ନୂଆଦିଲ୍ଲୀ: ବାମପନ୍ଥୀ ନେତା ସୀତାରାମ ୟେଚୁରୀ ଏବଂ ଆଇନ ବିଭାଗର ଜଣେ କଶ୍ମୀର ଛାତ୍ର ଅଲିମ ସୟିଦ୍ ଜମ୍ମୁ କଶ୍ମୀର ଗସ୍ତ କରିବେ। ସୀତାରାମ ତାଙ୍କ ଦଳର ଜଣେ ନେତାଙ୍କୁ ଭେଟିବାକୁ ଯିବେ ବୋଲି କୋର୍ଟରେ ଆବେଦନ କରିଥିବା ବେଳେ ସୟିଦ ଅନନ୍ତନାଗ ଜିଲ୍ଲାରେ ଥିବା ତାଙ୍କ ବାପା ମାଆଙ୍କୁ ଭେଟିବାକୁ ଯିବେ। ଏହି ଦୁଇ ଜଣଙ୍କ ଗସ୍ତ ବେଳେ ରାଜ୍ୟ ପ୍ରଶାସନ ସୁରକ୍ଷା ବ୍ୟବସ୍ଥା ଯୋଗାଇଦେବ ବୋଲି ମଧ୍ୟ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇ ନିର୍ଦ୍ଦେଶ ଦେଇଛନ୍ତି। ଧାରା ୩୭୦ ଉଚ୍ଛେଦ ପରେ ଜମ୍ମୁ କଶ୍ମୀରକୁ ଯିବା ପାଇଁ ସମସ୍ତଙ୍କୁ ଅନୁମତି ମିଳୁନାହିଁ। ତେଣୁ ସୟିଦ ଓ ୟେଚୁରୀ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।
ଶୁଣାଣି ବେଳେ ପ୍ରଶାସନ ନିଜର ଓକିଲ ମାଧ୍ୟମରେ ପକ୍ଷ ରଖି କହିଥିଲା ସୀତାରାମଙ୍କ ଗସ୍ତ ରାଜନୀତିକ ଉଦ୍ଦେଶ୍ୟ ପ୍ରଣୋଦିତ। ଧାରା ୩୭୦ ଉଚ୍ଛେଦ ପରେ ଜମ୍ମୁ କଶ୍ମୀରରେ ସ୍ଥିତି ସ୍ୱାଭାବିକ ଅବସ୍ଥାକୁ ଫେରୁଛି। ଏଭଳି ସମୟରେ ସୀତାରାମଙ୍କ ଗସ୍ତ ଶାନ୍ତି ଶୃଙ୍ଖଳାରେ ବ୍ୟାଘାତ ପହଞ୍ଚାଇ ପାରେ। ଏହାପରେ ସୀତାରାମ ନିଜ ପକ୍ଷ ରଖି କହିଥିଲେ ତାଙ୍କ ଦଳୀୟ ବନ୍ଧୁ ମହମ୍ମଦ ୟୁସୁଫ ତରିଗାମି ଜଣେ ଭାରତୀୟ ନାଗରିକ। ସେ ତାଙ୍କୁ ଭେଟିବାକୁ ଚାହୁଁଛନ୍ତି, ତେଣୁ ଏଥିରେ ଅସୁବିଧା କଣ ବୋଲି ସେ ପ୍ରଶ୍ନ କରିଥିଲେ। ଏହାପରେ ପ୍ରଧାନ ବିଚାରପତି ସୀତାରାମଙ୍କ ଗସ୍ତକୁ ଅନୁମତି ଦେଇଛନ୍ତି।
from Odisha Reporter https://ift.tt/2zss5rP
No comments:
Post a Comment