ଶ୍ରୀନଗର: ଜମ୍ମୁ କଶ୍ମୀରେ ସପ୍ତାହକ ମଧ୍ୟରେ ୩୮ ହଜାରରୁ ଅଧିକ ଯବାନ ନିୟୋଜିତ ହେବା ପରେ ଜମ୍ମୁ କଶ୍ମୀର ଉପରେ ଏବେ ସାରା ଦେଶର ନଜର। ଅମରନାଥ ଯାତ୍ରା ଉପରେ ରୋକ ଲାଗିବା ପରେ ବିଭିନ୍ନ ଗୁଜବ ସୃଷ୍ଟି ହେବାରେ ଲାଗିଛି । ଏ ନେଇ ରାଜ୍ୟପାଳ ସତ୍ୟପାଲ ମଲ୍ଲିକ ବାରମ୍ୱାର ସ୍ପଷ୍ଟୀକରଣ ରଖୁଛନ୍ତି।
ରାଜ୍ୟପାଳ କହିଛନ୍ତି ସେ ଦିଲ୍ଲୀର ସମସ୍ତଙ୍କ କଥା ହୋଇଛନ୍ତି। ହେଲେ ଆସନ୍ତାକାଲି କଣ ହେବ ସେ ନେଇ ସ୍ପଷ୍ଟ ସୂଚନା ମିଳି ନାହିଁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କିମ୍ୱା ଗୃହ ମନ୍ତ୍ରୀ ଅମିତ ଶାହ ମଧ୍ୟ ତାଙ୍କ ସହ ଏ ବାବଦରେ ଚର୍ଚ୍ଚା କରି ନାହାନ୍ତି। ଆସନ୍ତାକାଲି କଣ ହେବ କଶ୍ନୀରରେ ସେ ନିଷ୍ପତ୍ତି ତାଙ୍କ ହାତରେ ନଥିବା ସେ କହିଛନ୍ତି। ତେଣୁ ଆଜି କଥା କିଛି ଭାବିବା ଦରକାର ନାହିଁ ବୋଲି ସେ କହିଛନ୍ତି। କିନ୍ତୁ କଶ୍ମୀରରେ ଅତିରିକ୍ତ ଯବାନ ନିୟୋଜିତ ହେବା ପରେ ସମ୍ୱିଧାନର ଧାରା ୩୫ଏ ଓ ୩୭୦ ଉଚ୍ଛେଦ ହେବା କଥା ଚର୍ଚ୍ଚା ହେଉଛି ବୋଲି ସେ କହିଛନ୍ତି।
ସେ ଆହୁରି କହିଛନ୍ତି, ସମସ୍ତ ନାଗରିକଙ୍କ ସୁରକ୍ଷା ରାଜ୍ୟର ଦାୟିତ୍ୱ । ତେଣୁ ସମସ୍ତ ପର୍ଯ୍ୟଟକଙ୍କୁ ଫେରିବା ପାଇଁ କୁହାଯାଇଛି । ରାଜନୈତିକ ଦଳମାନେ ତାଙ୍କ ସମର୍ଥକଙ୍କୁ ଶାନ୍ତିରେ ରହିବାକୁ କୁହନ୍ତୁ । ଗୁଜବଠାରୁ ଦୂରରେ ରହିବା ପାଇଁ ସେ ନିବେଦେନ କରିଛନ୍ତି ।
ସୂଚନାଯୋଗ୍ୟ, ଗତକାଲି ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ନେଶନାଲ କନଫରେନସର ପ୍ରମୁଖ ନେତା ଉମର ଅବଦୁଲ୍ଲା ରାଜ୍ୟପାଳଙ୍କୁ ଭେଟିବା ପରେ କହିଥିଲେ ଧାରା ୩୫-ଏ କିମ୍ୱା ୩୭୦ ଉଚ୍ଛେଦ ହେବ ନାହିଁ ବୋଲି ରାଜ୍ୟପାଳ ତାଙ୍କୁ ଆଶ୍ୱସ୍ଥି ଦେଇଛନ୍ତି। ହେଲେ ରାଜ୍ୟପାଳ କେବେ ଜମ୍ମୁ କଶ୍ନୀରର ମୁଖ୍ୟ ନୁହନ୍ତି ତେଣୁ ଏବାବଦରେ ସୋମବାର ସଂସଦରେ କେନ୍ଦ୍ର ସରକାର ସ୍ପଷ୍ଟୀକରଣ ଦିଅନ୍ତୁ ବୋଲି ଗଣମାଧ୍ୟମରେ ପ୍ରତିକ୍ରିୟା ଦେଇ କହିଥିଲେ। ଅବଦୁଲ୍ଲା ପ୍ରତିକ୍ରିୟା ଦେବାର କିଛି ଘଣ୍ଟା ପରେ ରାଜ୍ୟପାଳ ସତ୍ୟପାଲ ମଲ୍ଲିକ ପ୍ରତିକ୍ରିୟା ରଖିଥିଲେ।
from Odisha Reporter https://ift.tt/2YCugTT
No comments:
Post a Comment