ଅନୁଗୋଳ(ବିରଜା ପ୍ରସାଦ ଦାଶ): ଅନୁଗୋଳ ଜିଲ୍ଲା ତାଳଚେରସ୍ଥିତ ଏମସିଏଲ୍ ଭରତପୁର କୋଇଲା ଖଣିରେ ମାଟି ଧସିବା ଘଟଣାରେ ଆଉ ଏକ ମୃତଦେହ ଉଦ୍ଧାର କରାଯାଇଛି। ୧୪ଦିନ ପରେ ଏମ୍ସିଏଲ୍ ରେସ୍କ୍ୟୁ ଟିମ୍ ଏହି ମୃତଦେହ ଉଦ୍ଧାର କରିଛନ୍ତି। ମୃତକଙ୍କ ପରିଚୟ ମିଳିପାରିନି।
ଜୁଲାଇ ୨୩ ତାରିଖରେ ଭରତପୁର କୋଇଲା ଖଣିରେ ରାତି ପ୍ରାୟ ସାଢ଼େ ୧୦ଟାରେ ସିଫ୍ଟ ବଦଳ ସମୟରେ ହଠାତ୍ ବ୍ଲାଷ୍ଟିଂ ହୋଇଥିଲା। ଏଥିଯୋଗୁ ଆଖି ପିଛୁଳାକେ ଧସି ପଡିଥିଲା ପାହାଡ଼ ସଦୃଶ ମାଟି। ପ୍ରାୟ ଅଧା କିଲୋମିଟର ପର୍ଯ୍ୟନ୍ତ ମାଟି ଧସି ଯାଇଥିବା ବେଳେ ସେଥିରେ ୧୩ରୁ ଅଧିକ ଶ୍ରମିକ ଚାପି ହୋଇ ଯାଇଥିଲେ। ସଙ୍ଗେ ସଙ୍ଗେ ୯ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇପାରିଥିଲା ଓ ଅନ୍ୟ ୪ ଜଣ ନିଖୋଜ ଥିଲେ।
ପରେ ତିନି ଜଣଙ୍କର ମୃତଦେହ ଉଦ୍ଧାର କରାଯାଇଥିଲା। ଏହାପରେ ମାଟି ତଳୁ ଶରୀରର କିଛି ଗଳିତ ଅଂଶ ଉଦ୍ଧାର କରାଯାଇଥିବା ବେଳେ ଏହା ସିକ୍ୟୁରିଟି ଗାର୍ଡ ରମେଶ ଦାଶଙ୍କର ବୋଲି ତାଙ୍କ ପରିବାର ଲୋକେ ଚିହ୍ନଟ କରିଥିଲେ। ତେଣୁ ଏବେ ଉଦ୍ଧାର ହୋଇଥିବା ମୃତଦେହ କାହାର ତାକୁ ନେଇ ଖୋଳତାଡ଼ ଆରମ୍ଭ ହୋଇଛି।
ଭରତପୁର କୋଇଲା ଖଣିରେ ମାଟି ଧସିବା ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଦୁଃଖ ପ୍ରକାଶ କରିବା ସହିତ ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କା ଲେଖାଏ ସହାୟତା ରାଶି ପ୍ରଦାନ କରିବାକୁ ଘୋଷଣା କରିଥିଲେ।
from Odisha Reporter https://ift.tt/2M1u8vs
No comments:
Post a Comment