ତେଲକୋଇ(ଚିନ୍ମୟ କୁମା ସାହୁ): କେନ୍ଦୁଝର ଜିଲ୍ଲା ତେଲକୋଇ ବନାଞ୍ଚଳ ଅଧିନ ଖୁଣ୍ଟାପଡା ଗାଁରେ ଭାଲୁ ଆକ୍ରମଣରେ ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ଗୁରୁତର ଜଣକ ହେଲେ ଖୁଣ୍ଟାପଡା ଗାଁର ଅଖିଳ ମୁଖି। ତାଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।
ସୂଚନା ଅନୁସାରେ, ଆଜି ଭୋରରୁ ଅଖିଳ ସାହିର କିଛି ଲୋକଙ୍କ ସହିତ ଗାଁ ପାଖରେ ଥିବା ନାଠିକଟା ଜଙ୍ଗଲକୁ ଛତୁ ଖୋଜିବାକୁ ଯାଇଥିଲେ। ଜଙ୍ଗଲ ଭିତରେ ମୁଣ୍ଡ ତଳକୁ କରି ଅଖିଳ ଛତୁ ଖୋଜୁଥିବା ବେଳେ ହଠାତ୍ ୩ ଟି ଭାଲୁ ତାଙ୍କ ସାମନାକୁ ଆସି ଛିଡ଼ା ହୋଇଯାଇଥିଲେ। ସେମାନଙ୍କ ମଧ୍ୟରୁ ଗୋଟିଏ ଭାଲୁ ତାଙ୍କ ମୁଣ୍ଡକୁ ଆକ୍ରମଣ କରିଥିଲା। ଅଖିଳଙ୍କ ସହ ଜଙ୍ଗଲକୁ ଆସିଥିବା ଗ୍ରାମବାସୀ ଏହା ଦେଖି ଚିତ୍କାର କରିଥିଲେ। ଫଳରେ ଭାଲୁମାନେ ଘଟଣାସ୍ଥଳରୁ ପଳାଇ ଯାଇଥିଲେ।
ଅଖିଳଙ୍କୁ ଗୁରୁତର ଅବସ୍ଥାରେ ତେଲକୋଇ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।
from Odisha Reporter https://ift.tt/2YRB3xa
No comments:
Post a Comment