ବିବାଦ ଉଷ୍ମ ହେବା ପୂର୍ବରୁ ଥଣ୍ଡା କରିଦେଲେ ପପୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, August 21, 2019

ବିବାଦ ଉଷ୍ମ ହେବା ପୂର୍ବରୁ ଥଣ୍ଡା କରିଦେଲେ ପପୁ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ଶେଷରେ କମେଡି କିଙ୍ଗ୍‌ ପପୁ ପମ୍‌ପମ୍ ଓ ଦୂତି ଚାନ୍ଦଙ୍କ ମଧ୍ୟରେ ଚାଲିଥିବା ବିବାଦର ଅନ୍ତ ଘଟିଛି। ଭୁଲ୍‌ ମାଗିଲେ ପପୁ। ଆଉ ପପୁଙ୍କୁ କ୍ଷମା କରିଦେଲେ ଦୌଡ଼ରାଣୀ ଦୂତି। ‘ମିଷ୍ଟର କହ୍ନେୟା’ର ଫିଲ୍ମ ପୋଷ୍ଟରକୁ ନେଇ ଦୂତି ନିଜର ମନ୍ତବ୍ୟ ଦେବା ପରେ ପପୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲେ। ଦୂତିଙ୍କ ସମ୍ପର୍କରେ କିଛି ଅଶୋଭନୀୟ ମନ୍ତବ୍ୟ ଦେଇଥିଲେ ପପୁ।

ଏହାକୁ ନେଇ ଦୂତି ନିଜର ଫେସବୁକ୍‌ ପେଜ୍‌ରେ କଡ଼ା ପ୍ରତିକ୍ରିୟା ପ୍ରକାଶ କରିଥିଲେ। ତାଙ୍କ ନାଁରେ ମାନହାନି ମକଦ୍ଦମା କରିବେ ବୋଲି ଧମକ ମଧ୍ୟ ଦେଇଥିଲେ। ହେଲେ ପୋଷ୍ଟର ବିବାଦରେ ଫସିଥିବା ପପୁ ଏହି ମାମଲା ଅଧିକ ଉଷ୍ମ ହେବା ପୂର୍ବରୁ ତାକୁ ଶୀତଳ କରିଦେଇଛନ୍ତି। ଅସ୍ତ୍ର ଛାଡ଼ି ଶାନ୍ତିର ବାଟ ଆପଣାଇଛନ୍ତି କମେଡି କିଙ୍ଗ୍‌ ପପୁ। ଦୂତିଙ୍କୁ ନିଜ ସାନ ଭଉଣୀ ଭାବେ ସମ୍ବୋଧନ କରି ତାଙ୍କ ପାଖରେ ନିଃସର୍ତ୍ତ କ୍ଷମା ପ୍ରାର୍ଥନା କରିଛନ୍ତି ପପୁ। ଦୂତି ମଧ୍ୟ ପପୁ ଭାଇଙ୍କୁ ଖୁସିରେ କ୍ଷମା କରି ଦେଇଛନ୍ତି। ଏ ସମ୍ପର୍କରେ ପୁଣିଥରେ ନିଜ ଫେସବୁକ୍‌ ପେଜ୍‌ରେ ଦୂତି ଲେଖିଛନ୍ତି ଯେ “ସମ୍ମାନୀୟ ଓଡ଼ିଶାର ହାସ୍ୟ ଅଭିନେତା କିଙ୍ଗଷ୍ଟାର ପପୁ ଭାଇ। ଆପଣଙ୍କ ସହିତ ମୋର ବ୍ୟକ୍ତିଗତ ଶତ୍ରୁତା ନାହିଁ। ମୁଁ କେବେବି ଲୋକଙ୍କ ଗହଣରେ ଆପଣଙ୍କୁ ଖରାପ ବ୍ୟବହାର କରି ନାହିଁ। ଆପଣଙ୍କ ରାସ୍ତା ଆଉ ମୋ ରାସ୍ତା ଅଲଗା। ଆପଣ ଫିଲ୍ମ ଜଗତରେ ଅନେକ ସୁନାମ ଅର୍ଜନ କରିଛନ୍ତି। ମୁଁ ସେହିଭଳି ନିଜର ବ୍ୟକ୍ତିଗତ ପରିଶ୍ରମ ବଳରେ ଓଡ଼ିଶା ତଥା ଭାରତବର୍ଷ ପାଇଁ ଅନେକ ସୁନାମ ଅର୍ଜନ କରିଛି। ଆପଣଙ୍କ ପୋଷ୍ଟରରେ ସାତ ଜଣ ଝିଅକୁ ନିଜ ହାତରେ ରଶି ଦ୍ୱାରା ବାନ୍ଧି ରଖିଥିଲେ। ଯାହାଦ୍ୱାରା ସମାଜକୁ ସୂଚାଇ ଦେଉଥିଲା କି ନାରୀ ଏବେ ବି ଅବହେଳିତ। ଏବେବି ସେ ପୁରୁଷଙ୍କ ଉପରେ ନିର୍ଭରଶୀଳ। ନାରୀ ପୁରୁଷଙ୍କ ପାଇଁ ଉପଭୋଗ୍ୟା। ଯାହା ମତେ ବହୁତ କଷ୍ଟ ଦେଇଥିଲା।

“ଯେହେତୁ ମୁଁ ଜଣେ ନାରୀ, ସେଥିପାଇଁ ମୁଁ ସେ ପୋଷ୍ଟର ଉପରେ ସ୍ୱର ଉଠାଇଥିଲି। କିନ୍ତୁ ଆପଣଙ୍କ କ’ଣ ବୁଝିଲେ କେଜାଣି, ମୋର ବ୍ୟକ୍ତିଗତ, ଆଉ ମୋ ଫ୍ୟାମିଲିକୁ ନେଇ ଟେଲିଭିଜନ୍‌ରେ ଭଏସ୍‌ କଲ୍‌ ମାଧ୍ୟମରେ ଅନେକ କଥା କହିଦେଲେ। ଯାହା ମତେ କଷ୍ଟ ଦେଇଥିଲା। ଆଉ ମୋର ସମ୍ମାନହାନି ହୋଇଥିଲା। ସେଥିପାଇଁ ମୁଁ ଆପଣଙ୍କ ବିରୋଧରେ ମାନହାନି ମକଦ୍ଦମା କରିବା ପାଇଁ ସ୍ଥିର କରିଥିଲି। କିନ୍ତୁ ଆପଣ ନିଜର ଭୁଲ ବୁଝିପାରି ସର୍ବ ସମ୍ମୁଖରେ କ୍ଷମା ପ୍ରାର୍ଥନା କରିଥିବାରୁ ମୁଁ ମୋର ହୃଦୟର ସହିତ ଆପଣଙ୍କୁ କ୍ଷମା କରି ଦେଉଛି।”



from Odisha Reporter https://ift.tt/2HjU94W

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages