କଶ୍ମୀରରେ କଡ଼ା ସୁରକ୍ଷା, ନିରାଡ଼ମ୍ୱର ଭାବରେ ଇଦ୍ ପାଳିତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, August 12, 2019

କଶ୍ମୀରରେ କଡ଼ା ସୁରକ୍ଷା, ନିରାଡ଼ମ୍ୱର ଭାବରେ ଇଦ୍ ପାଳିତ

ଶ୍ରୀନଗର: ଜମ୍ମୁ କଶ୍ମୀରରେ ଆଜି କଡ଼ା ସୁରକ୍ଷା ଭିତରେ ନିରାଡମ୍ୱର ଭାବରେ ଇଦ୍-ଉଲ୍-ଜୁହା ବା ବକ୍ରୀ ଇଦ ପାଳିତ ହେଉଛି। ମୁଖ୍ୟତଃ ଶ୍ରୀନଗରରେ ଅଧିକ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଆଜି ଇଦ୍ ଅବସରରେ ୬ ଘଣ୍ଟା ପାଇଁ ଢ଼ିଲା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ ବୋଲି ନିଷ୍ପତ୍ତି ନେଇଥିଲେ ସରକାର। ହେଲେ ହିଂସା ହେବାର ସୂଚନା ମିଳିବା ପରେ ପୁଣି ଥରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଛନ୍ତି।

ମୁସଲମାନ୍ ସମ୍ପ୍ରଦାୟର ଲୋକମାନେ ସେମାନଙ୍କ ନିକଟବର୍ତ୍ତୀ ମସଜିଦ୍ ଗୁଡ଼ିକୁ ଯାଇ ଇଦ୍ ପ୍ରାର୍ଥନା କରିଛନ୍ତି। ବଡ଼ ବଡ଼ ମସଜିଦ୍ ଗୁଡ଼ିକ ବନ୍ଦ ରହିଥିବା ସୂଚନା ରହିଛି।

ଗିରଫ ହୋଇଥିବା ଜମ୍ମୁ କଶ୍ମୀରର ଦୁଇ ପୂର୍ବତନ ମୁଖ୍ୟମନ୍ତ୍ରୀ ଉମର ଅବଦୁଲହା ଏବଂ ମେହବୁବା ମୁଫତିଙ୍କୁ ମଧ୍ୟ ଇଦ୍ ପ୍ରାର୍ଥନା ପାଇଁ ନିକଟ ମସଜିଦଙ୍କୁ ଯିବେ ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ, ଜମ୍ମୁ କଶ୍ମୀରକୁ ସ୍ୱତନ୍ତ୍ର ରାଜ୍ୟର ମାନ୍ୟତା ଦେଉଥିବା ଧାରା ୩୭୦କୁ କେନ୍ଦ୍ର ସରକାର ଗତ ସପ୍ତାହରେ ହଟାଇଛନ୍ତି। ଏହାପରେ ହିଂସା ହୋଇପାରେ ବୋଲି ଆକଳନ କରି ଜମ୍ମୁ କଶ୍ମୀରରେ କର୍ଫ୍ୟୁ ଓ ଧାରା ୧୪୪ ଲାଗୁ କରାଯାଇଛି। ଅନ୍ୟପଟେ ଧାରା ୩୭୦ ହଟିଲେ ଭୟଙ୍କର ଆନ୍ଦୋଳନ ହେବ ବୋଲି ଧମକ ଦେଇଥିବା ଜମ୍ମୁ କଶ୍ମୀରର ପ୍ରମୁଖ ନେତା ମାନଙ୍କୁ ଗିରଫ କରି ଜେଲରେ ରଖାଯାଇଛି। ସେହିପରି ପାକିସ୍ତାନ ପଟୁ ଆତଙ୍କବାଦୀ ଆକ୍ରମଣ ଆଶଙ୍କା ଥିବାରୁ ସରକାର ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡ଼ାକଡ଼ି କରି ଦେଇଛନ୍ତି।

ତେବେ ଇଦ୍ ଥିବାରୁ ଶୁକ୍ରବାର ପାଖରୁ ଧାରା ୧୪୪ ରେ ସରକାର କୋହଳ କରିଥିଲେ। ଶନିବାର କିଛି ଜିଲ୍ଲାରେ ସ୍କୁଲ୍ ଓ କଲେଜ ମଧ୍ୟ ଖୋଲିଥିଲା। ରାସ୍ତାଘାଟ ପୂର୍ବାବସ୍ଥାକୁ ଫେରିଥିଲା। ତେଣୁ ଆଜି ବି ଢ଼ିଲା ସୁରକ୍ଷା ରହିବ ବୋଲି ନିଷ୍ପତ୍ତି ନିଆଯାଇଥିଲା। କିନ୍ତୁ ହିଂସାକାଣ୍ଡ ଘଟିବାର ସୂଚନା ପହଞ୍ଚିଥିବାରୁ ପୁଣି ଥରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।



from Odisha Reporter https://ift.tt/31zX1SW

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages