ଶ୍ରୀନଗର: ଅମରନାଥ ଯାତ୍ରୀଙ୍କୁ ଗତକାଲି ତୁରନ୍ତ ଗସ୍ତ ବାତିଲ୍ କରି ଫେରିଆସିବା ପାଇଁ କୁହାଯାଇଛି। ଆତଙ୍କବାଦୀ ଆକ୍ରମଣ ଆଶଙ୍କା ନେଇ ଗୁଇନ୍ଦା ରିପୋର୍ଟ ଦେବାପରେ ଜମ୍ମୁ କଶ୍ମୀର ସରକାର ଏପରି ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ବାୟୁ ଓ ସ୍ଥଳସେନାକୁ ହାଇ ଆଲର୍ଟରେ ରହିବା ପାଇଁ କୁହାଯାଇଛି। ଅନ୍ୟପଟେ ସପ୍ତାହକ ମଧ୍ୟରେ ୩୮ ହଜାରରୁ ଅଧିକ ଯବାନ କଶ୍ମୀରରେ ନିୟୋଜିତ ହୋଇସାରିଲେଣି । ଅନ୍ୟପଟେ ଗତକାଲି ଅମରନାଥ ଯାତ୍ରା ପଥରୁ ଲ୍ୟାଣ୍ଡମାଇନ୍ ଉଦ୍ଧାର ହୋଇଛି। ଯାହାକି କଶ୍ମୀରରେ କିଛି ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ କିମ୍ୱା ଅନ୍ୟ କୌଣସି କାରଣରୁ ଆଇନ ଶୃଙ୍ଖଳା ସ୍ଥିତି ବିଗିଡ଼ିପାରେ ବୋଲି ସ୍ଥାନୀୟ ବାସିନ୍ଦା ଅନୁଭବ କରିଛନ୍ତି।
ଏହାପରେ ସ୍ଥାନୀୟ ଲୋକମାନେ ଅତ୍ୟାବଶ୍ୟକ ସାମଗ୍ରୀକୁ କିଣି ଘରେ ମହଜୁଦ ରଖୁଥିବା ଦେଖିବାକୁ ମିଳିଛି। ଏଟିଏମ୍ ଏବଂ ପେଟ୍ରୋଲ ପମ୍ପରେ ଲୋକମାନେ ଲମ୍ୱା ଲାଇନ ଲଗାଇଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି ଟ୍ୱିଟ୍ କରି କହିଛନ୍ତି।
ସେହିପରି ଓମାର ଅବଦୁଲା ଟ୍ୱିଟ୍ କରି କହିଛନ୍ତି, ଜମ୍ମୁ କଶ୍ମୀରରେ ଭୟର ବାତାବାରଣ ଖେଳିଯାଇଛି। କିନ୍ତୁ କାହିଁକି ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି ସେ ନେଇ ଓମାର ପ୍ରଶ୍ନ କରିଛନ୍ତି। ଗୁଲମାର୍ଗ ହୋଟେଲରେ ରହୁଥିବା ଯାତ୍ରୀଙ୍କୁ ହୋଟେଲ ଖାଲି କରିବା ପାଇଁ କୁହାଯାଇଛି। ଯାତ୍ରୀଙ୍କୁ ଅନ୍ୟତ୍ର ନେବା ପାଇଁ ରାଜ୍ୟ ସରକାରୀଙ୍କ ବସ୍ ହୋଟେଲ୍ ବାହାରେ ନିୟୋଜିତ ହୋଇଛି ବୋଲି ଓମାର ଟ୍ୱିଟ୍ କରି କହିଛନ୍ତି।
from Odisha Reporter https://ift.tt/2YBtjzb
No comments:
Post a Comment