‘ଉଭୟ ଶାଢ଼ି ଓ ବିକିନିକୁ ସମ୍ମାନ କରୁ’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, August 12, 2019

‘ଉଭୟ ଶାଢ଼ି ଓ ବିକିନିକୁ ସମ୍ମାନ କରୁ’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):‘ବିକିନି ପିନ୍ଧିବା ପାଇଁ ସଂପୂର୍ଣ୍ଣ ପ୍ରସ୍ତୁତ ଥିଲୁ। ବିକିନି ପିନ୍ଧିବାରେ କୌଣସି ଅସୁବିଧା ନାହିଁ। ଜଣେ ଯେତେବେଳେ ଗ୍ଲାମର ଦୁନିଆକୁ ଯାଏ, ସେ ସବୁ ପରିଧାନରେ ସୁନ୍ଦର ଦେଖାଯିବା ଦରକାର। ସବୁ ପୋଷାକ ପ୍ରତି ସମ୍ମାନ ରହିବା ଉଚିତ୍। ଆମେ ଉଭୟ ଶାଢ଼ି ଓ ବିକିନିକୁ ସମ୍ମାନ କରୁ।’ ଓଟିଭି ଗପସପ କାର୍ଯ୍ୟକ୍ରମକୁ ଆସିଥିବା ଅବସରରେ ଏ କଥା କହିଥିଲେ ଶତାବ୍ଦୀ ସୂର୍ଯ୍ୟସ୍ନାତା ଓ ଶେଫାଳି ଉଦ୍‌ଗାତା। ଆପଣମାନେ ତ ଜାଣିଥିବେ ଏ ଦୁହେଁ କିଏ। ଏହି ଦୁଇ ଓଡ଼ିଆ ଚଳିତ ବର୍ଷ ଯଥାକ୍ରମେ ଓପେରା ମିସେସ୍ ଓ ମିସ୍‌ ଇଣ୍ଡିଆ ଗ୍ଲୋବାଲ୍‌ ଟାଇଟଲ୍‌ ହାସଲ କରିଛନ୍ତି।

‘ଗପସପ’ କାର୍ଯ୍ୟକ୍ରମରେ ଉଭୟଙ୍କୁ ବିକିନି ପ୍ରସଙ୍ଗରେ ପ୍ରଶ୍ନ କରାଯାଇଥିଲା। ସେମାନେ ବିକିନି ପିନ୍ଧିବା ପାଇଁ ପ୍ରସ୍ତୁତ ଥିଲେ ନା ନାହିଁ ବୋଲି ପ୍ରଶ୍ନ କରାଯାଇଥିଲା। ଏହାର ଉତ୍ତରର ଓପେରା ମିସ୍ ଇଣ୍ଡିଆ ଗ୍ଲୋବାଲ୍ ୨୦୧୯ର ବିଜୟିନୀ ଶେଫାଳି କହିଥିଲେ ଯେ, ଏଥିପାଇଁ ସେ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ଥିଲେ। ସେ ଭଲ ଭାବେ ଶାଢ଼ି ପିନ୍ଧି ପାରନ୍ତି। ଏଥିରେ ତାଙ୍କୁ କିଛି ସମସ୍ୟା ହୁଏନି। ସେହିଭଳି ବିକିନିରେ ବି ତାଙ୍କୁ କିଛି ସମସ୍ୟା ନାହିଁ। ଶାଢ଼ି ଓ ବିକିନି ଉଭୟକୁ ସେ ସମ୍ମାନ କରନ୍ତି।

ଶେଫାଳି ଆହୁରି କହିଥିଲେ ଯେ, ସେ ଗ୍ଲାମର ଜଗତକୁ ଯାଉଛନ୍ତି। ତେଣୁ ସେ ସବୁ କିଛି ପରିଧାନ କରି ସୁନ୍ଦର ଦେଖାଯିବା ପାଇଁ ପ୍ରୟାସ କରିବା ଦରକାର।

ସେହିପରି ଓପେରା ମିସେସ୍ ଇଣ୍ଡିଆ ଗ୍ଲୋବାଲ୍ ୨୦୧୯ର ବିଜୟିନୀ ଶତାବ୍ଦୀ କହିଥିଲେ, ବିକିନି ପିନ୍ଧିବାରେ କୌଣସି ଅସୁବିଧା ନାହିଁ। ଆମ ସମାଜରେ ଲୋକମାନଙ୍କ ଚିନ୍ତାଧାରା ଭୁଲ୍‌ ଅଛି। ଆମେ ସବୁ ପୋଷାକରେ ସୁନ୍ଦର ଲାଗିବା ଦରକାର। ଆଉ ବିୟୁଟି ପ୍ୟାଜେଣ୍ଟଗୁଡ଼ିକରେ ଏହା ଏକ ଟାସ୍କ। ଯଦିଓ ଏହି ବିୟୁଟି ପ୍ୟାଜେଣ୍ଟରେ ବିକିନି ରାଉଣ୍ଡଟି ନଥିଲା ତଥାପି ବିକିନି ପିନ୍ଧିବାକୁ ମୁଁ ସଂକୋଚ କରେନି। ଏତେ ବାଛବିଚାର ରଖିବା ଆଦୌ ଉଚିତ୍‌ ନୁହେଁ। ସବୁ ପୋଷାକ ପ୍ରତି ସମ୍ମାନ ରହିବା ଉଚିତ୍।

ସୂଚନାଯୋଗ୍ୟ, ଓପେରା ସୁନ୍ଦରୀ ପ୍ରତିଯୋଗୀତା ଉଭୟ ଯୁବତୀ ଓ ବିବାହିତଙ୍କୁ ନେଇ ହୋଇଥାଏ। ଦେଶର ବିଭିନ୍ନ ରାଜ୍ୟରୁ ଝିଅ ଏବଂ ବୋହୂମାନେ ଏଥିରେ ଭାଗ ନିଅନ୍ତି। ଚଳିତ ବର୍ଷ ଏ ଦୁଇଟି ବର୍ଗରେ ଦୁଇ ଜଣ ଓଡ଼ିଆ ବାଜି ମାରିଛନ୍ତି। ଉଭୟ ଶତାବ୍ଦୀ ଓ ଶେଫାଳି ଆଙ୍କର। ଗତ ବର୍ଷ ଓଡ଼ିଆ ବୋହୂ ପୁପୁଲ୍‌ ଭୂୟାଁ  ଓପେରା ମିସେସ୍ ଇଣ୍ଡିଆ ଗ୍ଲୋବାଲର ବିଜୟିନୀ ହୋଇଥିଲେ। ପୁପୁଲ୍‌ ମଧ୍ୟ ଜଣେ ଆଙ୍କର।



from Odisha Reporter https://ift.tt/2Ks8oXB

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages