୪ ଜିଲ୍ଲାକୁ ଅରେଞ୍ଜ ଓ୍ୱାର୍ଣ୍ଣିଂ ଜାରି କଲା ପାଣିପାଗ କେନ୍ଦ୍ର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, August 5, 2019

୪ ଜିଲ୍ଲାକୁ ଅରେଞ୍ଜ ଓ୍ୱାର୍ଣ୍ଣିଂ ଜାରି କଲା ପାଣିପାଗ କେନ୍ଦ୍ର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ଉତ୍ତର ବଙ୍ଗୋପସାଗର ଏବଂ ତାର ଆଖପାଖ ଅଞ୍ଚଳରେ ସୃଷ୍ଟ ଲଘୁଚାପ ଘନୀଭୂତ ହୋଇ ୱେଲ୍‌ ମାର୍କ ଲୋ ପ୍ରେସରର ରୂପ ନେଇଛି। ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଏହା ଅବପାତର ରୂପ ନେବ ବୋଲି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ବର୍ତ୍ତମାନ ଲଘୁଚାପର ସ୍ଥିତି ବାଂଲାଦେଶ ଓ ପଶ୍ଚିମୂଙ୍ଗ ଉପକୂଳ ଉତ୍ତର ବଙ୍ଗୋପସାଗରରେ ରହିଛି। ଏହା ଅବପାତର ରୂପ ନେଇ ନଥିଲେ ବି ଏହାର ପ୍ରଭାବରେ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାର ୪ଟି ଜିଲ୍ଲାରେ ପାଣିପାଗ ବିଭାଗ ପକ୍ଷରୁ ଅରେଞ୍ଜ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି। ଏହି ଜିଲ୍ଲା ଗୁଡ଼ିକ ହେଉଛି- କୋରାପୁଟ, କଳାହାଣ୍ଡି, ରାୟଗଡ଼ା ଓ ମାଲକାନଗିରି। ଏହି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି।

ସେହିପରି ଉପକୂଳବର୍ତ୍ତୀ ଜିଲ୍ଲା ଗଞ୍ଜାମ, ଗଜପତି, ଯାଜପୁର, ଜଗତସିଂହପୁର ଓ ଭଦ୍ରକ ଏବଂ ଆଭ୍ୟନ୍ତରୀଣ ଓଡ଼ିଶାର ଢେଙ୍କାନାଳ, ଅନୁଗୋଳ, ନବରଙ୍ଗପୁର ଓ ବଲାଙ୍ଗିରରେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ କହିଛି। ସମୁଦ୍ର ଅଶାନ୍ତ ରହୁଥିବାରୁ ଦୁଇରୁ ତିନି ଦିନ ଯାଏ ମତ୍ସ୍ୟଜୀବୀଙ୍କ ସମୁଦ୍ର ମଧ୍ୟକୁ ଯିବାଲାଗି ବାରଣ କରାଯାଇଛି।

ଏନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ଡ୍ୟୁଟି ଅଫିସର ଲକ୍ଷ୍ମୀଧର ମହାପାତ୍ର କହିଛନ୍ତି,“ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଲଘୁଚାପ ଡିପ୍ରେସନର ରୂପ ନେଇପାରେ। ଫଳରେ ରାଜ୍ୟରେ ଭଲ ବର୍ଷା ହୋଇପାରେ। ଆଜି ରାଜ୍ୟର ଅନେକ ସ୍ଥାନରେ ବର୍ଷା ହୋଇପାରେ। ତେବେ ୪ଟି ଜିଲ୍ଲାରେ ଅଧିକ ବର୍ଷ ହେବା ନେଇ ଅରେଞ୍ଜ ୱାଣ୍ଣିଂ ଦିଆଯାଇଛି। ଏହି ଜିଲ୍ଲାଗୁଡ଼ିକ ହେଉଛି-କୋରାପୁଟ, ରାୟଗଡ଼ା, କଳାହାଣ୍ଡି,  ମାଲକାନଗିରି। ତା’ଛଡ଼ା  ଗଞ୍ଜାମ, ଗଜପତି,ଯାଜପୁର, ଭଦ୍ରକ, ଢେଙ୍କାନାଳ, ଅନୁଗୋଳ, ନରଙ୍ଗପୁର, ବଲାଙ୍ଗିର, ଓ ଜଗତସିଂହପୁର ଚିଲ୍ଲାର ଗୋଟିଏରୁ ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ।”

ସେ ଆହୁରି କହିଛନ୍ତି, ଗତ ୨୪ ଘଣ୍ଟା ମଧ୍ୟରେ ପୁରୀରେ ୯୪ ମିମି, ଗୋପାଳପୁରରେ ୭୪ ମିମି, ଭୁନେଶ୍ୱରରେ ୧୮ ମିମି, ସୁନ୍ଦରଗଡ଼ ୧୬ ମିମି ଓ ମାଲକାନଗିରିରେ ୩୩ ମିମି ବର୍ଷା ହୋଇଥିବା ରେକର୍ଡ କରାଯାଇଛି। ତେବେ ବର୍ଷା ନେଇ ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ସତର୍କ ସୂଚନା ଜାରି କରାଯାଇଛି। ”

 



from Odisha Reporter https://ift.tt/2GNNZdp

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages