ଡାଇବେଟିସ୍ ହୋଇଥିଲେ କେମିତି ନେବେ ପାଦର ଯତ୍ନ? ଜାଣନ୍ତୁ, କ’ଣ କରିବେ ଓ କ’ଣ ନକରିବେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, August 17, 2019

ଡାଇବେଟିସ୍ ହୋଇଥିଲେ କେମିତି ନେବେ ପାଦର ଯତ୍ନ? ଜାଣନ୍ତୁ, କ’ଣ କରିବେ ଓ କ’ଣ ନକରିବେ

ରକ୍ତରେ ସୁଗାର ବା ଶର୍କରାର ସ୍ତର ବଢ଼ିଲେ, ଡାଇବେଟିସ୍‌ ହୋଇଥାଏ। ଡାଇବେଟିସ୍‌ ଆଖି, ହୃତପିଣ୍ଡ ଓ କିଡ୍‌ନୀ ସହିତ ଶରୀରର ଅନ୍ୟାନ୍ୟ ଅଙ୍ଗକୁ ପ୍ରଭାବିତ କରିଥାଏ। ସ୍ନାୟୁ ଓ ପାଦକୁ ବି ଏହା ପ୍ରଭାବିତ କରିଥାଏ। ଏଣୁ କୁହାଯାଏ, ଡାଇବେଟିସ୍‌ ହୋଇଥିଲେ ୬ ମାସରେ ଥରେ ଆଖି, ହୃତପିଣ୍ଡ, କିଡ୍‌ନୀ, ସ୍ନାୟୁ, ପାଦ ଓ ଅନ୍ୟାନ୍ୟ ଅଙ୍ଗର ପରୀକ୍ଷା କରାଇ ନେବା ଉଚିତ୍।

ଏକ ରିପୋର୍ଟ ଅନୁସାରେ, ବିଶ୍ୱରେ ୫୦ ପ୍ରତିଶତ ପାଦଜନିତ ସମସ୍ୟା ଡାଇବେଟିସ୍‌ ଯୋଗୁ ହିଁ ହୋଇଥାଏ। ଡାଇବେଟିସ୍‌ରେ ଆକ୍ରାନ୍ତ ଅନେକ ବ୍ୟକ୍ତିଙ୍କ ପାଦ ଘୋଳାବିନ୍ଧା ହେବା ସହିତ ପୋଡ଼ାଜଳା ହୋଇଥାଏ। ସେହିଭଳି ଜୋତା କାଢ଼ିବା କିମ୍ୱା ପିନ୍ଧିବା ସମୟରେ ପାଦରେ ଆଘାତ ଲାଗିଲେ, ପାଦ କଟିଗଲେ କିମ୍ୱା ଘା’ ହେଲେ ଡାଇବେଟିସ୍ ରୋଗୀଙ୍କ ପାଦ ଇନ୍‌ଫେକ୍‌ସନ୍ ହେବାର ଆଶଙ୍କା ଅଧିକ ଥାଏ।

ଏହି ସମୟରେ ଯଦି ଆପଣ ଡାକ୍ତରଙ୍କ ପରାମର୍ଶ ନେଇ ପାଦର ସଠିକ୍ ଚିକିତ୍ସା ଓ ଯତ୍ନ ନ ନିଅନ୍ତି, ତା’ହେଲେ ତା’ହେଲେ ଗ୍ୟାନ୍‌ଗ୍ରୀନ୍‌ ମଧ୍ୟ ହୋଇପାରେ। ଗ୍ୟାନ୍‌ଗ୍ରୀନ୍‌ ଏକ ଗମ୍ଭୀର ରୋଗ। ଶରୀରର ଟିସୁଗୁଡ଼ିକୁ ଠିକ୍‌ ଭାବରେ ରକ୍ତ ସଞ୍ଚାଳନ ହୋଇ ନ ପାରିଲେ ଗ୍ୟାନ୍‌ଗ୍ରୀନ୍‌ ସମସ୍ୟା ଦେଖା ଦେଇଥାଏ। ଏଥିଯୋଗୁ ଶରୀରରେ ଅନେକ ସଂଖ୍ୟାରେ ଡେଡ୍‌ ସେଲ୍‌ ଉତ୍ପନ୍ନ ହୋଇଥାଏ।

ତେଣୁ ଯେଉଁମାନେ ଡାଇବେଟିସ୍‌ରେ ପୀଡ଼ିତ ସେମାନେ ପାଦ ପ୍ରତି ଯତ୍ନବାନ ହେବା ଦରକାର। ତା’ହେଲେ ଆସନ୍ତୁ ଜାଣିବା, ଡାଇବେଟିସ୍ ହୋଇଥିଲେ ପାଦର ଯତ୍ନ କେମିତି ନେବେ।

ପାଦର ଯତ୍ନ ନେବା ପାଇଁ ଏହିସବୁ କାମ ନିୟମିତ କରନ୍ତୁ
୧. ନିୟମିତ ପାଦକୁ ନିରୀକ୍ଷଣ କରନ୍ତୁ।

୨. ସଫ୍ଟ ସାବୁନ୍‌ରେ ପାଦ ସଫା କରନ୍ତୁ।

୩. ଚପଲ ବଦଳରେ ଜୋତା ପିନ୍ଧନ୍ତୁ।

୫. ଜୋତା ପିନ୍ଧିବା ସମୟରେ ଭଲ ଭାବରେ ଚେକ୍‌ କରି ପିନ୍ଧନ୍ତୁ, ଯେମିତି ଏଥିରେ ଫାଟ ନଥିବ ବା ପାଦ କଟି ଗଲା ଭଳି କିଛି ଜିନିଷ ଲାଗି ନଥିବ।

୪. ଗୋଡ଼ ନଖକୁ ଅଧିକ ଦିନ ବଢ଼ିବା ଯାଏ ରଖନ୍ତୁ ନାହିଁ। ପ୍ରତି ସପ୍ତାହରେ ଏହାକୁ କାଟନ୍ତୁ।

୬. ପାଦରେ ମଶ୍ଚରାଇଜର୍‌ ଲଗାନ୍ତୁ।

କ’ଣ କରିବେ ନାହିଁ
୧. ଖରାରେ ଖାଲି ପାଦରେ ଚାଲନ୍ତୁ ନାହିଁ।
୨. ଚଟାଣରେ ଅବା ବେଡ୍‌ ଓ ସୋଫାରେ ଅଧିକ ସମୟ ଧରି ଗୋଡ଼କୁ ଭାଙ୍ଗି ବସନ୍ତୁ ନାହିଁ।
୩. ପାଦ ଧୋଇବା ପାଇଁ ଗରମ ପାଣି ବ୍ୟବହାର କରନ୍ତୁ ନାହିଁ।

 


୪. ପାଦରେ କୌଣସି ଆଘାତ ଲାଗିଲେ, ଏହାକୁ ଘରେ ଚିକିତ୍ସା ନ କରି ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ।
୫. ମହିଳାମାନେ ହାଇ ହିଲ୍‌ ଜୋତା ପିନ୍ଧନ୍ତୁ ନାହିଁ। ସେହିପରି ପୁରୁଷମାନେ ସାମ୍ନାକୁ ଅଧିକ ସଂକୁଚିତ ହୋଇଥିବା ଜୋତା ପିନ୍ଧନ୍ତୁ ନାହିଁ।
୬. ପାଦରେ ଗରମ ପାଣି ସେକ ଦିଅନ୍ତୁ ନାହିଁ।



from Odisha Reporter https://ift.tt/2YWdd47

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages