ନୂଆଦିଲ୍ଲୀ: ଦୁର୍ଘଟଣାରେ ଗୋଡ଼ ଭାଙ୍ଗିଯାଇଥିବା ଏକ ୧୧ ମାସ ଛୁଆର ଗୋଡ଼ ପ୍ଲାଷ୍ଟର କରିବାକୁ ଡାକ୍ତର ଆପଣାଇଲେ ଅଭିନବ ତରିକା। ଫଳରେ ଛୁଆଟି କୌଣସି ଅଝଟ ନ କରି ଖୁସିରେ ଖୁସିରେ ଗୋଡ଼ ପ୍ଲାଷ୍ଟର କରାଇବାକୁ ରାଜି ହୋଇଗଲା। ଦିଲ୍ଲୀ ଲୋକନାୟକ ହସ୍ପିଟାଲର ଏପରି ଏକ ଭିଡ଼ିଓ ଏବେ ଭାଇରାଲ ହେବାରେ ଲାଗିଛି।
ଶିଶୁଟିର ଗୋଡ଼ କିପରି ପ୍ଲାଷ୍ଟର ହେବ ତାକୁ ନେଇ ଭୟଭୀତ ହୋଇଯାଇଥିଲେ ତାର ବାପାମା’। ଛୁଆଟିର ଜିଦ୍ ଥିଲା ଯେ, ପ୍ରଥମେ ତା’ ପ୍ରିୟ କଣ୍ଡେଇର ଗୋଡ଼କୁ ପ୍ଲାଷ୍ଟର କରାଯାଉ, ପରେ ତା’ର ହେବ। ଏହା ଶୁଣି ଡାକ୍ତର ମଧ୍ୟ ଛୁଆର କଥା ମାନିଥିଲେ। ସେ ପ୍ରଥମେ କଣ୍ଡେଇର ଦୁଇ ଗୋଡ଼ରେ ପ୍ଲାଷ୍ଟର କରିଥିଲେ। ପରେ ଶିଶୁଟି ଖୁସିରେ ଚିକିତ୍ସା ପାଇଁ ରାଜି ହୋଇଥିଲା। ଆଉ ପ୍ଲାଷ୍ଟର କରିବା ସହଜ ହୋଇଥିଲା।
ଏହି ଫଟୋ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଶିଶୁର ମା’ଙ୍କ କହିବା ଅନୁସାରେ, ସବୁବେଳେ ପିଲାଟି ଏହି କଣ୍ଢେଇ ସହ ଖେଳେ। ଖୁଆଇବା ବେଳେ ମଧ୍ୟ ଏହିଭଳି ନାଟକ କରେ। ପ୍ରଥମେ କଣ୍ଡେଇକୁ ଖୁଆଇବାକୁ କୁହେ, ତାପରେ ନିଜେ ଖାଏ।
from Odisha Reporter https://ift.tt/2PvzyS3
No comments:
Post a Comment