ଚଣ୍ଡିଗଡ: ସାଇବର ଠକେଇର ଶିକାର ହୋଇଛନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ ପତ୍ନୀ ତଥା ପଟିଆଲା ସାଂସଦ ପ୍ରୀନିତ କୌର। ସାଂସଦ କୌରଙ୍କୁ ଜଣେ ଯୁବକ ଫୋନରେ ବ୍ୟାଙ୍କ୍ ମ୍ୟାନେଜରର ପରିଚୟ ଦେଇ ୨୩ ଲକ୍ଷ ଟଙ୍କା ଠକେଇ କରିବାରେ ସଫଳ ହୋଇଥିଲା। ଏବେ ପୁଲିସ ତଦନ୍ତ କରି ଜଣଙ୍କୁ ଗିରଫ କରିଛି।
କିଛି ଦିନ ତଳେ ସଂସଦ ଚାଲିଥିବା ବେଳେ ସାଂସଦ ପ୍ରୀନିତ କୌର ଦିଲ୍ଲୀରେ ଥିଲେ। ଏହି ସମୟରେ ଜଣେ ଯୁବକ ଏକ ରାଷ୍ଟ୍ରାୟତ୍ତ ବ୍ୟାଙ୍କର ଅଧିକାରୀ ବୋଲି ପରିଚୟ ଦେଇ ଫୋନ୍ କରିଥିଲା। ଆକାଉଣ୍ଟ ନମ୍ୱର ଦେଲେ ଯାଇ ତାଙ୍କ ଦରମା ଟଙ୍କା ଦାଖଲ ହେବ ବୋଲି ସାଂସଦଙ୍କୁ କହିଥିଲା। ଯଦି ଶୀଘ୍ର ନଦେବେ ତା’ହେଲେ ଦରମା ଆକାଉଣ୍ଟକୁ ଯିବାରେ ବିଳମ୍ୱ ହେବ। ଏହାପରେ ସାଂସଦ କୌର ବ୍ୟାଙ୍କ ଆକାଉଣ୍ଟ ନମ୍ୱର ଦେଇଥିଲେ। ଯୁବକ ଜଣଙ୍କ ସାଂସଦଙ୍କ ଏଟିଏମ୍ କାର୍ଡ ନମ୍ୱର ଏବଂ ଏଟିଏମ୍ ପଛରେ ଲେଖାଥିବା ସିଭିସି କୋଡ ମଧ୍ୟ ସାଂସଦଙ୍କୁ ମାଗିଥିଲା। ଏହାପରେ ସେ ତାଙ୍କ ମୋବାଇଲକୁ ଯାଇଥିବା ଓଟିପି ନମ୍ୱର ଦେବାକୁ କହିଥିଲା। ସାଂସଦ କୌର ମୋବାଇଲକୁ ଆସିଥିବା ନମ୍ୱର ଦେବା ପରେ ହଠାତ୍ ତାଙ୍କ ଆକାଉଣ୍ଟରୁ ୨୩ ଲକ୍ଷ ଟଙ୍କା କଟି ଯାଇଥିଲା।
ଏହାପରେ ସାଂସଦ ପ୍ରୀନିତ କୌର ଥାନାରେ ଏତଲା ଦେଇଥିଲେ। ପଞ୍ଜାବ ପୁଲିସ ଘଟଣାର ତଦନ୍ତ କରି ସଙ୍ଗେ ସଙ୍ଗେ ଝାରଖଣ୍ଡରୁ ଜଣେ ଯୁବକକୁ ଗିରଫ କରିଛି ବୋଲି ପଟିଆଲା ଥାନା ଅଧିକାରୀ ମନଦୀପ ସିଂହ ସିଦ୍ଧୁ କହିଛନ୍ତି।
from Odisha Reporter https://ift.tt/2ZFaI2w
No comments:
Post a Comment