ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଏକ ରିପୋର୍ଟ ଅନୁସାରେ ସାରା ବିଶ୍ୱରେ ୨୦ କୋଟି ଲୋକ ହାଡ଼ ଦୁର୍ବଳ ଜନିତ ସମସ୍ୟାରେ ପୀଡ଼ିତ। ହାଡ଼ ଦୁର୍ବଳ ହେବା ଏକ ଗମ୍ଭୀର ସମସ୍ୟା। ଠିକ୍ ସମୟରେ ଏହାର ଉପଚାର ନ କଲେ ସାମାନ୍ୟ ଆଘାତ ଲାଗିଲେ ବି ଏହା ଭାଙ୍ଗି ଯିବାର ଆଶଙ୍କା ଥାଏ। ଏଭଳି କ୍ଷେତ୍ରରେ ହାଡ଼ ଭାଙ୍ଗିଲେ, ତାକୁ ଯୋଡ଼ିବା ବହୁତ କଷ୍ଟକର। ତେବେ ହାଡ଼ ଦୁର୍ବଳ ହୁଏ କାହିଁକି? ଆଉ ଏଥିରୁ ମୁକ୍ତି ପାଇବାର ବାଟ କ’ଣ? ଆଜି ଆମେ ଏ ବିଷୟରେ ଜାଣିବା।
ହାଡ଼ ଦୁର୍ବଳ ହେବାର କାରଣ
୧. ଶରୀର ଯଥେଷ୍ଟ ପରିମାଣରେ ଭିଟାମିନ୍ ‘ଡି’ ନପାଇଲେ ହାଡ଼ ଦୁର୍ବଳ ହୋଇଯାଏ।
୨. ଖାଦ୍ୟରେ କ୍ୟାଲସିୟମ୍ର ମାତ୍ରା କମି ଗଲେ ଏହାର ପ୍ରଭାବ ହାଡ଼ ଉପରେ ପଡ଼େ। ଏଥିଯୋଗୁ ହାଡ଼ ଦୁର୍ବଳ ହୋଇଥାଏ।
୩. ମହିଳାଙ୍କ କ୍ଷେତ୍ରରେ ହର୍ମୋନ୍ ଜନିତ ପରିବର୍ତ୍ତନ ଯୋଗୁ ମଧ୍ୟ ହାଡ଼ ଦୁର୍ବଳ ହୋଇଥାଏ।
୪. ବ୍ୟାୟାମ ନ କରିବା ଦ୍ୱାରା ମଧ୍ୟ ହାଡ଼ ଦୁର୍ବଳ ହୋଇଥାଏ।
୫. ଶରୀରର ଓଜନ ଅଧିକ ହେଲେ ଏହାର ଚାପ ହାଡ଼ ଉପରେ ପଡ଼େ। ଏଥିଯୋଗୁ ମଧ୍ୟ ହାଡ଼ ଦୁର୍ବଳ ହୁଏ।
ହାଡ଼କୁ ଦୁର୍ବଳ ହେବାରୁ ରକ୍ଷା କରିବାର ଉପାୟ
୧. ସୂର୍ଯ୍ୟକିରଣରେ ପ୍ରଚୁର ପରିମାଣରେ ଭିଟାମିନ୍ ଡି’ ରହିଥାଏ। ତେଣୁ ସମସ୍ତେ ପ୍ରତ୍ୟେକ ଦିନ ସୂର୍ଯ୍ୟକିରଣରରେ କିଛି କିଛି ସମୟ ବିତାଇବା ଉଚିତ୍।
୨. କ୍ୟାଲସିୟମ ପାଇଁ ଖାଦ୍ୟରେ କ୍ଷୀର, ଦହି, ଛେନା ଓ ପନିର ଆଦି ସାମିଲ କରନ୍ତି।
୩. ପାଳଙ୍ଗ ଶାଗ ତଥା ଅନ୍ୟାନ୍ୟ ଶାଗ ଓ ସବୁଜ ପନିପରିବା ଖାଆନ୍ତୁ।
୪. ଧୂମପାନଠାରୁ ଦୂରେଇ ରୁହନ୍ତୁ।
୫. ନିୟମିତ ବ୍ୟାୟାମ କରନ୍ତୁ ଓ ଓଜନକୁ ନିୟନ୍ତ୍ରଣରେ ରଖନ୍ତୁ।
from Odisha Reporter https://ift.tt/2T50je0
No comments:
Post a Comment