ଆସନ୍ତାକାଲି ଧାରା ୩୭୦ ଉଚ୍ଛେଦ ଉପରେ ସୁପ୍ରିମକୋର୍ଟ କରିବେ ଶୁଣାଣି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, August 26, 2019

ଆସନ୍ତାକାଲି ଧାରା ୩୭୦ ଉଚ୍ଛେଦ ଉପରେ ସୁପ୍ରିମକୋର୍ଟ କରିବେ ଶୁଣାଣି

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ଏହାକୁ ନେଇ ବିବାଦ ଲାଗି ରହିଛି। ଅଗଷ୍ଟ ୫ରୁ ଧାରା ୩୭୦ ଉଚ୍ଛେଦ ହୋଇଥିଲେ ହେଁ ଏବେ ବି ଜମ୍ମୁ-କଶ୍ମୀରରେ କଟକଣା ଜାରି ରହିଛି। କଶ୍ମୀରରେ ଯୋଗାଯୋଗ ବ୍ୟବସ୍ଥା ଉପରେ ରୋଗ ଲାଗିଥିବାରୁ ଏହା ବିରୋଧରେ ଏକାଧିକ ଆବେଦନ ସୁପ୍ରିମକୋର୍ଟରେ ଦାଖଲ ହୋଇଥିଲା। ସେହିପରି ଜମ୍ମୁ-କଶ୍ମୀରରୁ ସ୍ୱତନ୍ତ୍ର ମାନ୍ୟତା ହଟାଇବା ଏବଂ ଏହାକୁ ଦୁଇ ଭାଗରେ ବିଭକ୍ତ କରିବା ନିଷ୍ପତ୍ତିକୁ ଏବେ ପୁଣିଥରେ ଏକ ୭ ଜଣିଆ ସଦସ୍ୟ ବିରୋଧ କରି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି।

ଏହି ୭ ଜଣିଆ ଗ୍ରୁପ୍‌ରେ ଶାହ ଫୈଜଲ ଏବଂ ଶେହେଲା ରସିଦଙ୍କ ଭଳି ବ୍ୟକ୍ତିବିଶେଷ ରହିଛନ୍ତି। ସେମାନେ ରାଷ୍ଟ୍ରପତି କେମିତି ଧାରା ୩୭୦କୁ ଉଚ୍ଛେଦ ପାଇଁ ନିର୍ଦ୍ଦେଶ ଦେଲେ, ତା’ ଉପରେ ପ୍ରଶ୍ନ ଉଠାଇଛନ୍ତି। ଆସନ୍ତକାଲି ସୁପ୍ରିମକୋର୍ଟ ଜମ୍ମୁ-କଶ୍ମୀର ସଂକ୍ରାନ୍ତରେ ହୋଇଥିବା ସମସ୍ତ ଆବେଦନର ଶୁଣାଣି କରିବେ ବୋଲି ଜଣାପଡ଼ିଛି।

ଆଜି ସୁପ୍ରିମକୋର୍ଟ ଏହି ମାମଲାର ଶୁଣାଣି କରିବା ଥିଲା। ହେଲେ ଜମ୍ମୁ-କଶ୍ମୀର ପ୍ରଶାସନ ରିପୋର୍ଟ ଦାଖଲ କରିବାକୁ ଅତିରିକ୍ତ ଗୋଟିଏ ଦିନ ମାଗିଥିଲା। ଆସନ୍ତାକାଲି ଧାରା ୩୭୦ ଉଚ୍ଛେଦ ପରେ ଜମ୍ମୁ-କଶ୍ମୀର ସ୍ଥିତି କେମିତି ରହିଛି ଏବଂ ଯୋଗାଯୋଗ ବ୍ୟବସ୍ଥା ସୁଧୁରିଲାଣି କି ନାହିଁ, ଏସବୁ ବିଷୟରେ ପ୍ରଶାସନ ବିସ୍ତୃତ ତଥ୍ୟ ଦେବ। ସୁପ୍ରିମକୋର୍ଟ ଏହି ରିପୋର୍ଟ ପାଇବା ପରେ ଶୁଣାଣି ଆରମ୍ଭ କରିବେ।

ଏହାପୂର୍ବରୁ ମଧ୍ୟ ସୁପ୍ରିମକୋର୍ଟ ଜମ୍ମୁ-କଶ୍ମୀରରେ ଜାରି କଟକଣାକୁ ଉଚ୍ଛେଦ ପାଇଁ ଆଗତ ଆବେଦନର ଶୁଣାଣି କରିଥିଲେ। ହେଲେ ଏହି ସମୟରେ କୋର୍ଟ ଭାରତ ସରକାରଙ୍କୁ ସ୍ଥିତି ସୁଧାରିବା ପାଇଁ କିଛି ଦିନର ସମୟ ଦେବା ସପକ୍ଷରେ ଯୁକ୍ତି ବାଢ଼ିଥିଲେ।



from Odisha Reporter https://ift.tt/2NCW34L

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages