ବନ୍ଧୁତା ନା ସମଲିଙ୍ଗୀ: ଏକାଠି ଜୀବନ ହାରିଲେ ଦୁଇ ନାବାଳିକା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, August 10, 2019

ବନ୍ଧୁତା ନା ସମଲିଙ୍ଗୀ: ଏକାଠି ଜୀବନ ହାରିଲେ ଦୁଇ ନାବାଳିକା

ମେଦିନପୁର: ଏକାଠି ଖାଉଥିଲେ। ଏକାଠି ପଢ଼ୁଥିଲେ। ଦୁଇ ଜଣଙ୍କ ଘର ମଧ୍ୟ ପାଖାପାଖି। ସ୍ଥିତି ଏମିତି ହେଲା ଯେ ୧୫ ବର୍ଷୀୟ ଏହି ଦୁଇ ଜଣ ଯାକ ନାବାଳିକା ଗୋଟିଏ ସମୟରେ ବେକରେ ଦୁପଟା ଲଗାଇ ଆତ୍ମହତ୍ୟା କରିଛନ୍ତି। ଏମାନେ ଦୁଇ ଜଣ ପରସ୍ପରର ବନ୍ଧୁ ଥିଲେ ନା ଏମାନଙ୍କ ମଧ୍ୟରେ ସମଲିଙ୍ଗୀ ସମ୍ପର୍କ ଥିଲା, ସେ ସମ୍ପର୍କରେ ପୁଲିସ୍‌ ଖୋଳତାଡ଼ ଆରମ୍ଭ କରିଛି।

ପଶ୍ଚିମବଙ୍ଗର ପୂର୍ବ ମେଦିନପୁର ଜିଲ୍ଲା ଅନ୍ତର୍ଗତ ଜୁନ୍‌ପୁଟ୍‌ ଉପକୂଳ ପୁଲିସ୍‌ ଷ୍ଟେସନ ଅଞ୍ଚଳରେ ଏହି ଘଟଣା ଘଟିଛି। ଏହି ଦୁଇ ନାବାଳିକାଙ୍କ ଜଣେ ସମ୍ପର୍କୀୟ କହିଛନ୍ତି, “ଏମାନେ ପରସ୍ପରର ଭଲ ବନ୍ଧୁଥିଲେ। ହେଲେ ସେମାନେ ଗୋଟିଏ ସମୟରେ ଏବଂ ଗୋଟିଏ ଶୈଳୀରେ କେମିତି ଜୀବନ ଦେଲେ, ତା’କୁ ଜାଣି ଆଶ୍ଚର୍ଯ୍ୟ ହେଉଛୁ।”

ଶୁକ୍ରକାର ସକାଳେ ପ୍ରତିଦିନ ପରେ ସେମାନେ ସ୍କୁଲ ଯାଇ ପରୀକ୍ଷା ଦେଇଥିଲେ। ଏହାପରେ ଘରକୁ ଫେରି ପରସ୍ପରର ରୁମକୁ ଚାଲି ଯାଇଥିଲେ। ହେଲେ ସନ୍ଧ୍ୟା ସମୟରେ ପରିବାର ଲୋକେ ଯେତେବେଳେ କବାଟ ଖୋଲିବାକୁ କହିଥିଲେ, ସେମାନେ କୌଣସି ଉତ୍ତର ଦେଇ ନଥିଲେ। ଶେଷରେ ପରିବାର ଲୋକ କବାଟ ଭାଙ୍ଗିବା ପରେ ଦୁଇ ଜଣ ଯାକ ନାବାଳିକାଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ପାଇଥିଲେ।  ଉଭୟ ବେକରେ ଦୁପଟା ବାନ୍ଧି ଘରର ସିଲିଂରେ ଝୁଲି ପଡ଼ିଥିଲେ। ଗୋଟିଏ ସମୟରେ ଏବଂ ଗୋଟିଏ ଶୈଳୀରେ କେମିତି ଦୁଇ ଜଣ ଯାକ ଜୀବନ ହାରିଲେ, ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

କେହି କେହି ଏହି ଦୁଇ ନାବାଳିକାଙ୍କ ମଧ୍ୟରେ ସମଲିଙ୍ଗୀ ସମ୍ପର୍କ ଥିବା ମଧ୍ୟ କହିଛନ୍ତି। ପୁଲିସ୍‌ ଏବେ ସବୁ ଦିଗକୁ ଦୃଷ୍ଟିରେ ରଖି ତଦନ୍ତ ଆରମ୍ଭ କରିଛି।



from Odisha Reporter https://ift.tt/2ZRDSf0

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages