ଦୃଢ଼ ଇଚ୍ଛାଶକ୍ତି ଆଗରେ ହାର ମାନିଲା ପ୍ରତିବନ୍ଧକ: ସିଙ୍ଗଡ଼ା ବିକାଳୀ ହେଲେ ଚାଟାର୍ଡ଼ ଆକାଉଣ୍ଟାଣ୍ଟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, August 27, 2019

ଦୃଢ଼ ଇଚ୍ଛାଶକ୍ତି ଆଗରେ ହାର ମାନିଲା ପ୍ରତିବନ୍ଧକ: ସିଙ୍ଗଡ଼ା ବିକାଳୀ ହେଲେ ଚାଟାର୍ଡ଼ ଆକାଉଣ୍ଟାଣ୍ଟ

ଝାରସୁଗୁଡ଼ା (ଭାଗିରଥୀ ସାହୁ) : ଗୋଟିଏ ପଟେ ପେଟ ଚିନ୍ତା ଆଉ ଅନ୍ୟ ପଟେ ପାଠ ନିଶା। ଦିନସାରା ଠେଲା ଗାଡ଼ିରେ ସିଙ୍ଗଡ଼ା ବିକ୍ରି ଆଉ ରାତିରେ ପାଠପଢ଼ା। କଥାଟି ଆପଣଙ୍କୁ କୌଣସି ଏକ ହିନ୍ଦୀ ସିନେମାର କାହାଣୀ ପରି ଲାଗୁଥିବ। କିନ୍ତୁ ଏମିତି ଏକ ବାସ୍ତବ ଘଟଣା ଘଟିଛି ଝାରସୁଗୁଡ଼ାର ଶଶିକାନ୍ତ ଶର୍ମାଙ୍କ ଜୀବନରେ। ଦୃଢ଼ ଇଚ୍ଛାଶକ୍ତି, କଠିନ ପରିଶ୍ରମ ଓ ନିରବଚ୍ଛିନ୍ନ ପ୍ରଚେଷ୍ଟା ପାଇଁ ସିଙ୍ଗଡ଼ା ବିକାଳୀରୁ ସେ ପାଲଟିଯାଇଛନ୍ତି ଚାଟାର୍ଡ଼ ଆକାଉଣ୍ଟାଣ୍ଟ।

ଏକ ମାରଓ୍ୱାଡ଼ି ପରିବାରରେ ଜନ୍ମ ଗ୍ରହଣ କରିଛନ୍ତି ଶଶିକାନ୍ତ। ବାପା ମହେଶ ଶର୍ମା ଜଣେ ସିଙ୍ଗଡ଼ା ବିକାଳୀ। ପରିବାରରେ ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ନଥିଲା। ତେଣୁ ବାପା ମହେଶଙ୍କ ସହ ମିଶି ଶଶିକାନ୍ତ ମଧ୍ୟ ସିଙ୍ଗଡ଼ା ବିକ୍ରି କରୁଥିଲେ। କେବଳ ଶଶିକାନ୍ତ ନୁହେଁ, ଭାଇ ମନୋଜ ଶର୍ମା ମଧ୍ୟ ସେହି ଦୋକାନରେ କାମ କରୁଥିଲେ। କହିବାକୁ ଗଲେ ପାରିବାରିକ ବ୍ୟବସାୟ ହେଉଛି ତେଲଭାଜି ବିକ୍ରି।

ଆଉ ସେଥିରୁ ଯାହା ରୋଜଗାର ହେଉଥିଲା ସେଥିରେ ମହେଶଙ୍କ ପୂରା ପରିବାର ଚଳୁଥିଲା।  କିନ୍ତୁ ଏ ବ୍ୟବସାୟରେ ଶଶିକାନ୍ତଙ୍କର ମନ ନଥିଲା। ପରିସ୍ଥିତିରେ ପଡ଼ି ସେ କାମ କରୁଥିଲେ ସତ କିନ୍ତୁ ତାଙ୍କର ନିଶା କିଛି ଭିନ୍ନ ଥିଲା। ସେ ଗୋଟେ ପ୍ରତିଷ୍ଠିତ ଚାକିରି କରିବାକୁ ଚାହୁଁଥିଲେ।

ଶାଶିକାନ୍ତ ବାଣିଜ୍ୟରେ ସ୍ନାତକ ଡିଗ୍ରୀ ହାସଲ କରିବା ପରେ ଆଗକୁ ପଢ଼ିବାକୁ ଚାହୁଁଥିଲେ। କିନ୍ତୁ ପରିବାରର ଆର୍ଥିକ ସଂକଟ ତାଙ୍କୁ ଏ ଦିଗରେ ଆଗକୁ ବଢ଼ିବାକୁ ଦେଲାନାହିଁ। ତଥାପି ହାରି ନଯାଇ ଶଶିକାନ୍ତ ଅଧିକ ପରିଶ୍ରମ କରିବା କଥା ଚିନ୍ତା କଲେ। ସେ ସକାଳେ ଆସି ସିଙ୍ଗଡ଼ା ବିକ୍ରି କରିବାରେ ବାପା ଏବଂ ଭାଇଙ୍କୁ ସାହାଯ୍ୟ କରୁଥିଲେ ଏବଂ ରାତିରେ ପାଠ ପଢ଼ୁଥିଲେ।

ଶଶିକାନ୍ତ କୁହନ୍ତି, କେବେ କେବେ ସେ ରାତି ଅନିଦ୍ରା ହୋଇ ଏତେ ପଢୁଥିଲେ ଯେ ତାଙ୍କ ଦେହ ଖରାପ ହୋଇଯାଉଥିଲା।

ଶଶିକାନ୍ତଙ୍କୁ ଏ ଦିଗରେ ତାଙ୍କର ଜଣେ ଗୁରୁ ସାହାଯ୍ୟ ମଧ୍ୟ କରିଛନ୍ତି। ସେ ତାଙ୍କୁ ମଝି ମଝିରେ କୋଚିଂ ଦେଉଥିଲେ। ଆଜି ତାଙ୍କ କୋଚିଂ ଦ୍ୱାରା ଶଶିକାନ୍ତ ଚାଡାର୍ଡ଼ ଆକାଉଣ୍ଟା‌ଣ୍ଟ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାରେ ସଫଳ ହୋଇଛନ୍ତି। ଶଶିକାନ୍ତ ନିଜ ସଫଳତାର ଶ୍ରେୟ ତାଙ୍କ ଗୁରୁ ଏବଂ ପରିବାରକୁ ଦେଇଛନ୍ତି।

ଶଶିକାନ୍ତଙ୍କ ସଫଳତା ପରେ ତାଙ୍କ ନିକଟକୁ ସାଙ୍ଗସାଥୀଙ୍କ ସହ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟୁଛି। ସ୍କୁଲରେ ତାଙ୍କୁ ପାଠ ପଢ଼ାଇଥିବା ଶିକ୍ଷକଙ୍କ ସହ ପରିବାର ଲୋକେ ପୁଅର ସଫଳତାରେ ଖୁସି ପ୍ରକଟ କରିଛନ୍ତି ।

 



from Odisha Reporter https://ift.tt/2NyO4FM

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages