୧୩ଜଣଙ୍କୁ ଗିରଫ ପ୍ରତିବାଦରେ ଆଜି ବାଲିଆପାଳ ବନ୍ଦ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, August 2, 2019

୧୩ଜଣଙ୍କୁ ଗିରଫ ପ୍ରତିବାଦରେ ଆଜି ବାଲିଆପାଳ ବନ୍ଦ

ଜଳେଶ୍ୱର(ଅଜିତ କୁମାର ଦାସ): ବାଲେଶ୍ୱର ଜିଲ୍ଲା ବାଲିଆପାଳ ଥାନାର ପୂର୍ବତନ ଥାନା ଅଧିକାରୀ  ପ୍ରଭୁ କଲ୍ୟାଣ ଆଚାର୍ଯ୍ୟଙ୍କୁ  ମାଡ଼ ଘଟଣାରେ ପୁଲିସ୍‌ ୧୩ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଆକ୍ରୋଶମୂଳକ ଭାବେ ନିରୀହ ଲୋକଙ୍କୁ ଗିରଫ କରାଯାଇଥିବା ପ୍ରତିବାଦରେ ଆଜି ବିଜେପି ପକ୍ଷରୁ ୧୨ ଘଣ୍ଟିଆ ବାଲିଆପାଳ ବନ୍ଦ ଡାକରା ଦିଆଯାଇଛି।

ସକାଳୁ ସକାଳୁ ବିଜେପି କର୍ମୀମାନେ ବାଲିଆପାଳ ବ୍ଲକ୍ ଛକରେ  ରାସ୍ତାରୋକ କରିଛନ୍ତି। ଏଥିସହ ଦୋକାନ, ବଜାର ଓ ସ୍କୁଲ ବନ୍ଦ ରହିଛି। ଏହି ବନ୍ଦ ଡାକରାକୁ  ବିଜେଡି ସମର୍ଥନ କରିବ ନାହିଁ ବୋଲି ବସ୍ତା ବିଜେଡି ବିଧାୟକ ନିତ୍ୟାନନ୍ଦ ସାହୁ କହିଛନ୍ତି।

ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ଥିବାରୁ ବାଲିଆପାଳର ବିଭିନ୍ନ  ମନ୍ଦିର, ମସଜିଦ୍‌ ଓ ଜନଗହଳି ସ୍ଥାନରେ  ୭ ପ୍ଲାଟୁନ୍‌ ପୁଲିସ୍‌ ଫୋର୍ସ  ମୁତୟନ କରାଯାଇଛି।

ସୂଚନାଯୋଗ୍ୟ,  ଗତ ୨୬ ତାରିଖରେ ବାଲିଆପାଳର ଏକ ଢାବାରୁ ଜଣେ ନାବାଳକଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ମିଳିଥିଲା। ଏହି ଘଟଣାରେ ତଦନ୍ତ କରିବାକୁ ବାଲିଆପାଳ ଆଇଆଇସି ବିଳମ୍ବରେ ପହଞ୍ଚିଥିଲେ। ଫଳରେ ଉତ୍ତ୍ୟକ୍ତ ଲୋକେ ତାଙ୍କୁ ଆକ୍ରମଣ କରିଥିଲେ। ଗୋଡ଼ାଇ ଗୋଡ଼ାଇ ପିଟିଥିଲେ। ପୁଲିସକୁ ମାଡ଼ ମାରିବା ସହ ଉତ୍ତ୍ୟକ୍ତ ଲୋକେ ଢାବା ମଧ୍ୟ ପୋଡ଼ି ଦେଇଥିଲେ।

ଏହି ଘଟଣା ପରେ ବାଲିଆପାଳ ଥାନା ଅଧିକାରୀଙ୍କୁ ଜିଲ୍ଲା ପୁଲିସ୍ ମୁଖ୍ୟାଳୟକୁ ବଦଳି କରାଯାଇଥିଲା। ତାଙ୍କ ସ୍ଥାନରେ ରେମୁଣା ଆଇଆଇସି ରଞ୍ଜିତ ସାହୁଙ୍କୁ ନିଯୁକ୍ତ କରାଯାଇଥିଲା।

ଢାବାରେ ନାବାଳକର ମୃତ୍ୟୁ, ଏହାକୁ କେନ୍ଦ୍ର କରି ପୋଡ଼ା ଜଳ, ପୁଲିସକୁ ମାଡ଼  ଆଦି ଘଟଣାର  ତଦନ୍ତ ଲାଗି ସରକାର  ଏଚ୍ଆରପିସି କମିଟି ବସାଇଛନ୍ତି।  ମାତ୍ର କମିଟି ରିପୋର୍ଟ ଦେବା ପୂର୍ବରୁ ପୁଲିସ ଗତ ୧ ତାରିଖରେ ୧୩ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଏହାକୁ ଅନ୍ୟାୟ  ଦର୍ଶାଇ ବିଜେପି ପକ୍ଷରୁ ବାଲିଆପାଳ ବନ୍ଦ ଡାକରା ଦିଆଯାଇଛି।



from Odisha Reporter https://ift.tt/2ZrM2dX

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages