ଲାଲୁ ଯାଦବଙ୍କ କିଡ଼ନୀ ଖରାପ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, August 31, 2019

ଲାଲୁ ଯାଦବଙ୍କ କିଡ଼ନୀ ଖରାପ

ନୂଆଦିଲ୍ଲୀ: ଗୋଖାଦ୍ୟ ଦୁର୍ନୀତି ପାଇଁ ଜେଲରେ ସଜା କାଟୁଥିବା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ୍। ଲାଲୁଙ୍କ କିଡ଼ନୀ ଖରାପ ହୋଇଥିବା ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି। ଜେଲରେ ରହିବା ପରେ ଲାଲୁ ବିଭିନ୍ନ ରୋଗର ଶିକାର ହୋଇ ଗତବର୍ଷ ପାଖରୁ ରାଞ୍ଜି ହସ୍ପିଟାଲରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଛନ୍ତି।

ଝାଡଖଣ୍ଡ ସ୍ଥିତି ରାଜେନ୍ଦ୍ର ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ (ରିମ୍ସ) ବା ରାଞ୍ଚି ହସ୍ପିଟାଲର ଡାକ୍ତର ପିକେ ଝା କହିଛନ୍ତି ଲାଲୁଙ୍କ କିଡନୀ ୩୭ ପ୍ରତିଶତ କାମ କରୁଥିବା ବେଳେ ୬୩ ପ୍ରତିଶତ କାମ କରୁନାହିଁ। ଲାଲୁଙ୍କ ରକ୍ତ ସଂକ୍ରମିତ ହୋଇଥିବାରୁ ତାଙ୍କ କିଡନୀ ଏହାଦ୍ୱାରା ପ୍ରଭାବିତ ହୋଇଛି ବୋଲି ସେ କହିଛନ୍ତି।

ଲାଲୁ ଯାଦବ ଏବେ ଡାଇବେଟିସ, ରକ୍ତ ଚାପ, କିଡ଼ନୀ ରୋଗର ଶିକାର ହୋଇଛନ୍ତି। ଗୋଖାଦ୍ୟ ଦୁର୍ନୀତି ମାମଲାରେ ଲାଲୁ ଯାଦବ ୧୪ ବର୍ଷ ପାଇଁ ଜେଲ ଦଣ୍ଡାଦେଶ ଭୋଗୁଛନ୍ତି।



from Odisha Reporter https://ift.tt/2HBqeFO

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages