ରାଗି ଗଲେ ମିକା; କହିଲେ- ସୋନୁ ଓ ନେହଙ୍କୁ କାହିଁକି ପଚାରୁନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, August 21, 2019

ରାଗି ଗଲେ ମିକା; କହିଲେ- ସୋନୁ ଓ ନେହଙ୍କୁ କାହିଁକି ପଚାରୁନ

ମୁମ୍ୱାଇ: ପାକିସ୍ତାନରେ ଗୀତ ଗାଇ ଫସି ଯାଇଥିବା ବଲିଉଡ୍ ଗାୟକ ମିକା ସିଂହଙ୍କୁ ଶେଷରେ ଆଶ୍ୱସ୍ତି ମିଳିଛି। ତାଙ୍କ ଉପରେ ଲଗା ଯାଇଥିବା ବ୍ୟାନ୍‌କୁ ଫେଡେରେସନ୍‌ ଅଫ୍‌ ୱେଷ୍ଟର୍ନ ସିନେ ଏମ୍ପ୍ଲୋଇଜ୍‌ (FWICE) ହଟାଇ ଦେଇଛି। ତେବେ ସେ କ୍ଷମା ପ୍ରାର୍ଥନା କରିବା ପରେ ତାଙ୍କ ଉପରୁ ବ୍ୟାନ୍‌ ହଟା ଯାଇଛି।

ବ୍ୟାନ୍‌ ହଟିବା ପରେ ଗତକାଲି ମିକା ଏକ ସାମ୍ବାଦିକ ସମ୍ମିଳନୀରେ ଏ ପ୍ରସଙ୍ଗରେ ତାଙ୍କ ସଫେଇ ଦେଇଥିଲେ। ଆଉ ସେହି ସମୟରେ ସେ ସାମ୍ବାଦିକମାନଙ୍କ ଉପରେ ଫିଡ଼ିକି ଯାଇଥିଲେ। କାରଣ ସାମ୍ବାଦିକମାନେ ତାଙ୍କୁ ପଚାରିଥିଲେ ଯେ, ଧାରା ୩୭୦ ଉଚ୍ଛେଦର ବହୁ ପୂର୍ବରୁ ପୁଲ୍‌ୱାମାରେ ଆତଙ୍କବାଦୀ ହମ୍‌ଲା ହୋଇଥିଲା ଓ ତା’ ସତ୍ତ୍ୱେ ସେ କାହିଁକି ପାକିସ୍ତାନ ଯାଇଥିଲେ?

ଏହି ପ୍ରଶ୍ନ ଶୁଣି ସେ ରାଗି ଯାଇ କହିଥିଲେ, ‘ସୋନୁ ନିଗମ ଓ ନେହ କକ୍କରଙ୍କୁ କାହିଁକି କିଛି ପଚାରୁନ? ଦୁଇ ମାସ ତଳେ ପାକିସ୍ତାନରେ ନେହ କକ୍କର ଓ ଆତିଫ୍‌ ଅସଲମଙ୍କ ଶୋ’ ହୋଇଥିଲା। ତା’ଉପରେ କେହି କିଛି ପ୍ରଶ୍ନ କରୁ ନାହାନ୍ତି। ଚାରି ମାସ ତଳେ ସେଠାରେ ସୋନୁ ନିଗମ ଓ ଆତିଫଙ୍କ ଶୋ’ ହୋଇଥିଲା। ସେତେବେଳେ ବି ଆପଣମାନେ କିଛି କହିଲେନି। ବୋଧହୁଏ ଆପଣମାନଙ୍କ ତାଲିକାରେ ମୋ ନାଁ ଅଛି। ଆପଣମାନେ ମୋତେ ପଚାରିବେ ଓ ଏହା ଖବର ହୋଇଯିବ।’

ଏହା ପରେ ମିକା ସାମ୍ବାଦିକ ସମ୍ମିଳନୀରୁ ଉଠି ଚାଲିଯାଇଥିଲେ।

ଅବଶ୍ୟ ଏ ପ୍ରଶ୍ନରେ ରାଗି ଯିବା ପୂର୍ବରୁ ମିକା ତାଙ୍କ ଭୁଲ୍ ସ୍ୱୀକାର କରିଥିଲେ ଓ କହିଥିଲେ, ବହୁ ପୂର୍ବରୁ ପ୍ରତିଶ୍ରୁତି ଦେଇଥିଲି। ତେବେ ଯେଉଁ ସମୟରେ ଗଲି, ତାହା ଭୁଲ୍‌ ଥିଲା। ଏ ଭୁଲ୍ ମୁଁ ଆଉ ଦୋହରାଇବି ନାହିଁ। ମୁଁ ସେଠାକୁ ଯିବାକୁ ଭିଜା ପାଇଥିଲି। ତେଣୁ ଗଲି। ଆପଣ ବି ପାଇଥିଲେ ଯାଇଥା’ନ୍ତେ।

ଏହି ସାମ୍ବାଦିକ ସମ୍ମିଳନୀରେ  FWICEର ସମ୍ପାଦକ ବି.ଏନ୍‌ ତିୱାରୀ ଉପସ୍ଥିତ ଥିଲେ। ସେ କହିଥିଲେ, ଭାରତ ଓ ପାକିସ୍ତାନର ସମ୍ପର୍କ ଯାହା ହେଉନା କାହିଁକି, ପାକିସ୍ତାନ କଳାକାରଙ୍କୁ ଭାରତରେ ସ୍ୱାଗତ କରାଯିବ ନାହିଁ। ଆମ ପାଖରେ ପର୍ଯ୍ୟାପ୍ତ ପ୍ରତିଭା ଅଛନ୍ତି। ଆମ ଦେଶରେ ଥିବା କଳାରଙ୍କର ପ୍ରତିଭାକୁ ବିକଶିତ କରି ତାଙ୍କୁ ଆଗକୁ ଅଣାଯିବ।

 



from Odisha Reporter https://ift.tt/2ZsGMtS

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages