ଆଜି ଜେଟଲୀଙ୍କୁ ଦେଖିବା ପାଇଁ ଆରଏସଏସ ମୁଖ୍ୟ ମୋହନ ଭାଗବତ ଓ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ ମଧ୍ୟ ଦିଲ୍ଲୀ ଏମ୍ସ ଆସୁଛନ୍ତି।
ନିଃଶ୍ୱାସ-ପ୍ରଶ୍ୱାସରେ ନେବାରେ କଷ୍ଟ ଅନୁଭବ କରିବାରୁ ଅଗଷ୍ଟ ୯ରେ ଜେଟଲୀ ଦିଲ୍ଲୀ ଏମ୍ସରେ ଭର୍ତ୍ତି ହୋଇଥିଲେ। ଅଗଷ୍ଟ ୧୦ରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଟିକିଏ ସୁଧାର ଆସିଥିବା ଚିକିତ୍ସା କରୁଥିବା ଡାକ୍ତରୀ ବିଶେଷଜ୍ଞ ଟିମ୍ କହିଥିଲେ। ତେବେ ଶୁକ୍ରବାର ରାତି ପାଖରୁ ପୁଣି ଥରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହୋଇଯାଇଥିବା ଜଣାପଡ଼ିଛି।
ଜେଟଲୀଙ୍କୁ ଦେଖିବା ପାଇଁ ଦଳୀୟ ନେତାଙ୍କ ସହିତ ଅନ୍ୟ ଦଳର ନେତା ମଧ୍ୟ ଆସୁଛନ୍ତି। ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ମଧ୍ୟ ଏମ୍ସ ଆସି ଜେଟଲୀଙ୍କ ସ୍ୱାସ୍ଥ୍ୟାବସ୍ଥା ବାବଦରେ ପଚାରି ବୁଝିଛନ୍ତି। ଏହା ପୂର୍ବରୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ଉପ ରାଷ୍ଟ୍ରପତି ଭେଙ୍କେୟା ନାଇଡୁ, ଗୃହମନ୍ତ୍ରୀ ଅମିତ ଶାହ ସମେତ ଅନେକ ନେତା ତାଙ୍କୁ ଦେଖିବା ପାଇଁ ଆସିଥିଲେ।
ସ୍ୱାସ୍ଥ୍ୟ ଭଲ ରହୁନଥିବାରୁ ବିଜେପିର ଏହି ବରିଷ୍ଠ ନେତା ଲୋକସଭା ନିର୍ବାଚନ ଲଢ଼ିନଥିଲେ କି ମନ୍ତ୍ରୀ ପଦ ଗ୍ରହଣ କରିନଥିଲେ।
from Odisha Reporter https://ift.tt/2Zcu0v0
No comments:
Post a Comment