କଶ୍ମୀରରେ ମିଳୁନି ଅତ୍ୟାବଶ୍ୟକ ସାମଗ୍ରୀ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, August 27, 2019

କଶ୍ମୀରରେ ମିଳୁନି ଅତ୍ୟାବଶ୍ୟକ ସାମଗ୍ରୀ!

ଶ୍ରୀନଗର: ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ଜାରି ରହିଥିବା କଟକଣା ଯୋଗୁ ଏବେ ଭୟଙ୍କର ସ୍ଥିତି ଉପୁଜିବାର ଆଶଙ୍କା ପ୍ରକାଶ ପାଇଛି। କଟକଣା ଯୋଗୁ ଉପତ୍ୟକାକୁ ଅତ୍ୟାବଶ୍ୟକ ସାମଗ୍ରୀ ପହଞ୍ଚି ପାରୁ ନଥିବା ଅଭିଯୋଗ ହୋଇଛି। ବିଶେଷ କରି ରୋଗୀଙ୍କ ପାଇଁ ଦରକାରୀ ମେଡିସିନ ଏବଂ ଅନ୍ୟାନ୍ୟ ଜିନିଷ ପହଞ୍ଚି ପାରୁନାହିଁ। ଫଳରେ ହସ୍ପିଟାଲରେ ମହଜୁଦ୍‌ ଥିବା ମେଡିସିନ୍‌ ଏବେ ସରିବାକୁ ବସିଥିବା କୁହାଯାଉଛି। ହେଲେ ସରକାର ଏହି ରିପୋର୍ଟକୁ ଖାରଜ କରିଛନ୍ତି।
ବିଭିନ୍ନ ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ, ଅଗଷ୍ଟ ୫ରୁ କାଁଭାଁ ସ୍ଥାନରୁ ଛାଡ଼ିଦେଲେ ଜମ୍ମୁ-କଶ୍ମୀରର ବିଭିନ୍ନ ସ୍ଥାନରେ କଟକଣା ଜାରି ରହିଛି। ପ୍ରଶାସନ ସ୍ଥିତି ସୁଧୁରୁଥିବା ଦାବି କରୁଥିଲେ ହେଁ ଏବେ ବି ଅଧିକାଂଶ ମାର୍କେଟ ଓ ବଜାର ବନ୍ଦ ରହିଛି।

ଯେଉଁ କିଛି ହାତ ଗଣତି ଦୋକାନ ବଜାର ଖୋଲା ରହିଛି, ସେଠାରେ ଦ୍ରୁତ ଗତିରେ ଅତ୍ୟାବଶ୍ୟକ ସାମଗ୍ରୀ ସବୁ ଶେଷ ହେବାକୁ ବସିଲାଣି। ସ୍ଥାନୀୟ ଔଷଧ ଦୋକାନ ଓ ମେଡିକାଲରେ ପୂର୍ବରୁ ଆବଶ୍ୟକ ପରିମାଣର ଜରୁରୀ ମେଡିସିନ୍‌ ରହିଥିଲା।

ହେଲେ ନୂଆ ମେଡିସିନ ଆସୁ ନଥିବାରୁ, ଏଗୁଡ଼ିକ ଶେଷ ହେବା ଅବସ୍ଥାରେ ପହଞ୍ଚିବାକୁ ବସିଲାଣି। ତେବେ ସରକାର କହିଛନ୍ତି, “ଏଭଳି ଖବରରେ କୌଣସି ସତ୍ୟତା ନାହିଁ। କଶ୍ମୀର ମାର୍କେଟକୁ ସରକାର ୩୨ କୋଟି ଟଙ୍କାର ଅତ୍ୟାବଶ୍ୟକ ସାମଗ୍ରୀ ପଠାଇଛନ୍ତି। ତେଣୁ ଲୋକଙ୍କର କିଛି ବି ଅସୁବିଧା ହେବନାହିଁ।”

ଜମ୍ମୁ-କଶ୍ମୀର ଆଡଭୋକେଟ୍‌ ଜେନେରାଲ ଡିସି ରାଇନା କହିଛନ୍ତି, “କଟକଣା ସତ୍ତ୍ୱେ କୋର୍ଟ ଖୋଲା ରହିଛି। ତେବେ କିଛି ଓକିଲ ଅନୁପସ୍ଥିତ ରହିଛନ୍ତି। ୯୯% ସରକାରୀ ଓକିଲ କିନ୍ତୁ ପ୍ରତିଦିନ କୋର୍ଟରେ ଉପସ୍ଥିତ ରହୁଛନ୍ତି।”
ପ୍ରଶାସନ ପକ୍ଷରୁ କୁହାଯାଇଛି ଯେ ଜମ୍ମୁ-କଶ୍ମୀରର ବିଭିନ୍ନ ସ୍ଥାନରୁ କଟକଣା କୋହଳ କରାଯାଇଛି। ଲୋକମାନେ ବେଶ ଆରାମରେ ଯା’ଆସ କରୁଛନ୍ତି। ପ୍ରାୟ ଅଧିକାଂଶ ସ୍ଥାନରେ ଲ୍ୟାଣ୍ଡଲାଇନ୍‌ ବ୍ୟବସ୍ଥା ମଧ୍ୟ କରାଯାଇଛି। ଆଉ କିଛି ଦିନ ମଧ୍ୟରେ କଶ୍ମୀରରେ ସବୁକିଛି ସ୍ୱାଭାବିକ ହୋଇଯିବ।



from Odisha Reporter https://ift.tt/2U7gx6M

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages