ନିଦ ହଜାଇଲା ରାଜନାଥ ସିଂହଙ୍କ ମନ୍ତବ୍ୟ, ଇମ୍ରାନ୍ କହିଲେ ‘ପାକିସ୍ତାନ ସହ ନେହରୁ ଏବଂ ଗାନ୍ଧି ପରିବାର ବିପଦରେ’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, August 18, 2019

ନିଦ ହଜାଇଲା ରାଜନାଥ ସିଂହଙ୍କ ମନ୍ତବ୍ୟ, ଇମ୍ରାନ୍ କହିଲେ ‘ପାକିସ୍ତାନ ସହ ନେହରୁ ଏବଂ ଗାନ୍ଧି ପରିବାର ବିପଦରେ’

ଇସଲାମାବାଦ: ଗତକାଲି ଓ ଅଗଷ୍ଟ ୧୬ରେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହଙ୍କ ମନ୍ତବ୍ୟ ପାକିସ୍ତାନର ନିଦ ହଜାଇ ଦେଇଛି। ଗତକାଲି ପିଓକେ ପ୍ରସଙ୍ଗରେ ରାଜନାଥ ସିଂହ କହିଥିଲେ ଭାରତ ପାକିସ୍ତାନ ସହ ଏଥର କଥା ହେଲେ ପାକିସ୍ତାନ ଅଧିକୃତ କଶ୍ମୀର (ପିଓକେ) ବାବଦରେ ଆଲୋଚନା କରିବ। ଏହା ପୂର୍ବରୁ ଅଗଷ୍ଟ ୧୬ରେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ଭାରତ ଓ ପାକିସ୍ତାନ ମଧ୍ୟରେ ବଢ଼ୁଥିବା ବିବାଦକୁ ନେଇ କହିଥିଲେ ଆବଶ୍ୟକ ପଡ଼ିଲେ ଭାରତ ତାର ପରମାଣୁ ନୀତି ବଦଳାଇବ। ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଏହି ପ୍ରସଙ୍ଗରେ ଗତକାଲି ଏକ ସିରିଜ୍ ଟୁଇଟ୍ କରିଛନ୍ତି। ଯାହାକି ପାକିସ୍ତାନ କେତେ ବିଚଳିତ ପ୍ରମାଣିତ ହୋଇଛି।

ଇମ୍ରାନ୍ ଖାନ୍ ବିଶ୍ୱର ସମସ୍ତ ଦେଶକୁ ରାଜନାଥ ସିଂହଙ୍କ ଦ୍ୱାରା ଦିଆଯାଇଥିବା ମନ୍ତବ୍ୟ ଉପରେ ଗୁରୁତ୍ୱାରୋପ କରିବାକୁ କହିଛନ୍ତି। ସେ କହିଛନ୍ତି ‘ଭାରତରେ ଫାଶୀବାଦ ଏବଂ ଜାତିବାଦର ହିନ୍ଦୁ ସରକାର ଚାଲିଛି। ଯାହାକୁ ସାରା ଦୁନିଆ ଆଲୋଚନା କରିବା ଦରକାର। ମୋଦି ସରକାରରେ ଅଳ୍ପ ସଂଖ୍ୟକ, ନେହେରୁ ଗାନ୍ଧି ଏବଂ ପରିବାର ଏବଂ ପାକିସ୍ତାନ ବିପଦରେ ରହିଛି ବୋଲି ଇମ୍ରାନ୍ ଖାନ୍ ଟୁଇଟ୍ କରିଛନ୍ତି। ମୋଦି ସରକାରଙ୍କ ଚରମପନ୍ଥୀ ନୀତିକୁ ସମସ୍ତେ ଭଲ ଭାବରେ ବୁଝିବା ଦରକାର’।

ସେହିପରି ପାକିସ୍ତାନ ବୈଦେଶିକ ମନ୍ତ୍ରୀ ମେହମୁଦ୍ କୁରେଶୀ ଗତକାଲି କହିଛନ୍ତି ‘ପିଓକେ ପ୍ରସଙ୍ଗରେ ଭାରତ ଏପରି ମତ ଦେବା ଅବୈଧ ପଦକ୍ଷେପ’। ଏଥିସହ ଜମ୍ମୁ କଶ୍ମୀରରେ ଗିରଫ ହୋଇଥିବା ବିଛିନ୍ନତାବାଦୀ ନେତା, ଦୁଇ ପୂର୍ବତନ ମୁଖ୍ୟମନ୍ତ୍ରୀ ଉମର ଅବଦୁଲ୍ଲା, ମେହବୁବା ମୁଫତି ଆଦିଙ୍କୁ ଛାଡ଼ିବା ପାଇଁ ପାକିସ୍ତାନ ବୈଦେଶିକ ମନ୍ତ୍ରୀ କହିଛନ୍ତି।

ସୂଚନାଯୋଗ୍ୟ, ମୋଦି ସରକାର ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରିବା ପରେ ପାକିସ୍ତାନ ଏହାକୁ ବିରୋଧ କରିଛି। ଏହି ବିବାଦକୁ ଅନ୍ତର୍ଜାତୀୟ ସ୍ତରରେ ବିଚାର କରିବା ପାଇଁ ଜାତିସଂଘ ସୁରକ୍ଷା ପରିଷଦ ପାଖରୁ ଆରମ୍ଭ କରି ବିଭିନ୍ନ ଦେଶ ପାଖରେ ପାକିସ୍ତାନ ଆବେଦନ କରିଛି।

ହେଲେ ଚାଇନା ବ୍ୟତୀତ ଅନ୍ୟ ସମସ୍ତ ଦେଶ ପାକିସ୍ତାନର ସମର୍ଥନରେ ବାହାରି ନାହାନ୍ତି। ବରଂ କହିଛନ୍ତି ଜମ୍ମୁ କଶ୍ମୀର ପ୍ରସଙ୍ଗ ଦୁଇ ଦେଶ ମଧ୍ୟରେ ଆଲୋଚନା ହୋଇ ସମାଧାନ ହେବା ଦରକାର।

ଭାରତ ଏହି ପ୍ରସଙ୍ଗରେ ନିଜର ମତ ରଖି କହି ସାରିଛି ପାକିସ୍ତାନ ପ୍ରଥମେ ଆତଙ୍କବାଦୀ ନିପାତ କରୁ ତାପରେ ପାକିସ୍ତାନ ସହ ଆଲୋଚନା ହେବ। ଏଥିସହ ଭାରତ ଓ କଶ୍ମୀର ପ୍ରସଙ୍ଗରେ ଆଲୋଚନା ଶିମଲା ଚୁକ୍ତି ଅନୁଯାୟୀ ହେବ।

ସୂଚନାଯୋଗ୍ୟ, ଧାରା ୩୭୦ ଉଚ୍ଛେଦ ପରେ ପାକିସ୍ତାନ ଅଧିକୃତ କଶ୍ମୀର (ପିଓକେ)ରେ ବସବାସ କରୁଥିବା ଲୋକେ ଭାରତୀୟ ସମ୍ବିଧାନ ଉପରେ ଆସ୍ଥା ପ୍ରକଟ କରିଛନ୍ତି। ସେମାନେ ଭାରତରେ ମିଶିବା ପାଇଁ ଦାବି କରିଛନ୍ତି। ଯାହା ପାକିସ୍ତାନର ସମସ୍ୟାକୁ ବଢ଼ାଇ ଦେଇଛି। ଉଲ୍ଲେଖଯୋଗ୍ୟ, ପିଓକେର ଗିଲଗିଟ୍‌-ବାଲ୍ଟିସ୍ତାନ ଅଞ୍ଚଳର ବାସିନ୍ଦା ଭାରତରେ ମିଶିବା ଦାବି କରି ଅଗଷ୍ଟ ୧୩ରେ ବିକ୍ଷୋଭ କରିଥିଲେ।

ସେହିପରି ଧାରା ୩୭୦ ଉଚ୍ଛେଦ ପରେ ଲୋକସଭାରେ ଗୃହମନ୍ତ୍ରୀ ଅମିତ ଶାହ କହିଥିଲେ ପିଓକେ ଓ ଅକ୍ସାଇ ଚୀନ ଭାରତର ଅବିଚ୍ଛେଦ୍ୟ ଅଙ୍ଗ।



from Odisha Reporter https://ift.tt/2HfltkX

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages