ମାଲକାନଗିରିରେ ବନ୍ୟା ସ୍ଥିତିରେ ଆସିଲା ସାମାନ୍ୟ ସୁଧାର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, August 2, 2019

ମାଲକାନଗିରିରେ ବନ୍ୟା ସ୍ଥିତିରେ ଆସିଲା ସାମାନ୍ୟ ସୁଧାର

ମାଲକାନଗିରି(ଜିତେନ୍ଦ୍ର ବେଉରା): ଗତ କିଛି ଦିନ ହେଲା ମାଲକାନଗିରି ଜିଲ୍ଲାରେ ବନ୍ୟା ପରିସ୍ଥିତି ଲାଗି ରହିଥିବାରୁ ସାଧାରଣ ଜୀବନଯାତ୍ରା ବ୍ୟାହତ ହୋଇଥିଲା।  ବର୍ତ୍ତମାନ ବର୍ଷା କମିବାକୁ ଜିଲାର ବନ୍ୟା ସ୍ଥିତିରେ ସାମାନ୍ୟ ସୁଧାର ଆସିଛି।

କିଛି ଦିନ ହେବ ଜିଲାର ବିଭିନ୍ନ ରାସ୍ତା ବନ୍ୟା ସ୍ରୋତରେ ଧୋଇ ହୋଇ ଯାଇଥିବା ବେଳେ ବହୁ ପୋଲ ଉପରେ ପାଣି ଚାଲୁଥିବା । ଏଥିଯୋଗୁ ଗମନାଗମନ ସମ୍ପୂର୍ଣ୍ଣ ଠପ୍‌ ହୋଇ ପଡିଥିଲା। ଏବେ ଜଳସ୍ତର କମିବା ପରେ ଜୟପୁର, କାଲିମେଳା ଓ ବାଲିମେଳାକୁ ଯୋଗାଯୋଗ ସ୍ୱାଭାବିକ ହୋଇଛି। ଗତ ଦିନ ଅପେକ୍ଷା ଆଜି ଟିକିଏ ବର୍ଷାର ପରିମାଣ କମିଥିବା ମାଲକାନଗିରି ଜିଲ୍ଲାପାଳ ମନିଷ ଅଗ୍ରୱାଲ ସୂଚନା ଦେଇଛନ୍ତି।

ସେ କହିଛନ୍ତି,“ପ୍ରଶାସନ ପକ୍ଷରୁ ତଳିଆ ଅଞ୍ଚଳରେ ଥିବା ୬୩୦ ଜଣଙ୍କୁ ସ୍ଥାନାନ୍ତର କରାଯାଇଛି। ଏହାସହ ଲୋକଙ୍କ ପାଇଁ ୧୪ଟି ଜାଗାରେ ମାଗଣା ରନ୍ଧା ଖାଦ୍ୟ ବ୍ୟବସ୍ଥା କରାଯାଇଛି। ଯଦି ଆବଶ୍ୟକ ପଡ଼େ, ଅଧିକ ମାଗଣା ରନ୍ଧା ଖାଦ୍ୟ ବ୍ୟବସ୍ଥା କରିବାକୁ ବିଡ଼ିଓଙ୍କୁ ନିର୍ଦ୍ଦେଶ ଦିଆଯାଇଛି।”

ସୂଚନାଯୋଗ୍ୟ, କିଛି ଦିନ ହେବ ଲଗାଣ ବର୍ଷା ଯୋଗୁ ମାଲକାନଗିରି ଜିଲ୍ଲାରେ ବନ୍ୟା ସ୍ଥିତି ଉପୁଜିଥିଲା। ଜିଲ୍ଲାର ସବୁ ନଦୀରେ ଜଳସ୍ତର ବୃଦ୍ଧି ପାଇଥିଲା। ଫଳରେ କେଉଁଠି ପୋଲ ବୁଡ଼ି ଯାଇଥିଲା ତ କେଉଁଠି ରାସ୍ତା ଧୋଇଯାଇଥିଲା। ଏଥିଯୋଗୁ  ଯାତାୟତରେ ସମସ୍ୟା ଉପୁଜିଥିଲା।  ଏଥିଯୋଗୁ ମୁଖ୍ୟତଃ ମାଲକାନଗିରିରୁ ଜୟପୁର, କାଲିମେଳା, ବାଲିମେଳା ଏବଂ କାଲିମେଳାରୁ ମୋଟୁ ପଡ଼ିଆ ମଧ୍ୟରେ ଗମନାଗମନରେ ବାଧା ଉପୁଜିଥିଲା। ଏପରିକି ରୋଗୀଙ୍କୁ ନେଇ ଯାଉଥିବା ଆମ୍ବୁଲାନ୍ସକୁ ମଧ୍ୟ ଘଣ୍ଟା ଘଣ୍ଟା ଅପେକ୍ଷା କରିବାକୁ ପଡ଼ିଲା। ଏଭଳି ସ୍ଥିତିରେ ଗତକାଲି ଜିଲ୍ଲା ପ୍ରଶାସନ ସ୍କୁଲ ଓ କଲେଜକୁ ଦୁଇ ଦିନ ଲାଗି ଛୁଟି ଘୋଷଣା କରିଥିଲେ।



from Odisha Reporter https://ift.tt/2YjkfzP

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages