ଫଳ ଓ ପରିବାକୁ ଖାଇବା ପୂର୍ବରୁ ଧୁଆଯାଏ କାହିଁକି, ଜାଣନ୍ତୁ.. - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, August 5, 2019

ଫଳ ଓ ପରିବାକୁ ଖାଇବା ପୂର୍ବରୁ ଧୁଆଯାଏ କାହିଁକି, ଜାଣନ୍ତୁ..

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପରିବା ହେଉ କିମ୍ୱା ଫଳ ଧୋଇ କରି ଖାଇବା ପାଇଁ  ସମସ୍ତେ ପରାମର୍ଶ ଦେଇଥାନ୍ତି। ତେଣୁ ଆମେ ଫଳ ଖାଇବା ପୂର୍ବରୁ ଏହାକୁ ସଫା କରିଥାଉ। ଏପରିକି ରୋଗ ନିୟନ୍ତ୍ରଣ କେନ୍ଦ୍ରର (Centers for Disease Control (CDC)) କହିବା ଅନୁସାରେ ପ୍ରତ୍ୟେକ ଫଳ ଓ ପରିବାକୁ କାଟି ରୋଷେଇ କରିବା ପୂର୍ବରୁ ଭଲ ଭାବେ ସଫା କରିବା ଉଚିତ୍‌।

ଜୀବାଣୁଙ୍କଠାରୁ ଶରୀରକୁ ରକ୍ଷା କରିବା ପାଇଁ ଏହା ଏକ ଭଲ ଅଭ୍ୟାସ। କ’ଣ ଆପଣ କେବେ ଚିନ୍ତା କରିଛନ୍ତି, ଫଳକୁ ନ ଧୋଇ ଖାଇଲେ କେଉଁ ସବୁ ରୋଗ ହୋଇଥାଏ। ତେବେ ଆସନ୍ତୁ ଜାଣିବା ପନିପରିବାକୁ ଖାଇବା ପୂର୍ବରୁ ସଫା କରାଯାଇଥାଏ କାହିଁକି ?

୧. ରୋଗ ନିୟନ୍ତ୍ରଣ କେନ୍ଦ୍ରର ପରାମର୍ଶ ଅନୁସାରେ ପନିପରିବାକୁ ଧୋଇବା ପରେ ଏହାକୁ ସଫା କପଡ଼ାରେ ପୋଛିବା ଉଚିତ୍‌। ଏହାଦ୍ୱାରା ପରିବାରେ ଲାଗିଥିବା ବ୍ୟାକ୍ଟେରିଆ ଚାଲି ଯାଇଥାଏ।

୨. ମାର୍କେଟ୍‌ରୁ ଫଳ ଓ ପରିବା କିଣିବା ପୂର୍ବରୁ ଏହା ଅନେକ ଲୋକଙ୍କ ହାତ ସଂସ୍ପର୍ଶରେ ଆସିଥାଏ। ଏଥିପାଇଁ ପରିବା ଧୋଇବା ପୂର୍ବରୁ ପ୍ରଥମେ ଆପଣ ନିଜ ହାତ ଭଲ ଭାବେ ପରିଷ୍କାର କରନ୍ତୁ। ଏହା ପରେ ପରିବା ଧୁଅନ୍ତୁ।

୩. ସେହିପରି ଅନ୍ୟ ଏକ କାରଣ ହେଉଛି ଏହିସବୁ ଜିନିଷକୁ ଜମିରେ ଉତ୍ପାଦନ କରାଯାଇଥାଏ। ଫଳରେ  ଏହା ଉପରେ ଧୂଳି ଜମା ହେବା ସହ ବହୁ ପୋକ   ମଧ୍ୟ  ଏହା ଉପରେ ଚାଲିଥାନ୍ତି। ପରିବା ଧୋଇବା ଫଳରେ ଏହା ଜୀବାଣୁମୁକ୍ତ ହୋଇଯାଇଥାଏ।

୪. ମାଟି, ବାଲିରେ ପରିବା ଉତ୍ପାଦନ କରାଯିବା ସହିତ ଅନେକ ରାସାୟନିକ ସାରର ପ୍ରୟୋଗ ମଧ୍ୟ କରାଯାଇଥାଏ। ଯାହା ଆମ ସ୍ୱାସ୍ଥ୍ୟ ପାଇଁ ହାନିକାରକ। ଏଥିପାଇଁ ଏସବୁ ଧୋଇବା ପାଇଁ ପରାମର୍ଶ ଦିଆଯାଇଥାଏ।

୫- କୌଣସି ପରିବା ବା ଫଳର କିଛି ଅଂଶ ନଷ୍ଟ ହୋଇଯାଇଥିଲେ ସେହି ଅଂଶକୁ ପ୍ରଥମେ ଭଲ ଭାବେ କାଟି ଫୋପାଡ଼ି ଦିଅନ୍ତୁ। ଏହାପରେ ଉକ୍ତ ପରିବା ବା ଫଳକୁ ଭଲ ଭାବେ ଧୋଇବା ପରେ ତାହା ଖାଇବା ଉପଯୋଗୀ ହୋଇଥାଏ।

୬-ମାଟି ସଂସ୍ପର୍ଶରେ ଆସି ହେଉଥିବା ଫଳ ବା ପରିବା ଯେପରି ଗାଜର, ବିଟ୍‌, ତରଭୁଜ, ଆଳୁ, ସାରୁ ଆଦିକୁ ପ୍ରଥମେ ଚୋପା ସହ ଭଲ ଭାବେ ଧୋଇ ଦିଅନ୍ତୁ। ଏହାପରେ କାଟି ଏହାର ଚୋପା ସଫା କରନ୍ତୁ।



from Odisha Reporter https://ift.tt/2Ksdulj

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages