କେନ୍ଦ୍ରାପଡ଼ା (ମନୋଜ ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲ୍ଲା ଜମ୍ବୁ ମେରାଇନ୍ ଥାନା ଅନ୍ତର୍ଗତ ଖରିନାସୀରେ ଗ୍ୟାସ୍ ଟାଙ୍କି ଫାଟି ଦୁଇ ଜଣ ବୋଟ୍ ଅପରେଟର୍ଙ୍କ ମୃତ୍ୟୁ ଘଟିଛି। ମୃତକ ଦ୍ୱୟ ହେଲେ ପ୍ରକାଶ ସାମନ୍ତରାୟ ଓ ସୁଶାନ୍ତ ସାହୁ। ପ୍ରକାଶଙ୍କ ଘର ନୟାଗଡ଼ ଜିଲ୍ଲାରେ ହୋଇଥିବା ବେଳେ ସୁଶାନ୍ତଙ୍କ ଘର ଗଞ୍ଜାମ ଜିଲ୍ଲା ଛତ୍ରପୁରରେ। ସେମାନେ ଜମ୍ବୁ ମେରାଇନ୍ ଥାନାର ବୋଟ୍ ଅପରେଟର୍ ଥିଲେ।
ପ୍ରକାଶ ଓ ସୁଶାନ୍ତ ଏକାଠି ରହୁଥିଲେ। ଆଜି ସକାଳେ ଖରିନାସୀ ସ୍ଥିତ କ୍ୱାର୍ଟର୍ସରେ ସେମାନେ ରୋଷେଇ କରୁଥିଲେ। ଏହି ସମୟରେ କୌଣସି କାରଣ ବଶତଃ ଗ୍ୟାସ୍ ଟାଙ୍କିରେ ନିଆଁ ଲାଗି ଯିବାରୁ ତାହା ଫାଟି ଯାଇଥିଲା। ଘଟଣାସ୍ଥଳରେ ହିଁ ପ୍ରକାଶଙ୍କର ମୃତ୍ୟୁ ଘଟିଥିଲା। ସୁଶାନ୍ତଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକେ ଓ ତାଙ୍କ ସହକର୍ମୀମାନେ କେନ୍ଦ୍ରାପଡ଼ା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
from Odisha Reporter https://ift.tt/2ZMsGDP
No comments:
Post a Comment