କ’ଣ ପାଇଁ ଦବିଲା ପଳାଶୁଣୀ ଓଭରବ୍ରିଜ୍‌, ଜାରି ରହିଛି ତଦନ୍ତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, August 25, 2019

କ’ଣ ପାଇଁ ଦବିଲା ପଳାଶୁଣୀ ଓଭରବ୍ରିଜ୍‌, ଜାରି ରହିଛି ତଦନ୍ତ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ଉପକଣ୍ଠ ପଳାଶୁଣୀ ଓଭରବ୍ରିଜ୍‌ ଦବିବା ଘଟଣାର ତଦନ୍ତ ଦାବି କରିଛନ୍ତି ସ୍ଥାନୀୟ ଲୋକେ। ନିମ୍ନମାନର କାମ ହୋଇଥିବାରୁ ଏଭଳି ଅଘଟଣ ଘଟିଥିବା ଲୋକେ ଅଭିଯୋଗ କରିଛନ୍ତି। ଗତକାଲି ରାତିରେ ହାଇଟେକ୍ ଛକ ନିକଟରେ ଓଭର୍ ବ୍ରିଜ୍ ଦବିଯିବା ପରେ ଲୋକଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା।

ଟ୍ରାଫିକ୍ ପୁଲିସ୍‌ ଓ ଏନଏଚ୍ଏଆଇ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ। ବ୍ରିଜ୍ ଦବିଥିବା ସ୍ଥାନକୁ କର୍ଡନ କରି ବାଲି ବସ୍ତା ପକାଯାଇଥିଲା। ଫଳରେ ଓଭରବ୍ରିଜ୍ ଉପରେ ଗାଡ଼ି ଚଳାଚଳ ଧୀରେଧୀରେ ସ୍ୱାଭାବିକ ହୋଇଥିଲା। ତେବେ କାହିଁକି ଏବଂ କେଉଁ ପରିସ୍ଥିତିରେ ବ୍ରିଜ୍‌ଟି ଦବିଲା, ନିମ୍ନମାନର କାମ ନା ଅନ୍ୟ କୌଣସି କାରଣ ରହିଛି, ସେନେଇ ଯାଞ୍ଚ କରାଯାଉଛି।

ଜଣେ ସ୍ଥାନୀୟ ବାସିନ୍ଦା କହିଛନ୍ତି,“ ପଳାଶୁଣୀ ଓଭରବ୍ରିଜ୍‌କୁ ସମ୍ପୂର୍ଣ୍ଣ କରିବାକୁ  କମ୍ ସମୟରେ ନିମ୍ନମାନର କାମ ହୋଇଛି। ବ୍ରିଜ୍‌ ଦବିବା ଯୋଗୁ ବଡ଼ ଦୁର୍ଘଟଣା ଘଟିପାରେ। ସେଥିପାଇଁ ଉକ୍ତ ରାସ୍ତା ଦେଇ ଯାନବାହାନ ଚଳାଚଳ ତୁରନ୍ତ ବନ୍ଦ କରାଯାଉ। ଘଟଣାର ତଦନ୍ତ କରାଯାଇ ଏଥିରେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ  ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ।”



from Odisha Reporter https://ift.tt/2U790oD

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages