ଆଜି ନୀତି ଆୟୋଗ ବୈଠକ, ଯୋଗ ଦେବେନି ମୁଖ୍ୟମନ୍ତ୍ରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, August 15, 2019

ଆଜି ନୀତି ଆୟୋଗ ବୈଠକ, ଯୋଗ ଦେବେନି ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର ( ଓଡ଼ିଶା ରିପୋର୍ଟର ): ଆଜି ମୁମ୍ବାଇରେ ନୀତି ଆୟୋଗ ବୈଠକ ଅନୁଷ୍ଠିତ ହେବ । ମୁମ୍ବାଇ ମାଲାବାର ହିଲସ୍ଥିତ ଶୟିୟଦ୍ରୀ ଗେଷ୍ଟହାଉସରେ  ଆଜି ଆୟୋଜିତ ହେବାକୁ ଥିବା ଏହି ବୈଠକରେ  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  ଯୋଗଦେବେ ନାହିଁ । ତାଙ୍କ ସ୍ଥାନରେ କୃଷି ମନ୍ତ୍ରୀ ଅରୁଣ ସାହୁ ବୈଠକରେ ସାମିଲ ହେବେ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱିତୀୟ ପାଳି ଶାସନରେ ଏହା ହେଉଛି ନୀତି ଆୟୋଗର ଦ୍ୱିତୀୟ ଉଚ୍ଚକ୍ଷମତା ସମ୍ପନ୍ନ ବୈଠକ । ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫର୍ଣ୍ଣାଣ୍ଡିସ୍‌ଙ୍କ ଆବାହକତ୍ୱରେ ଅନୁଷ୍ଠିତ ହେବାକୁ ଥିବା ଏହି ବୈଠକରେ କୃଷି କ୍ଷେତ୍ରରେ ସାମଗ୍ରୀକ ବିକାଶ ଆଣିବା ଲାଗି ୭ଟି ଏଜେଣ୍ଡା ଉପରେ ଆଲୋଚନା ହେବାର ଅଛି ।

ଏହି ଅବସରରେ ଅତ୍ୟାବଶ୍ୟକ ସାମଗ୍ରୀ ଆଇନରେ ଆବଶ୍ୟକ ସଂଶୋଧନ ପାଇଁ ମଧ୍ୟ ପ୍ରସ୍ତାବ ଗ୍ରହଣ କରାଯିବ। ଏହାସହିତ ଉନ୍ନତ କୃଷି ପାଇଁ ଚାଷୀମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ ସହ  କୃଷି ଉତ୍ପାଦନର ବଜାର ଭିତ୍ତିଭୂମି ସୃଷ୍ଟି କରିବା ପାଇଁ ଘରୋଇ ପୁଞ୍ଜିନିବେଶ ଉପରେ ରାଜ୍ୟମାନଙ୍କ ମତାମତ ନିଆଯିବ। କୃଷି ପାଇଁ କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରବର୍ତ୍ତିତ ଯୋଜନା, ଯେପରିକି ଇ-ନାମ୍ ଓ ଗ୍ରାମ୍ ପରି ଯୋଜନାଗୁଡ଼ିକରେ ଆଉ କଣ ସଂସ୍କାର ଅଣାଯାଇପାରିବ ସେ ନେଇ ମଧ୍ୟ ଆଲୋଚନା କରାଯିବ।

ଏହାସହିତ ଆନୁସଙ୍ଗିକ ଭାବେ କୃଷି ଉତ୍ପାଦନର ରପ୍ତାନୀ, ଖାଦ୍ୟ ପ୍ରକ୍ରିୟାକରଣ, ଭଣ୍ଡାରଘର, ବଜାର ଭିତ୍ତିଭୂମି ନେଇ ବୈଠକରେ ବ୍ୟାପନ ଆଲୋଚନା ପାଇଁ କାର୍ଯ୍ୟକ୍ରମ ସ୍ଥିର କରାଯାଇଛି। ଆସନ୍ତା ୨ ମାସ ଭିତରେ ନୀତି ଆୟୋଗ ଭାରତ ସରକାରଙ୍କୁ ରିପୋର୍ଟ ପ୍ରଦାନ କରିବେ ।



from Odisha Reporter https://ift.tt/2MlxVUm

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages