ଅସିତ୍ ତ୍ରିପାଠୀ ହେବେ ନୂଆ ମୁଖ୍ୟ ସଚିବ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, August 5, 2019

ଅସିତ୍ ତ୍ରିପାଠୀ ହେବେ ନୂଆ ମୁଖ୍ୟ ସଚିବ!

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ ପ୍ରଶାସନର ନବକଳେବର ଖୁବଶୀଘ୍ର ହେବାର ସମ୍ଭାବନା ରହିଛି। ମୁଖ୍ୟ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ଓ ପୁଲିସ ଡିଜି ଡଃ ଆରପି ଶର୍ମାଙ୍କୁ ନୂଆ ନିଯୁକ୍ତି ଦେବାକୁ ରାଜ୍ୟ ସରକାର ପ୍ରକ୍ରିୟା ଆରମ୍ଭ କରିଥିବା ଜଣାପଡ଼ିଛି। ୧୯୮୬ ବ୍ୟାଚ୍ ଆଇଏଏସ୍ ଅଫିସର ତଥା ଉନ୍ନୟନ କମିଶନର ଅସିତ୍ କୁମାର ତ୍ରିପାଠୀଙ୍କୁ ଖୁବଶୀଘ୍ର ରାଜ୍ୟ ମୁଖ୍ୟ ସଚିବ ଭାବେ ନିଯୁକ୍ତି ମିଳିବ। ସେହିପରି ୧୯୮୬ ବ୍ୟାଚ୍ ଆଇପିଏସ୍ ଅଫିସର ବିକେ ଶର୍ମା ରାଜ୍ୟ ପୁଲିସର ମୁଖିଆ ହେବାର ସମ୍ଭାବନା ରହିଛି।

ମିଳିଥିବା ସୂଚନା ଅନୁସାରେ, ବର୍ତ୍ତମାନର ମୁଖ୍ୟ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ସ୍ୱେଚ୍ଛାକୃତ ଅବସର ନେଇ ରାଜ୍ୟ ନିର୍ବାଚନ କମିଶନର ଦାୟିତ୍ୱ ତୁଲାଇବେ। ରାଜ୍ୟ ନିର୍ବାଚନ କମିଶନର ନବକୁମାର ନାୟକଙ୍କ କାର୍ଯ୍ୟକାଳ ଚଳିତବର୍ଷ ମାର୍ଚ୍ଚ ମାସରୁ ଶେଷ ହୋଇଥିଲେ ମଧ୍ୟ ସେଠାରେ ନୂଆ ନିଯୁକ୍ତି ହୋଇନଥିବାରୁ ସେ ସେହି ପଦବୀରେ ଏବେବି କାର୍ଯ୍ୟରତ ଅଛନ୍ତି। ଆଗକୁ ପୌର ନିର୍ବାଚନ ଥିବାରୁ ଶ୍ରୀ ପାଢ଼ୀଙ୍କୁ ରାଜ୍ୟ ସରକାର ସେଠାରେ ଥଇଥାନ ନିମନ୍ତେ ନିଷ୍ପତ୍ତି ନେଇଛନ୍ତି । ଶ୍ରୀ ପାଢ଼ୀ ୨୦୨୦ ଫେବୃୟାରୀ ମାସରେ ସରକାରୀ ଚାକିରୀରୁ ଅବସର ନେବା କଥା। କିନ୍ତୁ ରାଜ୍ୟ ନିର୍ବାଚନ କମିଶନର ପଦବୀରେ ସେ ୬୫ବର୍ଷ ବୟସ ପର୍ଯ୍ୟନ୍ତ କାର୍ଯ୍ୟ କରିବାର ସୁଯୋଗ ଥିବାରୁ ସରକାରୀ ଚାକିରିରୁ ସ୍ୱେଚ୍ଛାକୃତ ଅବସର ନେଇ କାର୍ଯ୍ୟ କରିବେ ବୋଲି ଜଣାପଡ଼ିଛି।

ଦୁଇ ସପ୍ତାହ ଛୁଟିରେ ରହି ଫେରିବା ପରେ ଶ୍ରୀ ପାଢ଼ୀଙ୍କୁ ସ୍ୱେଚ୍ଛାକୃତ ଅବସର ନେବା ପାଇଁ ପରାମର୍ଶ ଦିଆଯାଇଥିବା ସୂଚନା ମିଳିଛି। ତାଙ୍କର ସ୍ୱେଚ୍ଛାକୃତ ଅବସର ଆବେଦନକୁ କେବଳ ରାଜ୍ୟ ସରକାରଙ୍କ ଅନୁମୋଦନ ଆବଶ୍ୟକ ଥିବାରୁ ଏହି ପ୍ରକ୍ରିୟା ଗୋଟିଏ ଦିନ ମଧ୍ୟରେ ସମ୍ଭବପର ହୋଇପାରିବ। ଏପଟେ ଶ୍ରୀ ପାଢ଼ୀଙ୍କ ସ୍ଥାନରେ ବର୍ତ୍ତମାନର ଉନ୍ନୟନ କମିଶନର ଶ୍ରୀ ତ୍ରିପାଠୀ ମୁଖ୍ୟ ସଚିବ ଭାବେ କାର୍ଯ୍ୟ କରିବେ । ଶ୍ରୀ ତ୍ରିପାଠୀ ୨୦୨୦ ଡିସେମ୍ବର ମାସରେ ସରକାରୀ ଚାକିରିରୁ ଅବସର ନେବେ। ଶ୍ରୀ ତ୍ରିପାଠୀ ଏବେ ରାଜ୍ୟ ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଭାବେ ମଧ୍ୟ କାର୍ଯ୍ୟ କରୁଛନ୍ତି।

ଏପଟେ ରାଜସ୍ୱ ପର୍ଷଦ ସଦସ୍ୟ ତଥା ୧୯୮୬ ବ୍ୟାଚ୍ ଆଇଏଏସ୍ ଜିଭିଭି ଶର୍ମା ଗତମାସ ଶେଷ ସପ୍ତାହରେ ଓଡ଼ିଶା ଛାଡ଼ି କେନ୍ଦ୍ରୀୟ ଡେପୁଟେସନରେ ଯାଇଛନ୍ତି। ସେ ଏବେ ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣର ସଚିବ ଭାବେ କାର୍ଯ୍ୟ କରୁଛନ୍ତି। ସେହିପରି ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ସଚିବ ତଥା ୧୯୮୭ ବ୍ୟାଚ୍ ଆଇଏଏସ୍ ରାଜେଶ ବର୍ମା ଗତ ଦୁଇଦିନ ତଳୁ କେନ୍ଦ୍ରୀୟ ଡେପୁଟେସନରେ ଯାଇସାରିଲେଣି। ସେ କେନ୍ଦ୍ର କୃଷି ମନ୍ତ୍ରଣାଳୟରେ ଅତିରିକ୍ତ ସଚିବ ଭାବେ ଯୋଗ ଦେଇଛନ୍ତି। ରାଜ୍ୟ ଏମଏସଏମଇ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ତଥା ୧୯୮୬ ବ୍ୟାଚର ଲକ୍ଷ୍ମୀନାରାୟଣ ଗୁପ୍ତା ଆସନ୍ତାମାସରେ ସରକାରୀ ଚାକିରିରୁ ଅବସର ନେବେ। ତେଣୁ ଏସବୁ ଦୃଷ୍ଟିରୁ ବରିଷ୍ଠ ଆଇଏଏସସ୍ତରରେ ଖୁବଶୀଘ୍ର ବଡ଼ଧରଣର ଅଦଳବଦଳ ହେବାର ସମ୍ଭାବନା ରହିଛି।

ସେହିପରି ପୁଲିସ ଡିଜି ଡଃ ଆରପି ଶର୍ମା ସ୍ୱେଚ୍ଛାକୃତ ଅବସର ନେଇ ଓଡ଼ିଶା ଲୋକାୟୁକ୍ତ ସଦସ୍ୟ ଭାବେ ଦାୟିତ୍ୱ ଗ୍ରହଣ କରିବେ। ଡଃ ଶର୍ମାଙ୍କୁ ଲୋକାୟୁକ୍ତ ସଦସ୍ୟ ଭାବେ ଚୟନ କରିବା ପ୍ରକ୍ରିୟା ଇତିମଧ୍ୟରେ ଶେଷ ହୋଇଥିବାବେଳେ ତାଙ୍କର ସ୍ୱେଚ୍ଛାକୃତ ଅବସର ଆବେଦନ ମଧ୍ୟ ମଞ୍ଜୁର ହୋଇ ସାରିଥିବା ଜଣାପଡ଼ିଛି। ଡଃ ଶର୍ମାଙ୍କ ସ୍ଥାନରେ ରାଜ୍ୟ ପୁଲିସର ଡିଜି ଭାବେ ବିକେ ଶର୍ମାଙ୍କୁ ଅବସ୍ଥାପିତ କରାଯିବାର ଯଥେଷ୍ଟ ସମ୍ଭାବନା ରହିଛି



from Odisha Reporter https://ift.tt/2MG2CTN

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages