୁ  ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା ।  ସେଠାରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ କୌଣସି ସୁଧାର ପରିଲକ୍ଷିତ ହୋଇ ନ ଥିଲା। ମୃତ୍ୟୁ ବେଳକୁ ତାଙ୍କୁ ୯୨ ବର୍ଷ ହୋଇଥିଲା।

ଖୟାମଙ୍କ ପରଲୋକ ଖବର ପ୍ରଚାରିତ ହେବା ପରେ ବଲିଉଡ ସମେତ ସଂଗୀତ ପ୍ରେମୀ ମହଲରେ ଶୋକର ଛାୟା ଖେଳିଯାଇଛି ।  ବଲିଉଡର ବହୁ ବିଶିଷ୍ଟ ବ୍ୟକ୍ତି ମେଡିକାଲରେ ପହଞ୍ଚି ଖୟାମଙ୍କ ଶେଷ ଦର୍ଶନ କରିବା ସହ ଶୋକ ବ୍ୟକ୍ତ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଏବଂ ବିଶିଷ୍ଟ ଗାୟିକା ଲତା ମଙ୍ଗେସକର ଟ୍ୱିଟ କରି ଶୋକବ୍ୟକ୍ତ କରିଛନ୍ତି  ।

ପଞ୍ଜାବରେ ଜନ୍ମିତ ବଲିଉଡ୍‌ର ଏହି ସଙ୍ଗୀତ ନିର୍ଦ୍ଦେଶକ ‘ଖୟାମ୍’ ନାମରେ ପରିଚିତ ଥିଲେ।  ମାତ୍ର ୧୭ ବର୍ଷ ବୟସରେ ଲୁଧିଆନାରେ ସେ ତାଙ୍କ ମ୍ୟୁଜିକ୍ କ୍ୟାରିଅର ଆରମ୍ଭ କରିଥିଲେ। ଏହା ୧୯୪୩ ମସିହାର କଥା। ଏହାର ୧୦ ବର୍ଷ ପରେ, ଅର୍ଥାତ୍ ୧୯୫୩ ମସିହାରେ ସେ ବଲିଉଡ୍‌ରେ କାମ ଆରମ୍ଭ କରିଥିଲେ। ତାଙ୍କ ପ୍ରଥମ ଫିଲ୍ମର ନାଁ ‘ଫୁଟ୍‌ପାଥ୍‌’। ୧୯୬୧ରେ ରିଲିଜ୍ ହୋଇଥିବା ଫିଲ୍ମ ‘ଶୋଲା ଔର ଶବ୍‌ନମ୍‌’ ତାଙ୍କୁ ସଙ୍ଗୀତ ନିର୍ଦ୍ଦେଶକ ଭାବେ ପରିଚୟ ଦେଇଥିଲା। ତା’ପରେ ସେ ‘ଆଖ୍‌ରୀ ଖତ୍‌’, ‘କଭି କଭି’, ‘ତ୍ରିଶୂଲ୍‌’, ‘ନୂରୀ’, ‘ବାଜାର’, ‘ଉମ୍‌ରାଓ ଜାନ୍‌’ ଓ ‘ୟାତ୍ରା’ ଭଳି ଫିଲ୍ମରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ।

­­­­୧୯୫୩ରୁ ୧୯୯୦ ପର୍ଯ୍ୟନ୍ତ ସେ ବଲିଉଡ୍‌ରେ ସକ୍ରିୟ ଥିଲେ। ୨୦୦୭ରେ ରିଲିଜ୍ ହୋଇଥିବା ‘ଯାତ୍ରା’ ଫିଲ୍ମରେ ମଧ୍ୟ ସେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ। ‘କଭି କଭି’ ଓ ‘ଉମ୍‌ରାଓ ଜାନ୍‌’ ପାଇଁ ତାଙ୍କୁ ଦୁଇ ଥର ଶ୍ରେଷ୍ଠ ସଙ୍ଗୀତ ନିର୍ଦ୍ଦେଶକ ଭାବେ ଫିଲ୍ମ ଫେୟାର ପୁରସ୍କାର ମିଳିଥିଲା। ୨୦୧୧ରେ ତାଙ୍କୁ ‘ଫିଲ୍ମ ଫେୟାର ଲାଇଫ୍‌ଟାଇମ୍ ଆଚିଭ୍‌ମେଣ୍ଟ୍’ ପୁରସ୍କାର ପ୍ରଦାନ କରାଯାଇଥିଲା। ’ଉମ୍‌ରାଓ ଜାନ୍‌’ ପାଇଁ ସେ ଶ୍ରେଷ୍ଠ ସଙ୍ଗୀତ ନିର୍ଦ୍ଦେଶକ ଭାବେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ମଧ୍ୟ ପାଇଥିଲେ। ୨୦୧୧ରେ ଭାରତ ସରକାର ତାଙ୍କୁ ପଦ୍ମ ଭୂଷଣ ସମ୍ମାନରେ ସମ୍ମାନିତ କରିଥିଲେ। ଏହା ବ୍ୟତୀତ ସେ ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ମଧ୍ୟ ପାଇଛନ୍ତି।



from Odisha Reporter https://ift.tt/2Z57adF

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages