ହୋଟେଲ୍‌ରୁ ଶ୍ୟାମ୍ପୁ ବୋତଲ ଚୋରି କରନ୍ତି ଦୀପିକା! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, August 1, 2019

ହୋଟେଲ୍‌ରୁ ଶ୍ୟାମ୍ପୁ ବୋତଲ ଚୋରି କରନ୍ତି ଦୀପିକା!

ମୁମ୍ବାଇ: ଦୀପିକା ପାଦୁକୋନ୍ ହେଉଛନ୍ତି ବଲିଉଡ୍ ଇଣ୍ଡଷ୍ଟ୍ରୀର ଆଗଧାଡ଼ିର ଜଣେ ଅଭିନେତ୍ରୀ। ଗୋଟିଏ ଗୋଟିଏ ଫିଲ୍ମ ଓ ବିଜ୍ଞାପନ କରିବା ପାଇଁ କୋଟି କୋଟି ଟଙ୍କା ନେଉଥିବା ଏହି ସେଲେବ୍ରିଟି ହୋଟେଲ୍‌ରୁ ସାମନ୍ୟ ଶ୍ୟାମ୍ପୁ ବୋତଲ ଚୋରାଇବା କଥାକୁ ଆପଣ ବିଶ୍ୱାସ କରୁ ନଥିବେ। ତେବେ ଆମେ ଏ କଥା କାହାଠାରୁ ଶୁଣି ଲେଖି ନାହୁଁ। ଖୋଦ୍‌ ଦୀପିକାଙ୍କ ବ୍ରେଷ୍ଟ୍‌ ଫ୍ରେଣ୍ଡ୍‌ ଲିଖିତ ଭାବେ ଏ କଥା ଜଣାଇଛନ୍ତି। ତାଙ୍କ ନାଁ ସ୍ନେହା ରାମଚନ୍ଦର। ଅଗଷ୍ଟ ୪ରେ ବନ୍ଧୁତ୍ୱ ଦିବସ ପାଳନ ହେବାକୁ ଥିବା ବେଳେ ସେ ଦୀପିକାଙ୍କ ଉଦ୍ଦେଶ୍ୟରେ ଏହି ଲେଖାଟି ଶେଆର୍ କରିଛନ୍ତି। ସେ ଦୀପିକାଙ୍କ ୱେବ୍‌ସାଇଟ୍‌ରେ ଏହାକୁ ଶେଆର୍ କରିଛନ୍ତି। ଏହାକୁ ପଢ଼ିଲେ ଆପଣ ଦୀପିକାଙ୍କ ବ୍ୟକ୍ତିତ୍ୱର ଏକ ଅଲଗା ଦିଗ ତଥା ସାଙ୍ଗମାନଙ୍କ ପ୍ରତି ସେ କେତେ ଯତ୍ନବାନ, ତାହା ଜାଣିପାରିବେ।

ସ୍ନେହା ଏଥିରେ ଲେଖିଛନ୍ତି, ଆପଣ ଏମିତି କାହାକୁ ଜାଣନ୍ତି, ଯାହାଙ୍କ ଉପସ୍ଥିତି କୋଳେଇ ନେଲେ ବା ଏକ କପ୍‌ ଗରମ କୋକୋଆ ଭଳି ଉଷ୍ମତା ପ୍ରଦାନ କରେ? ଯାହାଙ୍କ ସହ ଆପଣ ଘଣ୍ଟା ଘଣ୍ଟା ଧରି ଗପି ପାରିବେ। ଯାହାଙ୍କ ଆଖିରେ ଦୟାଭାବ ଥାଏ। ଯାହାଙ୍କ ଆଖିକୁ ଦେଖିଲେ ଆପଣଙ୍କର ହୃଦ୍‌ବୋଧ ହେଉଥିବ ଯେ ସେ ଆପଣଙ୍କ ପାଇଁ ଯତ୍ନବାନ୍‌।

ଏଭଳି ଅନେକ କଥା ସେ ଦୀପିକାଙ୍କ ଉଦ୍ଦେଶ୍ୟରେ ଲେଖିଛନ୍ତି। ଏହା ସହିତ ସେ ଲେଖିଛନ୍ତି,“ ଆପଣ ଏମିତି କାହାକୁ ଜାଣନ୍ତି, ଯିଏ ଯାତ୍ରା ବେଳେ ଆପଣଙ୍କ ପାଇଁ ହୋଟେଲ୍‌ରୁ ଆପଣଙ୍କ ମନପସନ୍ଦର ଶ୍ୟାମ୍ପୁ ବୋତଲ ଚୋରି କରିପାରେ, ମୋ କହିବାର ଅର୍ଥ ଆପଣଙ୍କ ପାଇଁ ସଂଗ୍ରହ କରିପାରେ। କାରଣ ସେ ଭଲ ଭାବେ ଜାଣନ୍ତି ଯେ, ସେଗୁଡ଼ିକୁ ଆପଣ ଭଲ ପାଆନ୍ତି।”

ଅବଶ୍ୟ ଏନେଇ ଦୀପିକାଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ। ତେବେ ଏହି ଲେଖାରୁ ସ୍ପଷ୍ଟ ହେଉଛି ଯେ ଦୀପିକା ଓ ସ୍ନେହାଙ୍କ ମଧ୍ୟରେ ଭଲ ବଣ୍ଡିଂ ଅଛି।

ଦୀପିକା ଏବେ ମେଘନା ଗୁଲଜାରଙ୍କ ‘ଛପକ୍‌’ ଫିଲ୍ମରେ କାମ କରୁଛନ୍ତି। ଆସନ୍ତା ବର୍ଷ ଜାନୁଆରୀ ମାସରେ ଫିଲ୍ମଟି ରିଲିଜ୍ ହୋଇପାରେ ବୋଲି କୁହାଯାଉଛି।



from Odisha Reporter https://ift.tt/2YmYcZ2

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages