ବନ୍ଧୁତ୍ୱ ଦିବସରେ ବଲିଉଡ ଗୀତକୁ ମନେ ପକାଇ ମୋଦିଙ୍କୁ ଶୁଭେଚ୍ଛା ଜଣାଇଲେ ଇସ୍ରାଏଲ ପ୍ରଧାନମନ୍ତ୍ରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, August 4, 2019

ବନ୍ଧୁତ୍ୱ ଦିବସରେ ବଲିଉଡ ଗୀତକୁ ମନେ ପକାଇ ମୋଦିଙ୍କୁ ଶୁଭେଚ୍ଛା ଜଣାଇଲେ ଇସ୍ରାଏଲ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଆଜି ଅନ୍ତର୍ଜାତୀୟ ବନ୍ଧୁତ୍ୱ ଦିବସ। ଏହି ଅବସରରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟୁଇଟ କରି ଶୁଭେଚ୍ଛା ଜଣାଇଛନ୍ତି। ଭାରତରେ ଥିବା ଇସ୍ରାଏଲ ଦୂତବାସ ପକ୍ଷରୁ ଏହି ଟୁଇଟ୍ କରାଯାଇଛି। ପ୍ରଧାନମନ୍ତ୍ରୀ ମୋଦି ଏବଂ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନଙ୍କର କିଛି ଫଟୋକୁ ଯୋଡି ଭିଡିଓ ପୋଷ୍ଟ କରାଯାଇଛି।

ଯେଉଁଥିରେ ଉଲ୍ଲେଖ ରହିଛି ଆଗକୁ ଦୁଇ ଦେଶ ମଧ୍ୟରେ ବନ୍ଧୁତ୍ୱ ଜାରି ରହୁ ଏବଂ ଦୁଇ ଦେଶକୁ ଶିଖରେ ପହଞ୍ଚାଉ। ଏଥିସହ ବଲିଉଡ ଅଭିନେତା ଅମିତାଭ ବଚ୍ଚନ, ଧର୍ମେନ୍ଦ୍ର ଏବଂ ହେମା ମାଳିନୀଙ୍କ ଦ୍ଲାରା ଅଭୀନିତ ଫିଲ୍ମ ୧୯୭୫ର ବଲିଉଡ ହିଟ୍ ଫିଲ୍ନ ‘ଶୋଲେ’ର ଲୋକପ୍ରିୟ ଗୀତ ‘ୟେ ଦୋସ୍ତି ହମ୍ ନହିଁ ତୋଡେଙ୍ଗେ’ ଗୀତକୁ ଟୁଇଟ ପୋଷ୍ଟରେ ଉଲ୍ଲେଖ ରହିଛି।

ସୂଚନାଯୋଗ୍ୟ, ଇସ୍ରାଏଲ ପ୍ରଧାନମନ୍ତ୍ରୀ ଓ ଭାରତର ପ୍ରଧାନମନ୍ତ୍ରୀଙ୍କ ବନ୍ଧୁତ୍ୱ ବହୁତ ଭଲ। ଆସନ୍ତା ମାସରେ ଇସ୍ରାଏଲରେ ମଧ୍ୟବର୍ତ୍ତୀ କାଳୀନ ନିର୍ବାଚନ ରହିଛି। ଏହି ଅବସରରେ ବେଞ୍ଜାମିନଙ୍କ ଦଳ ଲିକୁଡ୍ ପାର୍ଟିର ଅଫିସ କୋଠାରେ ଏହି ବିଜ୍ଞାପନ ହୋର୍ଡିଂ ଦେଖିବାକୁ ମିଳିଥିଲା। ଯେଉଁଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ଏକ ନିର୍ବାଚନୀ ବିଜ୍ଞାପନ ଦେଖିବାକୁ ମିଳିଥିଲା। ସେପ୍ଚେମ୍ୱର ୯ରେ ଦିନିକିଆ ଭାରତ ଗସ୍ତରେ ମଧ୍ୟ ବେଞ୍ଜାମିନ୍ ନେତାନ୍ୟାହୁ ଆସିବୋ ବୋଲି ଜଣାପଡ଼ିଛି।



from Odisha Reporter https://ift.tt/2yxKSBN

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages