ରସୁଲଗଡ଼ ଛକରେ ବନ୍ଧୁକ ଧରି ଯୁବକଙ୍କ ଆତଙ୍କରାଜ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, August 17, 2019

ରସୁଲଗଡ଼ ଛକରେ ବନ୍ଧୁକ ଧରି ଯୁବକଙ୍କ ଆତଙ୍କରାଜ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ବିଚ୍ ରାସ୍ତାରେ ଦାଦାଗିରି। ସାମାନ୍ୟ ଯୁକ୍ତି ତର୍କ ପାଇଁ ବନ୍ଧୁକ ଦେଖାଇଲେ ଯୁବକ । ରାଜଧାନୀ ଭୁବନେଶ୍ୱରରେ ଦିନ ଦ୍ୱିପ୍ରହରରେ ଘଟିଛି ଏପରି କିଛି ଘଟଣା। ବନ୍ଧୁକ ଦେଖାଇଥିବା ଯୁବକ ଜଣକ ହେଉଛନ୍ତି ଅରବିନ୍ଦ ମିତ୍ର। ମଞ୍ଚେଶ୍ୱର ପୁଲିସ ଅରବିନ୍ଦଙ୍କୁ ଅଟକ ରଖିଛି।

ସୂଚନା ଅନୁଯାୟୀ, ରସୁଲଗଡ଼ ଛକରେ ସାମ୍ନାରୁ ଗାଡ଼ି ହଟାଇବାକୁ ଜଣେ ଯୁବକଙ୍କୁ କହିଥିଲେ ଅରବିନ୍ଦ। ତେବେ ଏନେଇ ଯୁକ୍ତି ତର୍କ ହେବା ପରେ ରାଗି ଯାଇ ଅରବିନ୍ଦ ବନ୍ଧୁକ ଦେଖାଇଥିଲେ। ବେଶ କିଛି ସମୟ ପାଇଁ ରସୁଲଗଡ଼ ଛକରେ ସୃଷ୍ଟି ହୋଇଥିଲା ଆତଙ୍କରାଜ୍ । ଏହାପରେ ଅଭିଯୁକ୍ତ ଯୁବକ ଜଣକୁ ସ୍ଥାନୀୟ ଲୋକେ କାବୁ କରି ମଞ୍ଚେଶ୍ୱର ପୁଲିସ ହେପାଜତକୁ ଦେଇଛନ୍ତି। ଘଟଣା ପରେ ପୁଲିସ  ଖୋଲତାଡ଼ ଜାରି ରହିଛି ।



from Odisha Reporter https://ift.tt/2Zdn7Od

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages