ବୌଦ୍ଧ(ଭାର୍ଜନ କୁମାର ପ୍ରଧାନ): ବୌଦ୍ଧର ଅତିରିକ୍ତ ଜିଲ୍ଲାପାଳ ରମାକାନ୍ତ ସେଠୀଙ୍କର ଆଜି ଏକ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ବୌଦ୍ଧଠାରୁ ପ୍ରାୟ ୪୦ କିଲୋମିଟର ଦୂର କଲରାକୋଠା ନିକଟରେ ଏହି ଦୁର୍ଘଟଣା ଘଟିଥିବା ବେଳେ ଏଥିରେ ତାଙ୍କ ଡ୍ରାଇଭର୍ ମଧ୍ୟ ଆହତ ହୋଇଛନ୍ତି।
ସୂଚନା ଅନୁଯାୟୀ, ଶ୍ରୀ ସେଠୀ ତାଙ୍କ ସରକାରୀ କାର୍ ଯୋଗେ ଭୁବନେଶ୍ୱରରୁ ବୌଦ୍ଧ ଫେରୁଥିବା ବେଳେ ସକାଳ ପ୍ରାୟ ଆଠଟା ବେଳେ ଏହି ଦୁର୍ଘଟଣା ଘଟିଥିଲା। କଲରାକୋଠା ନିକଟରେ ଡ୍ରାଇଭର୍ ହଠାତ୍ ବ୍ରେକ୍ ମାରି ଦେବାରୁ ଗାଡ଼ିଟି ଓଲଟି ରାସ୍ତାକଡ଼ରେ ଥିବା ଏକ ଗଛରେ ପିଟି ହୋଇଯାଇଥିଲା। ଫଳରେ କାର୍ର ପଛପାଖ ପୂରା ନଷ୍ଟ ହୋଇଯାଇଥିଲା ଓ ଶ୍ରୀ ସେଠୀ ଗୁରୁତର ଭାବେ ଆହତ ହୋଇଥିଲେ। ତାଙ୍କୁ ପ୍ରଥମେ ପୁରୁଣାକଟକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ଅବସ୍ଥା ଅତିସଙ୍କଟାପନ୍ନ ଥିବାରୁ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା। ଏଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ଶ୍ରୀ ସେଠୀଙ୍କୁ ପ୍ରାୟ ୫୫ ବର୍ଷ ହୋଇଥିଲା। ତାଙ୍କ ମୃତ୍ୟୁରେ ବୌଦ୍ଧ ଜିଲ୍ଲାରେ ଶୋକର ଛାୟା ଖେଳି ଯାଇଛି। ଏହି ଦୁର୍ଘଟଣାରେ ଆହତ ହୋଇଥିବା କାର୍ ଡ୍ରାଇଭରଙ୍କୁ ବୌଦ୍ଧ ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
from Odisha Reporter https://ift.tt/2HqZXtP
No comments:
Post a Comment