ଆଜି ସ୍ୱାୟତ୍ତ ଶାସନ ଦିବସ: ସଜେଇ ହେଲାଣି ରାଜଧାନୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, August 30, 2019

ଆଜି ସ୍ୱାୟତ୍ତ ଶାସନ ଦିବସ: ସଜେଇ ହେଲାଣି ରାଜଧାନୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ସ୍ୱାୟତ୍ତ ଶାସନ ଦିବସ। ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ମହାନଗର ନିଗମ, ପୌରସଂସ୍ଥା ଏବଂ ଏନ୍ଏସିରେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଏଥିନିମନ୍ତେ ରାଜଧାନୀ ନବବଧୂ ପରି ସଜେଇ ହୋଇଛି। ରଙ୍ଗିନ ଆଲୋକମାଳାରେ ବିଭିନ୍ନ ସରକାରୀ କାର୍ଯ୍ୟାଳୟ ଝଲସି ଉଠୁଛି।

ଏହି ଅବସରରେ ଭୁବନେଶ୍ୱର ମହାନଗର ନିଗମର ସମସ୍ତ ୱାର୍ଡରେ ୱାର୍ଡ କାର୍ଯ୍ୟାଳୟ ଉଦ୍‌ଘାଟିତ ହେବ। ଲୋକଙ୍କ ନିକଟରେ ସ୍ୱାୟତ୍ତ ଶାସନ ବ୍ୟବସ୍ଥାକୁ ପହଞ୍ଚାଇବା ଲକ୍ଷ୍ୟରେ ଏହି ଯୋଜନା କରାଯାଇଛି।  ଯାହାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ଘାଟନ କରିବେ। ଏଣିକି ଭୁବନେଶ୍ୱରରେ ଥିବା ସମସ୍ତ ୬୭ଟି ୱାର୍ଡ ପାଇଁ କାର୍ଯ୍ୟାଳୟ ଖୋଲିବ।

ଏଥିସହ ସହରରେ ପରିମଳ ବ୍ୟବସ୍ଥାର ସୁପରିଚାଳନା ଲାଗି ମୁଖ୍ୟମନ୍ତ୍ରୀ ୪୦ଟି ମାଇକ୍ରୋ କମ୍ପୋଷ୍ଟିଂ ସେଣ୍ଟରର ବି ଆଜି ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ଏନେଇ ପ୍ରତି କେନ୍ଦ୍ର ଲାଗି ୩୨ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି। ଭୁବନେଶ୍ୱରରେ ବର୍ଷାଜଳର ପରିଚାଳନା ଓ ନିର୍ଗତ ଲାଗି ୧୧ଟି ଡ୍ରେନର ଭିତ୍ତିପ୍ରସ୍ତର ସ୍ଥାପନ କରାଯିବ। ଏହାଛଡ଼ା ୨୦ରୁ ଅଧିକ ଉନ୍ନୟନମୂଳକ ଯୋଜନାର ଶୁଭାରମ୍ଭ ଓ ଭିତ୍ତି ପ୍ରସ୍ତର ଦିଆଯିବ।



from Odisha Reporter https://ift.tt/2MNBO4E

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages