ଆପଣ ଅନେକ ସମୟରେ ଅନେକ ଲୋକଙ୍କଠାରୁ ଶୁଣିବାକୁ ପାଇଥିବେ ଯେ ସେମାନେ ଭଲ ରୋଜଗାର କରୁଛନ୍ତି, କିନ୍ତୁ ସଞ୍ଚୟ କରିପାରୁ ନାହାନ୍ତି। ତେଣୁ ଯେତେ ଆୟ କଲେ ବି ଦରକାର ବେଳେ ଅର୍ଥର ଅଭାବ ଦେଖାଯାଏ। ଯଦି ଆପଣ ବି ଏଭଳି ସମସ୍ୟାର ସମ୍ମୁଖୀନ ହେଉଛନ୍ତି, ତା’ହେଲେ ହୋଇପାରେ ଆପଣଙ୍କ ଘରେ କିଛି ବାସ୍ତୁଦୋଷ ଥାଇପାରେ। ଘରେ ବାସ୍ତୁଦୋଷ ରହିଲେ ଆପଣ ଯେତେ ଚେଷ୍ଟା କଲେ ମଧ୍ୟ ଅର୍ଥ ସଞ୍ଚୟ କରି ନପାରନ୍ତି। ତେଣୁ ଏ କ୍ଷେତ୍ରରେ ବାସ୍ତୁର କେଉଁ ଦିଗ ପ୍ରତି ଧ୍ୟାନ ଦେବା ଉଚିତ୍, ତାହା ଜାଣି ନିଅନ୍ତୁ।
୧. ବାସ୍ତୁଶାସ୍ତ୍ର ଅନୁସାରେ ଆଲମାରୀ କୁବେରଙ୍କ ପ୍ରତୀକ। ତେଣୁ ଏହାକୁ ସଠିକ୍ ଦିଗରେ ରଖନ୍ତୁ। ଏହାକୁ ଉତ୍ତର ଦିଗରେ ରଖିଲେ ଶୁଭ ହୋଇଥାଏ। ଆହୁରି ମଧ୍ୟ ଆଲମାରୀ ସାମ୍ନାରେ ବାଥ୍ରୁମ୍ କିମ୍ୱା ଅଳିଆ ଆବର୍ଜନା ରଖନ୍ତୁ ନାହିଁ।
୨. ବାସ୍ତୁରେ ଏହା ମଧ୍ୟ କୁହାଯାଇଛି ଯେ ଆଲମାରୀ କେବେ ଖାଲି ରଖନ୍ତୁ ନାହିଁ, ଏଥିରେ କିଛି ନା କିଛି ଟଙ୍କା ନିଶ୍ଚୟ ରଖନ୍ତୁ। ଏହା ବ୍ୟତୀତ ଆଲମାରୀରେ ଏକ ଦର୍ପଣ ଲଗାନ୍ତୁ। ଯେପରି ଆଲମାରୀ ଖୋଲିବା ଏବଂ ବନ୍ଦ କରିବା ସମୟରେ ଆପଣଙ୍କ ମୁହଁ ଦେଖା ଯାଉଥିବ। ଏହା ଦ୍ୱାରା ଆପଣଙ୍କୁ ଆର୍ଥିକ ଲାଭ ମିଳିଥାଏ। ଆଲମାରୀ ଉପରେ କୌଣସି ପ୍ରକାର ଭାରି ଜିନିଷ ରଖନ୍ତୁ ନାହିଁ। ଏପରି କଲେ ଧନହାନି ହୋଇଥାଏ।
୩. ଧନ୍ତେରସ୍ ଦିନ ଆଲମାରୀରକୁ ପୂଜା କରନ୍ତୁ। ଏହି ଦିନ ମା’ ଲକ୍ଷ୍ମୀ ଓ କୁବେରଙ୍କର ପୂଜା କରନ୍ତୁ ଓ ପ୍ରାର୍ଥନା କରନ୍ତୁ ଯେମିତି କେବଳ ସଠିକ୍ ବାଟରେ ଆପଣଙ୍କ ଧନ ଖର୍ଚ୍ଚ ହେବ।
୪. ଆଲମାରୀକୁ କେବେ ହେଲେ ଅସନା ହାତରେ ଛୁଅନ୍ତୁ ନାହିଁ। ଟଙ୍କା ରଖିବା ଓ ବାହାର କରିବା ସମୟରେ ଆପଣଙ୍କ ହାତକୁ ସଫା ରଖନ୍ତୁ। ଏଥିପ୍ରତି ଧ୍ୟାନ ଦିଅନ୍ତୁ।
ଏହିସବୁ ବାସ୍ତୁ ନିୟମ ପାଳନ କଲେ, ଆପଣ ଧନ ସଞ୍ଚୟ କରିପାରନ୍ତି।
from Odisha Reporter https://ift.tt/2TBVcCz
No comments:
Post a Comment