ସାମ୍ବାଦିକ ରବୀଶ କୁମାରଙ୍କୁ ‘ରେମନ ମାଗସେସେ’ ଆଓ୍ୱାର୍ଡ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, August 1, 2019

ସାମ୍ବାଦିକ ରବୀଶ କୁମାରଙ୍କୁ ‘ରେମନ ମାଗସେସେ’ ଆଓ୍ୱାର୍ଡ

ନୂଆଦିଲ୍ଲୀ: ଲୋକପ୍ରିୟ ସାମ୍ୱାଦିକ ରବୀଶ କୁମାରଙ୍କୁ ମିଳିବ ‘ରେମନ ମୋଗସେସେ ଆଓ୍ୱାର୍ଡ୍’। ୨୦୧୯ ବର୍ଷ ପାଇଁ ଏହି ସମ୍ମାନରେ ସମ୍ମାନିତ ହେବେ ଏନଡିଟିଭି ଇଣ୍ଡିଆର ମ୍ୟାନେଜିଂ ଏଡିଟର। ହିନ୍ଦୀ ସାମ୍ୱାଦିକତା କ୍ଷେତ୍ରରେ ତାଙ୍କର ପ୍ରଭାବୀ ଯୋଗଦାନ ପାଇଁ ତାଙ୍କୁ ଚୟନ କରାଯାଇଛି। ଏହି ସମ୍ମାନ ଜଣେ ସାମ୍ୱାଦିକଙ୍କ ପାଇଁ ବଡ଼ କାରଣ ‘ ରେମନ ମାଗସେସେ’ ଆୱାର୍ଡକୁ ଏସିଆର ନୋବେଲ ପୁରସ୍କାର ବୋଲି କୁହାଯାଏ। ଏହି ପୁରସ୍କାର ଫିଲିପାଇନ୍ସର ପୂର୍ବତନ ରାଷ୍ଟ୍ରପତି ରେମନ ମାଗସେସେଙ୍କ ନାମରେ ନାମିତ ହୋଇଛି।

ପୁରସ୍କାର ସଂସ୍ଥା ଆଜି ଟ୍ୱିଟ କରି କହିଛନ୍ତି ‘ନିଜର ନିର୍ଭୀକ ସାମ୍ୱାଦିକତା ଏବଂ ତାଙ୍କର ଶୋ ‘ପ୍ରାଇମ୍ ଟାଇମ’ରେ ଲୋକଙ୍କ ସମସ୍ୟା ପ୍ରଭାବୀ ଢଙ୍ଗରେ ଉଠାଉଥିବାରୁ ଏହି ପୁରସ୍କାର ପାଇଁ ସେ ଯୋଗ୍ୟ ବିବେଚିତ ହୋଇଛନ୍ତି’।

ରବୀଶ କୁମାରଙ୍କ ପୂର୍ବରୁ ଦେଶର ଆହୁରି ୫ ଜଣ ସାମ୍ୱାଦିକ ଏହି ପୁରସ୍କାର ପାଇ ସାରିଛନ୍ତି। ୧୯୬୧ରେ ଅମିତାଭ ଚୌଧୁରୀ, ୧୯୭୫ରେ ବିଜି ଭର୍ଗୀଜ, ୧୯୮୨ରେ ଅରୁଣ ଅରୁଣ ଶୌର୍ରୀ, ୧୯୮୪ରେ ଆରକେ ଲକ୍ଷ୍ମଣ ଏବଂ ୨୦୦୭ରେ ପି ସାଇନାଥ ଏହି ପୁରସ୍କାର ପାଇଥିଲେ।

ସୂଚନାଯୋଗ୍ୟ, ରବୀଶ କୁମାରଙ୍କ ଘର ବିହାର। ଏକ ଗରିବ ପରିବାରରେ ସେ ଜନ୍ମ ଗ୍ରହଣ କରିଥିଲେ। ୧୯୯୬ରେ ସେ ‘ଏନଡିଟିଭି’ ସହ ଯୋଡ଼ି ହୋଇଥିଲେ। ଜଣେ ତଳସ୍ତରର କର୍ମଚାରୀ ଭାବରେ ସେ ସେତେବେଳେ ଏନଡିଟିଭିରେ ଚାକିରି କରୁଥିଲେ। କିନ୍ତୁ ନିଜର ଉଦ୍ୟମ ଏବଂ ନିଷ୍ଠା ବଳରେ ସେ ଆଜି ‘ଏନଡିଟିଭି ଇଣ୍ଡିଆ’ର ଏଡିଟର ହୋଇପାରିଛନ୍ତି। ତାଙ୍କ ଦ୍ୱାରା ପରିଚାଳିତ ହେଉଥିବା ଶୋ ‘ରବୀଶ କି ରିପୋର୍ଟ’ ତାଙ୍କୁ ଏକ ବଳିଷ୍ଠ ପରିଚୟ ଦେଇଛି।



from Odisha Reporter https://ift.tt/2YuKKBJ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages